Odisha Mission Shakti ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

Oct 06, 2026 - 20:44
Odisha Mission Shakti  ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

" ୬୦୫ ଆଞ୍ଚଳିକ ମହାସଂଘକୁ ୧୫୧.୨୮  କୋଟି ଟଙ୍କାର ପାଣ୍ଠି ପ୍ରଦାନ ଭୁବନେଶ୍ୱର: ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ଏବଂ ସେମାନଙ୍କ ଗୋଷ୍ଠୀଭିତ୍ତିକ ସଂଗଠନଗୁଡ଼ିକୁ ଆର୍ଥିକ ଭାବେ ଅଧିକ ସୁଦୃଢ଼ କରିବାପାଇଁ ମିସନ ଶକ୍ତି ବିଭାଗ ପକ୍ଷରୁ ଆଜି (ମଙ୍ଗଳବାର) ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଏହାସହ ୧,୭୯,୮୦୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି।

Advertisment Mission Shakti: ୫୦୦୦ ମିସନ ଶକ୍ତି ମହିଳାଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ଭୁବନେଶ୍ଵରସ୍ଥିତ ମିସନ ଶକ୍ତିଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଳେ।

ନିଜ ବକ୍ତବ୍ୟରେ, ରାଜ୍ୟରେ ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇପାରିବେ ବୋଲି ମତ ପ୍ରକାଶ କରିଛନ୍ତି।

ଏଥି ସହିତ ରାଜ୍ୟର ସମାଜ ଓ ଅର୍ଥନୀତିର ବିକାଶରେ ନାରୀଶକ୍ତି ଆଗାମୀ ଦିନରେ ନେତୃତ୍ୱ ନେବେ ବୋଲି ସେ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସୁଧ ଫେରସ୍ତ ପାଇଁ ୫୭୫ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି।

ଏହା ପୂର୍ବରୁ ଚଳିତ ଆର୍ଥିକ ବର୍ଷରେ ଗତ ୨୪ ଜୁନ୍‌ରେ ୨,୮୮,୧୯୮ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୪୭.୭୭ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଥିଲା।

ଚଳିତ ଆର୍ଥିକ ବର୍ଷରେ ଏହି ଦୁଇଟି ପର୍ଯ୍ୟାୟରେ ବର୍ତ୍ତମାନ ସୁଦ୍ଧା ମୋଟ ୨୪୭.୦୩ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି।

ସେହିପରି ୨୦୨୬-୨୭ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବ୍ୟାଙ୍କ ଋଣ ଯୋଗାଣର ଲକ୍ଷ୍ୟ ୨୦,୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି।

ଗର୍ଜିଲେ ମିସନ ଶକ୍ତି ମହିଳା: ନିମାପଡ଼ା ବ୍ଲକ ଘେରିଲେ ଇସି ମେମ୍ବର କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଲକ୍ଷପତି ଦିଦି ଯୋଜନାର ଅଧିକ ପ୍ରୋତ୍ସାହନ ଓ ବ୍ୟାପକ ପ୍ରସାର ପାଇଁ  କଲେକ୍ଟିଭ୍ ଫର୍ ଇଣ୍ଟିଗ୍ରେଟେଡ୍ ଲାଇଭଲିହୁଡ୍ ଇନିସିଏଟିଭ୍ସ'( ସିଆଇଏନଆଇ) ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ( ଏମଓୟୁ) ସ୍ୱାକ୍ଷରିତ ହୋଇଛି।

ମହିଳା ଏସଏଚଜି ମଧ୍ୟରେ ପରିବେଶ ଅନୁକୂଳ ସବୁଜ ଉଦ୍ୟୋଗିତାର ପ୍ରସାର ଓ ଅକ୍ଷୟ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ( ଓରିଡ଼ା) ସହିତ ଅନ୍ୟ ଏକ ସହଯୋଗୀ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଛି।

ମିସନ ଶକ୍ତି ପୁନର୍ଗଠନ ପାଇଁ ଜାରି ମାର୍ଗଦର୍ଶିକାକୁ ଝଟକା: ସରକାରଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ ଏହି କାର୍ଯ୍ୟକ୍ରମରେ ମିସନ ଶକ୍ତି ବିଭାଗର କମିସନର ତଥା ଶାସନ ସଚିବ ମାନସୀ ନିମ୍ଭାଲ, ନିର୍ଦ୍ଦେଶିକା ଡଃ ମୋନିକା ପ୍ରିୟଦର୍ଶିନୀ, ଆବାହକ,  ଏସଏଲବିସିଙ୍କ  ସମେତ ବିଭାଗର ବରିଷ୍ଠ ଅଧିକାରୀ, ବ୍ୟାଙ୍କ ଓ ସହଯୋଗୀ ସଂସ୍ଥା, ଓରିଡ଼ା ଏବଂ ସିଆଇଏନଆଇର ପ୍ରତିନିଧିମାନେ ତଥା ସମସ୍ତ ଜିଲ୍ଲାର ଅଧିକାରୀ ଓ  ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଭାଷୀ ମାଧ୍ୟମରେ ଯୋଗଦେଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।