Tamilnadu: ତାମିଲନାଡ଼ୁରେ ପାଣିଟାଙ୍କିରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ଶରୀର
"ସଲେମ: ତାମିଲନାଡ଼ୁର ସାଲେମରେ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ଶରୀର ଏକ ପାଣିଟାଙ୍କିରୁ ମିଳିଛି।
ଜଣେ ମନ୍ଦିର ପୁରୋହିତ ତାଙ୍କ ବାସଭବନ ପାଣିଟାଙ୍କିରୁ ମହିଳାଙ୍କ ମରଶରୀର ଏକ ଅଖାରେ ବନ୍ଧା ହୋଇ ପଡ଼ିଥିବା ଦେଖିବାପରେ ପୁଲିସରେ ଜଣାଇଥିଲେ।
ଉଲ୍ଲେଖଯୋଗ୍ୟ, ରମେଶ ଏକ ପାରିବାରିକ ଉତ୍ସବ ପାଇଁ କିଛି ଦିନ ନିଜ ପରିବାର ସହ ଥାଞ୍ଜାଭୁର ଯାଇଥିଲେ।
ସେଠାରୁ ଫେରିବା ପରେ ପୁରୋହିତଙ୍କ ପତ୍ନୀ ଯମୁନା ଟ୍ୟାପ୍ ପାଣିର ରଙ୍ଗ ଓ ପଚା ଗନ୍ଧକୁ ନେଇ ସନ୍ଦେହ ପ୍ରକଟ କରିଥିଲେ।Advertisment ଆହୁରି ପଢନ୍ତୁ: Lionel Messi: ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ନେଲେ ଲିଓନେଲ ମେସି, ଭାବପ୍ରବଣ ଚିଠି ସେୟାର କରି କହିଲେ- 'ହୃଦୟ ଭାଙ୍ଗିଗଲା' ସେମାନେ ଛାତ ଉପରକୁ ଯାଇ ପାଣି ଟାଙ୍କି ଦେଖିବା ପରେ ଏଥିରୁ ପଚାଗନ୍ଧ ବାହାରିଥିଲା।
ପାଣିଟାଙ୍କିରେ ପଡ଼ିଥିବା ଅଖା କାଢ଼ି ସେମାନେ ଏହାକୁ ଖୋଲିବା ସମୟରେ ଚମକି ପଡ଼ିଥିଲେ।
ଅଖାବସ୍ତାରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ଶରୀର ମିଳିଥିଲା।
ଏହାପରେ ସେମାନେ ଏ ସଂକ୍ରାନ୍ତରେ ପୁଲିସରେ ଜଣାଇଥିଲେ।
ପୁଲିସ ୨ଟି ପାଣିଟାଙ୍କିରୁ ୩ଟି ଅଖା ବସ୍ତା କାଢ଼ିଥିଲା।
ଏଥିରେ ମହିଳାଙ୍କ ହାତ, ଗୋଡ଼ ଓ ଅନ୍ୟାନ୍ୟ ଅଂଶ ଥିଲା।
ମହିଳାଙ୍କ ପରିଚୟ ଏଯାବତ୍ ଜଣାପଡ଼ିନି।
ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।