Accident: ଟାଟା-ବାଦାମପାହାଡ଼ ଟ୍ରେନ୍‌ରେ କଟି ଯୁବତୀଙ୍କ ମୃତ୍ୟୁ

Aug 30, 2026 - 20:36
Accident: ଟାଟା-ବାଦାମପାହାଡ଼ ଟ୍ରେନ୍‌ରେ କଟି ଯୁବତୀଙ୍କ ମୃତ୍ୟୁ

"ରାଇରଙ୍ଗପୁର (ତୁ‌ଷାର କାନ୍ତ ମହାନ୍ତ): ଟାଟା-ବାଦାମପାହାଡ ଟ୍ରେନ୍‌ରେ କଟିଯାଇ ଯୁବତୀଙ୍କ ମୃତ୍ୟୁ ହୋଇଛି।

ମୃତ ଯୁବତୀ ହେଲେ ବାସନ୍ତୀ ମୁଣ୍ଡା (୨୯)।

ସୂଚନା ଅନୁଯାୟୀ ଟାଟା-ବାଦାମପାହାଡ ପ୍ରଥମ ଟ୍ରେନ୍‌ଟି ବହଳଦା ରୋଡ୍‌ (ଝରାଡିହି) ଷ୍ଟେସନ୍ ପହଞ୍ଚିବା ପୂର୍ବରୁ ମଳିକେଡମ୍ ଫାଟକ ନିକଟରେ ଜଣେ ଯୁବତୀ ଟ୍ରେନ୍ ସମ୍ମୁଖକୁ ହଠାତ୍ ଆସିଯାଇଥିଲେ।

ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment ଘଟଣା ସମ୍ବନ୍ଧରେ ଲୋକ ପାଇଲଟ ରେଳ ବିଭାଗର ଥାନାରେ ସୂଚନା ଦେବା ପରେ ବାଲେଶ୍ୱର ଆରପିଏଫ୍‌ ପହଞ୍ଚି ଶବକୁ ଜବତ କରିଥିଲେ।

ପରେ ଯୁବତୀଙ୍କ ପରିବାର ଲୋକେ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ।

ଆରପିଏଫ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ପଠାଇଛି।

ମୃତକ ଯୁବତୀ ଜଣକ ହେଉଛନ୍ତି ତିରିଂ ଥାନା ତଥା ଝରାଡ଼ିହି ଫାଣ୍ଡି ଅନ୍ତର୍ଗତ ତାରଣା ଗ୍ରାମର ଦାରାସିଂ ମୁଣ୍ଡାଙ୍କ ଝିଅ ବାସନ୍ତୀ ମୁଣ୍ଡା (୨୯) ବୋଲି ଜଣାପଡ଼ିଛି।

ତେବେ ପ୍ରେମ ସମ୍ପର୍କକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଏନେଇ ରେଳ ବିଭାଗ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।