Accident: ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଖସିଲା ବଲେରୋ, ୫ ଗୁରୁତର

Sep 11, 2026 - 11:09
Accident: ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଖସିଲା ବଲେରୋ, ୫ ଗୁରୁତର

"ମୈଦଲପୁର: ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଖଡକା ଜଙ୍ଗଲ ନିକଟରେ ଏକ ବଲେରୋ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାରୁ ୨୦ ଫୁଟ ତଳକୁ ଖସି ୫ ଜଣ ଗୁରୁତର ହୋଇଛନ୍ତି।

୩ ଜଣ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।

ଗୁରୁତର ସମସ୍ତଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି।

ଘଟଣା ସ୍ଥଳରେ ମୈଦଲପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।Advertisment ଡ୍ରାଇଭର ସହ ୮ ଜଣ ଟାୱାର ତିଆରି କରିବାକୁ ଯାଉଥିଲେ ସୂଚନା ପ୍ରକାରେ ଆଜି ସକାଳ ୮ ଘଣ୍ଟା ସମୟରେ ନବରଙ୍ଗପୁର ଠାରୁ କଳାହାଣ୍ଡି ଜିଲ୍ଲା କୋକସରା ଏକ ବଲେରୋ ଯୋଗେ ଡ୍ରାଇଭର ସହ ୮ ଜଣ ଟାୱାର ତିଆରି କରିବାକୁ ଯାଉଥିଲେ।

ଖଡକା ଜଙ୍ଗଲ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ୨୦ ଫୁଟ ତଳକୁ ଖସି ଯାଇଥିଲା।

ଫଳରେ ୮ ଜଣଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋଇଛନ୍ତି।

ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ମେଡିକାଲ ନିଆଯାଇଥିଲା।

ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ରହିଛି।

ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Odisha Vigilance: ବାରିପଦାରେ ଭିଜିଲାନ୍ସ ଜାଲରେ ଦୁଇ ଅଡିଟ୍ ଅଫିସର: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ବୋଲେରୋ ଜବତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।