Accident: ସ୍କୁଟିକୁ ଧକ୍କା ଦେଲା ବାଇକ୍, ମହିଳା ଗୁରୁତର

Sep 03, 2026 - 14:39
Accident: ସ୍କୁଟିକୁ ଧକ୍କା ଦେଲା ବାଇକ୍, ମହିଳା ଗୁରୁତର

"ବରୀ: ଯାଜପୁର ଜିଲ୍ଲା ବରୀ ବରୁହାଁ ମୁଖ୍ୟରାସ୍ତାର ସନ୍ଥନ ଛକଠାରେ ଗୁରୁବାର ସକାଳେ ଏକ ସ୍କୁଟିକୁ ବାଇକ୍ ଧକ୍କା ଦେବା ଫଳରେ ସ୍କୁଟିରେ ଥିବା ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ଆହତ ମହିଳା ହେଉଛନ୍ତି ନେଉଳା ଗ୍ରାମର ସରିତା ବେହେରା ।

ସରିତା ନିଜ ପିଲାକୁ ଆଦର୍ଶ ବିଦ୍ୟା‌ଳୟରେ ଛାଡ଼ିବାକୁ ସ୍କୁଟିରେ ଯାଇଥିଲେ।

ସ୍କୁଲରେ ଛାଡ଼ି ଫେରୁଥିବା ବେଳେ ସନ୍ଥନ ଛକରେ ବରୀରୁ ବାଲିଆପାଳ ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ ପଲସର ବାଇକ୍ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା।Advertisment ଆହୁରି ପଢନ୍ତୁ: BSP Mayawati: ପୁଣି ପଲଟି ମାରିଲେ ମାୟାବତୀ: କହିଲେ, ଆକାଶ ଆନନ୍ଦ ଏବେ ଅପରିପକ୍ୱ ବଡ଼ ଦାୟିତ୍ବ ଦେବା ଠିକ୍ ନୁହେଁ ଫଳରେ ସରିତା ଘଟଣାସ୍ଥଳରେ ପଡ଼ିଯାଇ ତାଙ୍କର ମୁଣ୍ଡ ଫାଟିଯିବା ସହିତ ହାତର ଆଙ୍ଗୁଳି ମଧ୍ୟ ଭାଙ୍ଗିଯାଇଛି।

ତାଙ୍କର ଗୋଡ଼ରେ ମଧ୍ୟ ଆଘାତ ଲାଗିଛି।

ତୁରନ୍ତ ତାଙ୍କୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା ପରେ ଯାଜପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣାସ୍ଥଳରେ ପୁଲିସ ପହଂଚି ଉଭୟ ଗାଡ଼ିକୁ ଜବତ କରିଥିବା ଜଣାପଡ଼ିଛି।

ବାଇକ୍ ଚାଳକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।