Accused Admits Taking ₹2 Crore: ୨ କୋଟି ଖାଇଥିବା ମାନିଲା ଅଭିଯୁକ୍ତ, କହିଲା କଣ କଣ କରିଛି

Aug 24, 2026 - 15:32
Accused Admits Taking ₹2 Crore: ୨ କୋଟି ଖାଇଥିବା ମାନିଲା ଅଭିଯୁକ୍ତ, କହିଲା କଣ କଣ କରିଛି

ସରକାରୀ ତହବିଲରୁ ୩ କୋଟିରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗରେ ପୂର୍ବତନ ରାଜସ୍ବ ସହାୟକଙ୍କ ଘରେ ଭିଜିଲାନ୍ସ ରେଡ୍। ଜଗତସିଂହପୁର-ନାଉଗାଁ ତହସିଲର ପୂର୍ବତନ ରାଜସ୍ୱ ସହାୟକ ଭଞ୍ଜ କିଶୋର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି। ରଘୁନାଥପୁର ବ୍ଲକ ପାଟେଣୀ ଗାଁ ସ୍ଥିତ ପୈତୃକ ବାସ ଭବନ ସହିତ ତାଙ୍କ ଅଫିସ, ଶ୍ବଶୁର ଘର ଆଦି ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।

ତିର୍ତ୍ତୋଲ ବ୍ଲକରେ କାର୍ଯ୍ୟରତ ଥିବା ବେଳେ ଭଞ୍ଜ କିଶୋର ୩ କୋଟି ୨ଲକ୍ଷ ୯୫ ହଜାର ଟଙ୍କାର ଦୁର୍ନୀତି କରିଥିଲେ। ଏହି ଅଭିଯୋଗରେ ଗତ ୧୨ ଅଗଷ୍ଟରେ ଭଞ୍ଜ କିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ। ତଦନ୍ତ ବେଳେ ପ୍ରାୟ 2 କୋଟି ଟଙ୍କାର ଦୁର୍ନୀତି କରିଥିବା କଥା ମାନିଥିଲା। ଏହି ଟଙ୍କାରେ ସେ 7 ହଜାର ବର୍ଗଫୁଟର ଏକ ବିଶାଳ କୋଠା, ଟେଣ୍ଟ ହାଉସ୍ ବିଜିନେସ ଓ ଅନ୍ୟ ମୂଲ୍ୟବାନ ସଂପତ୍ତି କରିଥିବା କଥା ଭିଜିଲାନ୍ସ ଆଗରେ ମାନିଛି ।...

ସରକାରୀ ତହବିଲରୁ ୩ କୋଟି ହଡ଼ପ ଅଭିଯୋଗ ମାମଲା
ଜଗତସିଂହପୁର ନାଉଗାଁରେ ପୂର୍ବତନ ରାଜସ୍ବ ସହାୟକଙ୍କ ଘରେ ରେଡ୍
ଭଞ୍ଜକିଶୋର ବେହେରାଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍
ପୈତୃକ ବାସଭବନ ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍
ତିର୍ତ୍ତୋଲ ବ୍ଲକରେ କାର୍ଯ୍ୟ ସମୟରେ ହୋଇଥିଲା ୩ କୋଟିର ଦୁର୍ନୀତି
ଗତ ୧୨ରେ ଭଞ୍ଜକିଶୋରଙ୍କୁ ଗିରଫ କରିଥିଲା ଭିଜିଲାନ୍ସ
୨ କୋଟି ଟଙ୍କାର ସଂପତ୍ତି ଅର୍ଜିଥିବା ମାନିଲା ଭଞ୍ଜକିଶୋର 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।