Youth Goes Missing: ପୋଲ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ବିବାହିତ ଯୁବକ ନିଖୋଜ
"ରାଉରକେଲା: ପାରିବାରିକ କଳହରୁ ଉତ୍ତେଜିତ ହୋଇ ଜଣେ ମହିଳାଙ୍କ ଆଗରେ ପୋଲ ଉପରୁ ବ୍ରାହ୍ମଣୀନଦୀକୁ ଡେଇଁ ନିଖୋଜ ହୋଇଯାଇଛନ୍ତି ଜଣେ ଯୁବକ l ଆଜି ସକାଳ ପ୍ରାୟ ୮ଟାରେ ବ୍ରାହ୍ମଣୀ ନୂଆ ପୋଲ ଉପରେ ଏମିତି ଅଭାବନୀୟ ଘଟଣା ଘଟିଛି l ବ୍ରାହ୍ମଣୀତରଙ୍ଗ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି lAdvertisment ଗାଡ଼ିଚାଳକ ପୁଲିସ ଓ ଅଗ୍ନିଶମ କାର୍ଯ୍ୟାଳୟକୁ ଖବର ଦେଇଥିଲେ ଉଦିତନଗରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ଶିବରାମ ସାହୁ ପରିବାର ସହ ରହନ୍ତି l ଆଜି ସକାଳେ କୌଣସି କଥାକୁ ନେଇ ପରିବାରରେ କଳି ଝଗଡା ହୋଇଥିଲା l ଶିବରାମ ପ୍ଲାଣ୍ଟସାଇଟରେ ରହୁଥିବା ଜଣେ ମହିଳାଙ୍କୁ ଡାକିଥିଲେ l ମହିଳା ଜଣକ ଘରେ ପହଂଚିବାପରେ ଶିବରାମ କଥା ହୋଇଥିଲେ l ପରେ ତାଙ୍କୁ ନିଜ କାରରେ ବସାଇ ବେଦବ୍ୟାସ ଟିସିଆଇ ଛକ ପର୍ଯ୍ୟନ୍ତ ଯାଇଥିଲେ l ସେଠାରେ ତାଙ୍କ ଆଗରେ କାର ଭିତରେ କିଛି ଔଷଧ ଖାଇଦେଇଥିଲେ l ମହିଳା ଜଣକ ବାରଣ କରିବା ସହ ବୁଝାସୁଝା କେଇଥିଲେ ଶିବରାମ ମାନି ନଥିଲେ l ସେଠାରୁ ତାଙ୍କୁ ପୁଣି ଗାଡ଼ିରେ ବସାଇ ବ୍ରାହ୍ମଣୀ ନୂଆ ପୋଲ ଉପରୁ ଆସିଥିଲେ l ମହିଳା ଜଣକ ପଛ ସିଟରେ ଗାଡ଼ିରେ ବସିଥିବା ବେଳେ ଶିବରାମ ହଠାତ ଓହ୍ଲାଇ ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ l ମହିଳା ଜଣକ ଗାଡ଼ିରୁ ବାହାରି ଶିବରାମଙ୍କୁ ବଞ୍ଚାଇବାକୁ ପାଟି କରିଥିଲେ l ରାସ୍ତାରେ ଯାଉଥିବା ଗାଡ଼ିଚାଳକ ଏ ସଂକ୍ରାନ୍ତରେ ପୁଲିସ ଓ ଅଗ୍ନିଶମ କାର୍ଯ୍ୟାଳୟକୁ ଖବର ଦେଇଥିଲେ l କୁହାଯାଉଛି ଶିବରାମ ମହିଳାଙ୍କୁ ଭଲ ପାଉଥିବାରୁ ପରିବାର ସହ କଳି ଝଗଡା ହେଉଥିଲା l ଶିବରାମଙ୍କ ନିଜ ପତ୍ନୀ ଓ ତାଙ୍କ ପରିବାର ମହିଳାଙ୍କ ସହ ନ ମିଶିବାକୁ ବାରଣ କରୁଥିଲେ ହେଁ ସେ ମାନୁ ନ ଥିଲେ l ପୁଲିସ ଘଟଣାର ତଦନ୍ତ ଚଳାଇଛି l Shot Dead: ଗୁଳିମାଡ଼ରେ ସମିତି ସଭ୍ୟଙ୍କ ମୃତ୍ୟୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।