Ravenshaw University Tension: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି, ଛାତ୍ର ବିଜେଡିର ଧାରଣା, ୩ ପ୍ଲାଟୁନ୍‌ ପୁଲିସ ମୁତୟନ

Oct 14, 2026 - 22:43
Ravenshaw University Tension: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି, ଛାତ୍ର ବିଜେଡିର ଧାରଣା, ୩ ପ୍ଲାଟୁନ୍‌ ପୁଲିସ ମୁତୟନ

"କଟକ: ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ସୃଷ୍ଟି‌ ହୋଇଛି।

ଛାତ୍ର ବିଜେଡିର ପ୍ରାର୍ଥୀଙ୍କୁ ସମର୍ଥନ ଦେଉଥିବା ଏକ ରିସର୍ଚ୍ଚ ସ୍କଲାର୍‌ଙ୍କୁ ଏବିଭିପିର ସଦସ୍ୟମାନେ ମାଡ଼ ମାରିଥିବା ଅଭିଯୋଗ କରି ଛାତ୍ର ବିଜେଡି ପକ୍ଷରୁ ଫାଟକ ସମ୍ମୁଖରେ ଧାରଣା ଦିଆଯାଇଛି।Advertisment ପରିସ୍ଥିତିକୁ ଦେଇ ୩ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

କଟକରେ ରାଷ୍ଟ୍ରପତି: "ରେଭେନ୍‌ସା ଶିକ୍ଷାର ଶାଳଗ୍ରାମ"ଧାରଣାରତ ଛାତ୍ର ବିଜେଡି ପାର୍ଥୀଙ୍କ ଅଭିଯୋଗ ହେଲା, ତାଙ୍କୁ ସମର୍ଥନ କରୁଥିବା ଜେଣେ ରିସର୍ଚ୍ଚ ସ୍କଲାରଙ୍କୁ ବିପକ୍ଷ ଗୋଷ୍ଠିର କିଛି ଛାତ୍ର ଓ ଅଣଛାତ୍ର ରେଭେନ୍ସା ଗେଟ ନମ୍ବର ୨ ନିକଟରେ ମାଡ଼ ମାରିଛନ୍ତି।

କୁଳପତିଙ୍କୁ ଘଟଣା ସ୍ଥଳକୁ ଆସି ସମସ୍ୟା ଶୁଣିବା ସହ ଅଣଛାତ୍ର ପ୍ରବେଶ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Ravenshaw University ୭ ଦିନ ମଧ୍ୟରେ ସରକାରୀ କ୍ବାର୍ଟର ଦଖଲ ଓ ବକୟା ଆଦାୟ ତଥ୍ୟ ଦେବାକୁ ରେଭେନ୍‌ସା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶପୁଲିସ ପକ୍ଷରୁ କୁହାଯାଇଛି, ସମ୍ପ୍ରତି ପରିସ୍ଥିତି ନିୟନ୍ତ୍ରଣରେ ରହିଛି।

ଆସନ୍ତା କାଲି ଛାତ୍ର ସଂସଦ ନିର୍ବାଚନ ଥିବା ବେଳେ ଗଣ୍ଡଗୋଳକୁ ଦେଖି ରେଭେନ୍ସରେ ୩ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।