Heavy rain: ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା, ୫ ଜଣଙ୍କର ମୃତ୍ୟୁ

Sep 03, 2026 - 22:50
Heavy rain: ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା, ୫ ଜଣଙ୍କର ମୃତ୍ୟୁ

"ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି।

ବର୍ଷା‌ ଯୋଗୁ ଉତ୍ତରପ୍ରଦେଶରେ ୫ ଜଣଙ୍କର ମୃତ୍ୟୁ ହୋଇଛି।

ଉତ୍ତରପ୍ରଦେଶରେ ପୃଥକ୍‌ ବର୍ଷା ଜନିତ ଘଟଣାରେ ଚିତ୍ରକୂଟ, ଆମେଥି ଓ ବାରବାଙ୍କୀ ଜିଲ୍ଲାରେ ୫ ଜଣଙ୍କର ମୃତ୍ୟୁ ହୋଇଛି।

ଚିତ୍ରକୂଟର ବରାଚ୍ଛି ଗ୍ରାମରେ ଏକ ମାଟିଘର ଭୁଶୁଡ଼ିବା ଫଳରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ମାଟି କାନ୍ଥ ଭୁଶୁଡ଼ି ବାରବାଙ୍କୀରେ ଜଣେ ୬୬ ବର୍ଷୀୟ ବ୍ୟକ୍ତି ଏବଂ ଧନୌଲି ଗ୍ରାମରେ ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।Advertisment ଅନ୍ୟପକ୍ଷେ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ର ଯୋଗୁ ଆସନ୍ତା ୬ ଦିନ ମଧ୍ୟରେ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବୁଧବାର ରାଜ୍ୟରେ ମୌସୁମୀ ବର୍ଷାର ଗତି ବଢ଼ିଥିଲା।

ପ୍ରବଳ ବର୍ଷା ଯୋଗୁ ରାଜ୍ୟର ଋତୁକାଳୀନ ବର୍ଷାଭାବ ମାତ୍ର ୨%କୁ ହ୍ରାସ ପାଇଛି।

ଏହି ସମୟରେ ଲକ୍ଷ୍ନୌରେ ୨୪ ଘଣ୍ଟା ମଧ୍ୟରେ ୬୫.୫ ମିମି ବର୍ଷା ରେକର୍ଡ ହୋଇଛି।

ଜୁନ୍ ୧ରୁ ଏପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ୫୯୨.୪ ମିମି ବର୍ଷା ହୋଇଛି, ଯେତେବେଳେ କି ସ୍ୱାଭାବିକ ବର୍ଷା ପରିମାଣ ୬୦୭.୫ ମିମି।

ଏହା ସତ୍ତ୍ୱେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ଏବଂ ଆସନ୍ତା ୬ ଦିନରେ ଆହୁରି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର ବିହାର‌ରେ ବନ୍ୟା ନେଇ ସତର୍କତା ଜାରି ହୋଇଛି।

ବିହାରରେ ଗଙ୍ଗା ନଦୀରେ ଜଳସ୍ତର ବଢ଼ୁଥିବାରୁ କର୍ତ୍ତୃପକ୍ଷ ସର୍ବାଧିକ ସତର୍କତା ଅବଲମ୍ବନ କରିଛନ୍ତି।

ନଦୀ ଗୁୁରୁବାର ରାତିରେ ପାଟନାର ଗାନ୍ଧୀ ଘାଟରେ "ହାଏଷ୍ଟ୍‌ ଫ୍ଲଡ୍‌ ମାର୍କ" ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି।

ମୁଖ୍ୟମନ୍ତ୍ରୀ ସମ୍ରାଟ୍ ଚୌଧୁରୀ ସାର୍ବଜନୀନ ସୁରକ୍ଷା ଦିଗରେ ପଦ‌‌କ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭୋଜପୁର, ପାଟନା, ସାରନ, ବୈଶାଳୀ, ନାଳନ୍ଦା, ବେଗୁସରାଇ, ଲଖିସରାଇ ଓ ଜେହନାବାଦରେ ତଳିଆ ଅଞ୍ଚଳଗୁଡ଼ିକରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଜଳ ସମ୍ପଦ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ଚୌଧୁରୀ ମଧ୍ୟ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି।

ହିମାଚଳପ୍ରଦେଶରେ ଭୂସ୍ଖଳନ ଯୋଗୁ ପ୍ରମୁଖ ରାସ୍ତାଗୁଡ଼ିକ ବନ୍ଦ ରହିଛି।

ହିମାଚଳର ସୋଲନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ବଡ଼ ବଡ଼ ପଥର ଖଣ୍ଡ ରାସ୍ତାରେ ପଡ଼ି ରାସ୍ତା ଅବରୋଧ ହୋଇଛି।

ରାଜ୍ୟରେ ପାଖାପାଖି ୯୫ଟି ରାସ୍ତା ବନ୍ଦ ରହିଛି।

ପଶ୍ଚିମବଙ୍ଗରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି।

ପଶ୍ଚିମବଙ୍ଗରେ ଦାମୋଦର ଭାଲି ନିଗମ ପକ୍ଷରୁ ତଳିଆ ଅଞ୍ଚଳଗୁଡ଼ିକ ପାଇଁ ବନ୍ୟା ସତର୍କତା ଜାରି ହୋଇଛି।

ବର୍ଷା ଯୋଗୁ ପଶ୍ଚିମବଙ୍ଗର ପୂର୍ବ ରେଳବାଇ ହାଓଡ଼ା-ମାଲ୍‌ଦା ଡିଭିଜନ୍‌ରେ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।