Accident on NH-55: ଦ୍ରୁତଗତିରେ ଆସି ଡିଭାଇଡରରେ ପିଟିହେଲା ସ୍କର୍ପିଓ: ଶାଶୂ ଓ ଜ୍ୱାଇଁ ମୃତ; ୫ ଆହତ

Oct 17, 2026 - 10:31
Accident on NH-55: ଦ୍ରୁତଗତିରେ ଆସି ଡିଭାଇଡରରେ ପିଟିହେଲା ସ୍କର୍ପିଓ: ଶାଶୂ ଓ ଜ୍ୱାଇଁ ମୃତ; ୫ ଆହତ

"ଯୁଯୁମୁରା: ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ଜାମଟାଲ ନିକଟରେ ବିଳମ୍ବିତ ରାତିରେ ଏକ ସ୍କର୍ପିଓ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଶାଶୂ ଓ ଜ୍ୱାଇଁଙ୍କ ମୃତ୍ୟୁହୋଇଛି।

ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି।

ମୃତକ ଦ୍ୱୟ ଛତିଶଗଡ଼ର ରାୟପୁର ଅଞ୍ଚଳର ପାୟଲ ଦାସ ଓ ଶେଖର ମହାରାଜ ବୋଲି ଜଣାପଡ଼ିଛି।Advertisment ଆହତ ବୁର୍ଲା ଭିମସାରରେ ଭର୍ତ୍ତି ସୂଚନା ଅନୁଯାୟୀ, ଗୋଟିଏ ପରିବାରର ୭ ଜଣ ଏକ ସ୍କର୍ପିଓ ଗାଡ଼ିରେ ଯାତ୍ରା କରୁଥିଲେ।

ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଗାଡ଼ିଟି ଜାମଟାଲ ନିକଟରେ ରାସ୍ତାର ଡିଭାଇଡରରେ ପିଟି ହୋଇଯାଇଥିଲା।

ଫଳରେ ଗାଡ଼ିରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୫ ଜଣ ଆହତ ହୋଇଥିଲେ।ଦୁର୍ଘଟଣା ପରେ ଆହତମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ଯୁଯୁମୁରା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତକଙ୍କ ଶବ ଉଦ୍ଧାର କରାଯାଇ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମର୍ଗକୁ ପଠାଯାଇଛି।

ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।

PM Modi: ଅକ୍ଟୋବର ୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।