Accident: ଗଛରେ ପିଟିହେଲା ଯାତ୍ରୀବାହୀ ବସ୍‌, ଚାଲିଗଲା ଚାଳକଙ୍କ ଜୀବନ

Sep 05, 2026 - 12:04
Accident: ଗଛରେ ପିଟିହେଲା ଯାତ୍ରୀବାହୀ ବସ୍‌, ଚାଲିଗଲା ଚାଳକଙ୍କ ଜୀବନ

"ଭୁବନେଶ୍ବର: ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା।

ଇଟାମାଟି ଥାନା ପଣ୍ଡୁସର ନିକଟରେ ଗଛରେ ପିଟିହୋଇଛି ଏକ ଯାତ୍ରୀବାହୀ ଘରୋଇ ବସ୍‌ ।

ଦୁର୍ଘଟଣାରେ ବସ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।Advertisment ସୂଚନା ଅନୁସାରେ, "ରଣସିଂହ ଆଣ୍ଡ ରଣସିଂହ" ନାମକ ଘରୋଇ ବସ୍‌ଟି ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାଉଥିଲା ।

ପଣ୍ଡୁସର ନିକଟରେ କୌଣସି କାରଣରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ଜୋରରେ ପିଟି ହୋଇଥିଲା ।

ଗଛରେ ଧକ୍କା ହେବା ପରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୫ରୁ ଅଧିକ ଜଣ ଆହତ ହୋଇଥିଲେ।

ଦୁର୍ଘଟଣାରେ ବସ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।

ଖବର ପାଇ ସ୍ଥାନୀୟ ଲୋକଙ୍କ ସହ ପୁଲିସ ଓ ଏସ୍‌ଡିଆରଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଉଦ୍ଧାର କାର୍ଯ୍ୟ ପରେ ଆହତମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା।

ଆହତମାନଙ୍କ ମଧ୍ୟରୁ ଗୁରୁତର ଥିବା ୪ ଜଣଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

Loot: ବୁଢାଲୋ ମନ୍ଦିରରୁ ମୂର୍ତ୍ତି ଚୋରି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।