ACF Soumya Mahapatra Death Case: ଜେଲ୍ ଗଲେ ବିଦ୍ୟାଭାରତୀ, ACF ସୌମ୍ୟ ମୃତ୍ୟୁ ମାମଲାରେ ବଡ଼ ମୋଡ଼
ବହୁଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼।
ଜେଲ୍ ଗଲେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା।
ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହେବା ପରେ ସେ ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ।
ଏହାପରେ ତାଙ୍କର ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ପାରଳାଖେମୁଣ୍ଡି ସବ୍ଜେଲ୍ ପଠାଯାଇଛି।
Advertisment ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦୀର୍ଘ ଦିନ ଧରି ରାଜ୍ୟରେ ଚର୍ଚ୍ଚାରେ ରହିଛି।
ଏହି ମାମଲାରେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନକୁ ଗତ ୩୧ ତାରିଖରେ ହାଇକୋର୍ଟ ଖାରଜ କରିଥିଲେ।
ଏହାପରେ ଆଜି ସେ ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ।
ଜାମିନ ନମିଳିବାରୁ ତାଙ୍କୁ ଜେଲ୍ ଯିବାକୁ ପଡ଼ିଛି।
ଏହି ମାମଲାରେ ପୂର୍ବରୁ ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ମଧ୍ୟ କୋର୍ଟରେ ଆତ୍ମସମର୍ପଣ କରି ଜେଲ୍ ଯାଇଛନ୍ତି।
ସେହିପରି ସୌମ୍ୟଙ୍କ ବାପାଙ୍କ ଅଭିଯୋଗ ଆଧାରରେ ତତ୍କାଳୀନ ରୋଷେୟା ମନ୍ମଥ କୁମ୍ଭଙ୍କୁ ଗତ ସେପ୍ଟେମ୍ବରରେ ଗିରଫ କରାଯାଇଥିଲା।
ସେ ମଧ୍ୟ ପାରଳାଖେମୁଣ୍ଡି ସବ୍ଜେଲ୍ରେ ଅଛନ୍ତି।
Advertisment ସୌମ୍ୟଙ୍କ ବାପା ବିଦ୍ୟାଭାରତୀ, ସଂଗ୍ରାମ କେଶରୀ ବେହେରା ଓ ମନ୍ମଥ କୁମ୍ଭଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।
ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦେବାକୁ ସେ ଦାବି କରିଛନ୍ତି।
ବିଦ୍ୟାଭାରତୀ ଜେଲ୍ ଯିବା ପରେ ପୁଣି ଥରେ ଚର୍ଚ୍ଚାକୁ ଫେରିଛି ସୌମ୍ୟ ମୃତ୍ୟୁ ମାମଲା।
ତେବେ ମାମଲାରେ ଅଭିଯୋଗର ସତ୍ୟତା ଓ ଦୋଷୀ କିଏ, ତାହା ଆଇନଗତ ପ୍ରକ୍ରିୟାରେ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।