Accident: ଆସାମରେ ବସ୍-ଟ୍ରକ୍ ମୁହାଁମୁହିଁ: ୭ ମୃତ, ୫ ଆହତ
"ଗୁଆହାଟୀ: ଆସାମର କାମରୂପ ମେଟ୍ରୋପଲିଟାନ ଜିଲ୍ଲାରେ ରବିବାର ସନ୍ଧ୍ୟାରେ ବସ୍ ଓ ମାଲବାହୀ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି।
ଏହି ଦୁର୍ଘଟଣାରେ ଆଉ ୫ ଜଣ ଆହତ ହୋଇ ଗୁଆହାଟୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଗୁଆହାଟୀ ଉପକଣ୍ଠ ସୋନାପୁର ନିକଟ ଟେଟେଲିଆରେ ଜାତୀୟ ରାଜପଥ-୨୭ରେ ଏହି ଦୁର୍ଘଟଣା ଘଟିଥିଲା।Advertisment ପୁଲିସ ସୂଚନା ଅନୁଯାୟୀ, ଯାତ୍ରୀବାହୀ ବସ୍ଟି ନଗାଓଁରୁ ଗୁଆହାଟୀ ଅଭିମୁଖେ ଯାଉଥିଲା।
ବିପରୀତ ଦିଗରୁ ଏକ ମାଲବାହୀ ଟ୍ରକ୍ ଆସୁଥିବା ବେଳେ ବସ୍ଟି ନିୟନ୍ତ୍ରଣ ହରାଇ ଡିଭାଇଡର ଡେଇଁ ଟ୍ରକ୍କୁ ଧକ୍କା ଦେଇଥିଲା।
ପ୍ରାଥମିକ ତଦନ୍ତ ଅନୁଯାୟୀ, ରାସ୍ତାରେ ଥିବା ଏକ ବଡ଼ ଗାତରେ ବସ୍ଟି ପଡ଼ିବା ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିବା ଜଣାପଡ଼ିଛି।
ତେବେ ଏହାର ପ୍ରକୃତ କାରଣ ନେଇ ତଦନ୍ତ ଚାଲିଛି।
ଖେତ୍ରୀ ଥାନା ଅଧୀନ ନାଲାଗେଡେରା-ଟେଟେଲିଆ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ବସ୍ର ଡ୍ରାଇଭର ଓ ହେଲପର୍ଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।
ଆହୁରି ପଢନ୍ତୁ: Tamilnadu: କୋଲାଥୁରରେ ଟିଭିକେ ବିଧାୟକଙ୍କ ବିଜୟ ରଦ୍ଦ ଦାବି: ଷ୍ଟାଲିନଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ବସ୍ର ପଛପଟେ ବସିଥିବା କିଛି ଯାତ୍ରୀ ଦୁର୍ଘଟଣା ପରେ ନିଜେ ଘଟଣାସ୍ଥଳରୁ ଚାଲିଯାଇଥିବା ପୁଲିସ ସନ୍ଦେହ କରୁଛି।
ଟ୍ରକ୍ରେ ଥିବା କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାର ଖରାପ ଅବସ୍ଥାକୁ ନେଇ ରାଜପଥ ଅବରୋଧ କରିଥିଲେ।
ରାସ୍ତାରେ ବଡ଼ ବଡ଼ ଗାତ ଥିବାରୁ ଏହି ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସେମାନେ ଅଭିଯୋଗ କରିଛନ୍ତି।
ଏହା ଯୋଗୁଁ ରାଜପଥରେ କିଛି ଘଣ୍ଟା ଧରି ଶତାଧିକ ଗାଡ଼ି ଅଟକି ରହିଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।