Accident: ସିରିଜ୍ ଦୁର୍ଘଟଣାରେ ଯୁବକ ମୃତ, ୩ ଗୁରୁତର

Oct 01, 2026 - 16:22
Accident: ସିରିଜ୍ ଦୁର୍ଘଟଣାରେ ଯୁବକ ମୃତ, ୩ ଗୁରୁତର

"ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ୍‌ ଦୁର୍ଘଟଣାଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ଭାଗ୍ୟଲକ୍ଷ୍ମୀ ନଗର ଅଞ୍ଚଳର ଟୁକୁନା ଆଚାରୀ।

ଗୁରୁତର ଆହତମାନେ ହେଲେ ବୁଡୁ ଗୌଡ଼, ଆକାଶ ଗୌଡ଼ ଓ ପ୍ରଶାନ୍ତ ଶବର।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ବସ୍‌କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା।

ଧକ୍କା ପରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ସ୍କୁଟି ବାଇକ୍‌ ଗୁଡିକ ଉପରେ ଚଢ଼ିଯାଇଥିଲା।

ଏହି ସମୟରେ ଟୁକୁନା ବସ୍‌ ଚକା ତଳେ ଚାପି ଯାଇଥିଲେ।Advertisment ଆହୁରି ପଢନ୍ତୁ: Youth Congress: ପାଲାୟମ୍‌ ହିଂସା: ୧୬୦ ଯୁବ କଂଗ୍ରେସ ଓ ଏସ୍‌ଏଫ୍‌ଆଇ କର୍ମୀ ବିରୋଧରେ ମାମଲା  ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାୱାର୍‌ କଟର୍‌ ସାହାଯ୍ୟରେ ବସ୍‌କୁ କାଟି ଟୁକୁନାଙ୍କୁ ଉଦ୍ଧାର କରିଥିଲା।

ଘଟଣା ସ୍ଥଳରେ ପହଂଚି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଟୁକୁନାଙ୍କ ସମେତ ଗୁରୁତର ଆହତମାନଙ୍କୁ ନିଜ ଗାଡ଼ିରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ।

ସେଠାରେ ଡାକ୍ତର ଟୁକୁନାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ପରେ ଛତ୍ରପୁର ମେଡିକାଲରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ, ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ତେବେ ଚମାଖଣ୍ଡି ଥାନା ପୁଲିସ ଟ୍ରକ୍‌ଟିକୁ କାଳିଆବାଲି ରାସ୍ତାରେ ପିଛା କରି ଧରିଥିବା ସୂଚନା ମିଳିଛି।

ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।