Accidet: ଗମ୍ଭୀର ନିଦ୍ରାରେ ଶୋଇଥିଲେ ଯାତ୍ରୀ; ଟ୍ରକ୍ କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୫ଜଣଙ୍କ ମୃତ୍ୟୁ
"ଅହମ୍ମଦାବାଦ: ଗୁଜୁରାଟର ଆନନ୍ଦ ଜିଲ୍ଲା ଦେଇ ଯାଇଥିବା ଅହମଦାବାଦ-ଭଦୋଦରା ଏକ୍ସପ୍ରେସୱେରେ ବୁଧବାର ଭୋରରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।
ସୁରଟରୁ ରାଜସ୍ଥାନ ଯାଉଥିବା ଏକ ବିଳାଶପୂର୍ଣ୍ଣ ବସ୍ ଏକ ଟ୍ରକ୍ କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି।Advertisment ଫସି ରହିଥିବା ଯାତ୍ରୀ ଉଦ୍ଧାର ସୂଚନା ଅନୁଯାୟୀ, ଏକ ଘରୋଇ ବସ 'ସାଇ ଦର୍ଶନ ଟ୍ରାଭେଲ୍ସର' ସୁରଟରୁ ଯାତ୍ରୀମାନଙ୍କୁ ନେଇ ରାଜସ୍ଥାନ ଯାଉଥିଲା।
ବୁଧବାର ଭୋର ପ୍ରାୟ ୪ଟା ସମୟରେ ବସ୍ ଆନନ୍ଦରୁ ନାଦିଆଦ ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା।
ଦୁର୍ଘଟଣା ସମୟରେ ବସ୍ ର ଅଧିକାଂଶ ଯାତ୍ରୀ ଗଭୀର ନିଦ୍ରାରେ ଥିଲେ।
ଧକ୍କା ଏତେ ଜୋରଦାର ଥିଲା ଯେ ବସ୍ ରେ ଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ଆମ୍ବୁଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା।
Houthi Rebels: ଲାଡେନକୁ ଯୋଦ୍ଧା କହିଥିବା ପାକିସ୍ତାନୀ ଧର୍ମଗୁରୁ ହୁତିଙ୍କୁ କହିଲେ ଆତଙ୍କବାଦୀ ଗୁରୁତର ଆହତ ୫ ଜଣଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି।
ସେହିପରି ମୃତଦେହକଗୁଡ଼ିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
ଦୁର୍ଘଟଣାର କାରଣ ନେଇ ପୁଲିସ ତଦନ୍ତ ଜାରି ରଖିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।