Accident: ଟ୍ରେଲର୍ ସହ ପିଟିହେଲା ଏସ୍‌ୟୁଭି; ଆଖି ବୁଜିଲେ ୭ ଜଣ ଶ୍ରମିକ

Oct 06, 2026 - 20:02
Accident: ଟ୍ରେଲର୍ ସହ ପିଟିହେଲା ଏସ୍‌ୟୁଭି; ଆଖି ବୁଜିଲେ ୭ ଜଣ ଶ୍ରମିକ

"ଭାବନଗର: ଗୁଜରାଟର ଭାବନଗର ଜିଲ୍ଲାରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ରାଜପଥକଡ଼ରେ ପାର୍କିଂ ହୋଇଥିବା ଏକ ଟ୍ରେଲର୍ ଟ୍ରକ୍ ପଛରେ ଏକ ଦ୍ରୁତଗାମୀ ଏସୟୁଭି (ବୋଲେରୋ) ପିଟିହେବା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ ସୂଚନା ଦେଇଛି।

ଜିଲ୍ଲା ଏସ୍‌ପି ନୀତେଶ ପାଣ୍ଡେ ଜଣାଇଛନ୍ତି ଯେ, ମୃତକମାନେ ସମସ୍ତେ ଭାବନଗରରୁ ଆଲାଙ୍ଗ ଅଞ୍ଚଳକୁ ଯାଉଥିଲେ, ଯେଉଁଠାରେ ସେମାନେ ଏକ ସିପ୍‌ୟାର୍ଡରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।Advertisment ପୁଲିସର ସୂଚନା ଅନୁଯାୟୀ, ଭାବନଗର-ସୋମନାଥ ଜାତୀୟ ରାଜପଥର ତଲାଜା ତାଲୁକ ଅଧୀନରେ ଥିବା ତ୍ରାପଜ ଗ୍ରାମ ନିକଟସ୍ଥ ସର୍ଭିସ୍ ରୋଡ୍‌ରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

ଟ୍ରେଲର ସହ ପ୍ରଚଣ୍ଡ ଧକ୍କା ଯୋଗୁଁ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

ଘଟଣାର ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି ଯେ, ଏହି ମୁହାଁମୁହିଁ ଧକ୍କାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ସ୍ଥିର ଠିଆ ହୋଇଥିବା ଟ୍ରେଲର୍‌ଟି ମଧ୍ୟ ଆଗକୁ ଠେଲି ହୋଇ ଚାଲିଯାଇଥିଲା।

ଦୁର୍ଘଟଣାର କାରଣ ସାଜିଛି ଜାତୀୟରାଜପଥ କଡ଼ ବିଦ୍ୟୁତ୍ ସବ୍‌ଷ୍ଟେସନ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।