Accident: ହାଟରୁ ଘରକୁ ଫେରିବା ବାଟରେ ଛକି ବସିଥିଲା ମୃତ୍ୟୁ!
"ବୈଶିଙ୍ଗା (ଦୀପକ କୁମାର ସିଂହ): ହାଟରୁ ଘରକୁ ଫେରୁଥିଲେ।
ମନରେ ଥିଲା ଘରେ ପହଞ୍ଚିବାର ଆଶା, ହେଲେ ବାଟରେ ଛକି ବସିଥିଲା ମୃତ୍ୟୁ।
ଏକ ଅଜଣା ଗାଡ଼ିର ଧକ୍କାରେ ଚାଲିଗଲା ଜଣେ ଦିନମଜୁରିଆଙ୍କ ଜୀବନ।
ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର କଳମା ବାଇପାସ ନିକଟରେ ଘଟିଛି ଏହି ଦୁଃଖଦ ସଡ଼କ ଦୁର୍ଘଟଣା।Advertisment ମୃତକ ହେଉଛନ୍ତି କଳମା ପଞ୍ଚାୟତ ଅନ୍ତର୍ଗତ କାନ୍ଥି ବାବୁସାହି ଗ୍ରାମର ଥାର୍ପା ସିଂ (୪୭)।
ସେ ଦିନମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ।
ବୁଧବାର କାମ ସାରି ପଦ୍ମପୁର ହାଟକୁ ଯାଇଥିବା ବେଳେ ସାଇକେଲ ଯୋଗେ ଘରକୁ ଫେରୁଥିଲେ।
ହେଲେ କଳମା ବାଇପାସ ନିକଟରେ ସାମ୍ନା ପଟୁ ଦ୍ରୁତଗତିରେ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେବା ସହ ତାଙ୍କ ଉପରେ ଚଢ଼ି ଯାଇଥିଲା।
ଦୁର୍ଘଟଣା ପରେ ଗାଡ଼ିଟି ଅଟକିବା ପରିବର୍ତ୍ତେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ଫଳରେ ଘଟଣାସ୍ଥଳରେ ହିଁ ଥାର୍ପାଙ୍କ ମୃତ୍ୟୁ ହୋଇଥିଲା।
ପୁଲିସ ତୁରନ୍ତ ଜାରିଘଟଣା ସମ୍ପର୍କରେ ଖବର ପାଇ ବୈଶିଙ୍ଗା ପୁଲିସ ତୁରନ୍ତ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ମୃତକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ବଡ଼ ଡାକ୍ତରଖାନାକୁ ପଠାଇଥିଲା।
ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଅଜଣା ଗାଡ଼ିକୁ ଚିହ୍ନଟ କରିବା ସହ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।
ଏକ ଦୁର୍ଘଟଣାରେ ଲିଭିଗଲା ଜଣେ ଶ୍ରମଜୀବୀଙ୍କ ଜୀବନଦୀପ।
ଘରକୁ ଫେରିବାର ଅପେକ୍ଷାରେ ଥିବା ପରିବାର ପାଇଁ ଏହି ଖବର ଆଣିଦେଲା ଅସହ୍ୟ ଦୁଃଖ।
Two Bikers Killed: ସୁନ୍ଦରଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।