Accident: ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
"ରାଇରଙ୍ଗପୁର/ବାସିଙ୍ଗି: ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା ବାଇକ ଆରୋହୀ ମୃତ।
ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଛକ ନିକଟରେ।
ମୃତ ଯୁବକ ଜଣକ ମୟୂରଭଂଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବରଗିଡ଼ିହି ଗ୍ରାମର ଘାସିରାମ ମହାନ୍ତଙ୍କ ପୁଅ ଚିନ୍ମୟ ମହାନ୍ତ (୨୬)।
Advertisment ତେବେ ମୃତ ଯୁବକ ଜଣକ ବହଳଦା ପାନୀୟ ଜଳ ବିଭାଗ କାର୍ଯାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବରେ କାର୍ଯରତ ଥିଲେ।
ସେ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଦୂର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।
ଘଟଣାସ୍ଥଳରୁ ବହଳଦା ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଦୂର୍ଘଟଣା ଗ୍ରସ୍ତ ବାଇକ୍କୁ ପୁଲିସ ଜବତ କରି ଏକ ମାମଲା ରୁଜୁ କରିଛି।
ଚିନ୍ମୟଙ୍କ ବିୟୋଗରେ ରାଇରଙ୍ଗପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Biker Killed: ଇନୋଭା ଧକ୍କାରେ ବାଇକ ଆରୋହୀ ମୃତ, ଚାଳକ ଅଟକ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।