Indians: ଭାରତୀୟଙ୍କ ଅଣଅତ୍ୟାବଶ୍ୟକ ସାମଗ୍ରୀ ଖର୍ଚ୍ଚ ବଢ଼ିଲା

Sep 05, 2026 - 21:41
Indians: ଭାରତୀୟଙ୍କ ଅଣଅତ୍ୟାବଶ୍ୟକ ସାମଗ୍ରୀ ଖର୍ଚ୍ଚ ବଢ଼ିଲା

"ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଭାରତୀୟମାନଙ୍କ ଅଣଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ବାବଦ ଖର୍ଚ୍ଚ କମିଯାଇଥିଲା।

କିନ୍ତୁ ପରେ ସେଥିରେ ସୁଧାର ଆସିଛି।

୨୦୨୪-୨୫ରେ ଭାରତୀୟ ପରିବାରଗୁଡ଼ିକର ଏବାବଦ ଖର୍ଚ୍ଚ ବଢ଼ିଛି।

ପରିବାରଗୁଡ଼ିକର ଆଲକୋହଲ ପାନୀୟ, ତମାଖୁ ଓ ନିଶାଦ୍ରବ୍ୟ ବାବଦ ଖର୍ଚ୍ଚ ୨୨.୪ ପ୍ରତିଶତ ବଢ଼ି ୨.୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ଆମୋଦପ୍ରମୋଦ, କ୍ରୀଡ଼ା ଓ ସଂସ୍କୃତିରେ ପରିବାରଗୁଡ଼ିକ କରିଥିବା ୧.୪ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ତୁଳନାରେ ଏହା ପ୍ରାୟ ଦୁଇଗୁଣା ଅଧିକ।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ପ୍ରକାଶିତ ସଦ୍ୟତମ ତଥ୍ୟରୁ ଏହା ଜଣାଯାଇଛି।

ସଂଶୋଧିତ ମୂଳ ବର୍ଷ ୨୦୨୨-୨୩ ଆଧାରରେ ଏହା ପ୍ରସ୍ତୁତ କରାଯାଇଛି।Advertisment ଆହୁରି ପଢନ୍ତୁ :Narendra modi: ଦିଲ୍ଲୀରେ ଏସ୍‌ଆର୍‌ସିସିର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ମେଟ୍ରୋ ଟ୍ରେନରେ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ସେହିଭଳି ପର୍ସନାଲ କେୟାର, ସାମାଜିକ ସୁରକ୍ଷା ଏବଂ ବିବିଧ ସାମଗ୍ରୀ ଓ ସେବା ବର୍ଗରେ ଭାରତୀୟ ପରିବାରଗୁଡ଼ିକର ଖର୍ଚ୍ଚ ୨୦୨୪-୨୫ରେ ୧୯ ପ୍ରତିଶତ ବଢ଼ି ୫.୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ଏହି ବର୍ଗରେ ମୂଲ୍ୟବାନ ପ୍ରସ୍ତର, ହାତଘଣ୍ଟା, ସ୍ମାର୍ଟୱାଚ୍‌, ଗହଣା, ଇଲେକ୍ଟ୍ରିକ ରେଜର୍‌, ହେୟାର ଟ୍ରିମର, ଡିଓ‌, ସନ ଗ୍ଳାସ ଭଳି ସାମଗ୍ରୀ ସହିତ ଟାଟୁ, ସେଲୁନ, ସ୍ପା ଭଳି ସେବାକୁ ସାମିଲ କରାଯାଇଛି।

ଆହୁରି ପଢନ୍ତୁ :Film Awards: ଜାତୀୟ ଚଳଚ୍ଚିତ୍ର ମହୋତ୍ସବ 'ସାମର୍ଥ୍ୟ ୨୦୨୬': ଶ୍ରେଷ୍ଠ ସିନେମା ଓ କଳାକାର ପୁରସ୍କୃତ ବାସ୍ତବ ମୂଲ୍ୟରେ ମୋଟ ଘରୋଇ ଚୂଡ଼ାନ୍ତ ଖର୍ଚ୍ଚ ୨୦୨୪-୨୫ ଆର୍ଥିକବର୍ଷରେ ୬ ପ୍ରତିଶତ ବଢ଼ି ୧୬୯ ଲକ୍ଷ କୋଟି ଟଙ୍କା‌ରେ ରହିଛି।

ତେବେ ଏଥିରେ ସେବା କ୍ଷେତ୍ରର ଅଂଶ ବଢ଼ିଛି।

୨୦୨୩-୨୪ରେ ମୋଟ ଘରୋଇ ଚୂଡ଼ାନ୍ତ ଖର୍ଚ୍ଚରେ ସେବା କ୍ଷେତ୍ରର ଅଂଶ ୪୪.୪ ପ୍ରତିଶତ ( ୭୦.୫ ଲକ୍ଷ କୋଟି ଟଙ୍କା) ରହିଥିଲା।

କିନ୍ତୁ ୨୦୨୪-୨୫ରେ ଏହା ୪୫.୨ ପ୍ରତିଶତ ( ୭୬.୩ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଛି।

ସେବା କ୍ଷେତ୍ରରେ ବୀମା ଓ ଆର୍ଥିକ ସେବା ବର୍ଗର ଖର୍ଚ୍ଚ ୧୦ ପ୍ରତିଶତ ବଢ଼ି ୧୧.୪ ଲକ୍ଷ କୋଟି ଟଙ୍କାରେ ଏବଂ ସ୍ବାସ୍ଥ୍ୟ ଖର୍ଚ୍ଚ ୯ ପ୍ରତିଶତ ବଢ଼ି ୮.୭ ଲକ୍ଷ କୋଟି ଟଙ୍କା ରହିଛି।

ଆହୁରି ପଢନ୍ତୁ :SLBC meeting: ସମାବେଶୀ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଆଲୋକବର୍ତ୍ତିକା ସାଜିବ ଓଡ଼ିଶା ଅତ୍ୟାବଶ୍ୟକ ସାମଗ୍ରୀ ବର୍ଗରେ ଖାଦ୍ୟ ସାମଗ୍ରୀର ଖର୍ଚ୍ଚ ୪ ପ୍ରତିଶତ ବୃଦ୍ଧି ପାଇ ୪୫.୫ ଲକ୍ଷ କୋଟି ଟଙ୍କାରେ ରହିଛି।

ଚିନି ମିଶ୍ରିତ ସାମଗ୍ରୀ ବାବଦ ଖର୍ଚ୍ଚ ୧୧ ପ୍ରତିଶତ ବଢ଼ିଥିବାବେଳେ ରେଡିମେଡ୍‌ ଖାଦ୍ୟ ସାମଗ୍ରୀ ବାବଦ ଖର୍ଚ୍ଚ ୯ ପ୍ରତିଶତ, ଦୁଗ୍ଧ ଓ ଦୁଗ୍ଧଜାତୀୟ ସାମଗ୍ରୀ, ମାଛ ଓ ସାମୁଦ୍ରିକ ଖାଦ୍ୟ ଭଳି ପ୍ରୋଟିନ ସମୃଦ୍ଧ ଖାଦ୍ୟ ବାବଦ ଖର୍ଚ୍ଚ ପାୟ ୭ ୍ରତିଶତ ବଢ଼ିଛି।

ଅଣଆଲକୋହଲ ପାନୀୟ, ପାଣି ଓ ଜୁସ୍‌ ଖର୍ଚ୍ଚରେ ୨୫ ପ୍ରତିଶତ ବୃଦ୍ଧି ଘଟିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।