ACF Soumya Ranjan Death Case: ୫ ବର୍ଷ ପରେ ସରେଣ୍ଡର୍ କଲେ ବିଦ୍ୟାଭାରତୀ, ପାରଳାଖେମୁଣ୍ଡି ଜେଲ୍ ଗଲେ!

Nov 02, 2026 - 21:04
ACF Soumya Ranjan Death Case: ୫ ବର୍ଷ ପରେ ସରେଣ୍ଡର୍ କଲେ ବିଦ୍ୟାଭାରତୀ, ପାରଳାଖେମୁଣ୍ଡି ଜେଲ୍ ଗଲେ!

୫ ବର୍ଷର ନ୍ୟାୟିକ ଲଢ଼େଇ...ନ୍ୟାୟ ପାଇଁ ତଥାପି ଚାଲିଛି ସଂଘର୍ଷ...ବୃଦ୍ଧ ବୟସରେ ଭେଣ୍ଡିଆ ଅଫିସର ପୁଅର ମୃତ୍ୟୁ ପରଠୁ ବାପା ମା ବା ଆଉ କ'ଣ ଚାହିଁବେ, ସବୁଦିନ ପାଇଁ ଫଟୋରେ ରହିଯାଇଥିବା ପୁଅକୁ ଭାଳି ଭାଳି ଲୁହ ଗଡ଼ାଉଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଉପରକୁ ସବୁ ଛାଡ଼ି ଦେଇଛନ୍ତି।

କାରଣ ଦୀର୍ଘଦିନ ଧରି ଦାବି କରିଆସୁଥିଲେ ବୋହୂ ବିଦ୍ୟାଭାରତୀଙ୍କୁ ଗିରଫ ପାଇଁ।

ଆଉ ଆଜି ଆତ୍ମସମର୍ପଣ ସହ ଜେଲ୍ ଯିବା ପରେ ଏବେ ଆଶା ରଖିଛନ୍ତି ନ୍ୟାୟ ମିଳିବ ବୋଲି।

ଏବେ ପୂର୍ବତନ ACF ସୌମ୍ୟରଂଜନ ମହାପାତ୍ରଙ୍କ ବାପା ଅଭିରାମ ମହାପାତ୍ର ଏବଂ ମା ତୁଳସୀ ମହାପାତ୍ରଙ୍କୁ ଆଶ୍ବସ୍ତ କରିଥିବ ନିଶ୍ଚୟ।

କାରଣ ବୋହୂ ବିଦ୍ୟାଭାରତୀ।

ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରୁ ସବୁ ବାଟ ବନ୍ଦ ହେବା ପରେ ଶେଷରେ ଆତ୍ମସମର୍ପଣ କରିଥିବା ବିଦ୍ୟାଭାରତୀଙ୍କୁ ଆଜି ପାରଳାଖେମୁଣ୍ଡି ସବ ଜେଲକୁ ପଠାଇଦିଆଯାଇଛି।

ଏ ହେଉଛି ସେହି ସବ୍ ଜେଲ୍ ଯେଉଁଠି ପୂର୍ବରୁ ବିଚରାଧୀନ ବନ୍ଦୀ ଭାବେ ରହି ଆସିଛନ୍ତି ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ।

ଏବେ ଗୋଟିଏ ଜେଲରେ ୩ ଜଣ।

ତେବେ ଅଦାଲତଙ୍କ ରାୟକୁ ତର୍ଜମା କରି ଉପର କୋର୍ଟଙ୍କ ଦ୍ବାରସ୍ଥ ହେବୁ ବୋଲି କହିଛନ୍ତି ବିଦ୍ୟାଭାରତୀଙ୍କ ଓକିଲ।

Advertisment ୨୦୨୧, ଜୁଲାଇ ୧୨।

ସେଦିନ ରାତିରେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରେ ଅତି ରହସ୍ୟଜନକ ଭାବେ ନିଆଁରେ ଜଳିଯାଇଥିଲେ ତତ୍କାଳୀନ ACF ସୌମ୍ୟରଂଜନ ମହାପାତ୍ର।

ପରେ କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଥିଲେ।

ତେବେ କାହିଁକି ଓ କିଭଳି ଭାବେ ଜଳିଗଲେ ସୌମ୍ୟ ?

ଆଜି ବି ରହସ୍ୟ ହୋଇରହିଛି ସମ୍ପୂର୍ଣ୍ଣ ମାମଲା।

ଦୀର୍ଘ ୫ ବର୍ଷ ଧରି ନ୍ୟାୟିକ ଲଢ଼େଇ ଲଢ଼ୁଥିବା ବାପା ଅଭିରାମ ଆଜି ବି ପୁଅର ମୃତ୍ୟୁକୁ ଗ୍ରହଣ କରିପାରୁନାହାଁନ୍ତି, ଆଜି ବି କହୁଛନ୍ତି ହତ୍ୟା କରାଯାଇଛି।

କିନ୍ତୁ ନାନା ପ୍ରଶ୍ନ ଏବଂ ଆଶଙ୍କା ଭିତରେ ପ୍ରଥମେ ପାରଳାଖେମୁଣ୍ଡି ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ଦର୍ଶାଇଥିଲା।

ତାସହ କେବଳ ବିଦ୍ୟାଭାରତୀଙ୍କ ବିରୋଧରେ IPCର ଧାରା ୨୮୫ ଏବଂ ୩୦୪-A ଅଧୀନରେ ଚାର୍ଜସିଟ୍ ଦାଖଲ କରି ତତ୍କାଳୀନ DFO ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଦେଇଥିଲା କ୍ଲିନ୍ ଚିଟ୍।

ଯାହାକୁ ଚ୍ୟାଲେଞ୍ଜ କରି ସୌମ୍ୟଙ୍କ ପରିବାର ପାରଳାଖେମୁଣ୍ଡି SDJM କୋର୍ଟରେ ଦାଖଲ କରିଥିଲେ ପ୍ରୋଟେଷ୍ଟ ପିଟିସନ୍।

ତାହାରି ଭିତରେ କୋର୍ଟଙ୍କୁ ଧରାଛୁଆଁ ଦେଉନଥିଲେ ବିଦ୍ୟାଭାରତୀ।

ପରେ ପାରଳାଖେମୁଣ୍ଡି SDJM କୋର୍ଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ବି ରହିଥିଲା।

ତଥାପି ସେ ସମୟ ଗଡ଼ାଇ ଚାଲିଥିଲେ।

ଆଉ ଶେଷରେ ଆଜି କରିଥିଲେ ସରେଣ୍ଡର।

ଏବେ ବାପା ଅଭିରାମ ମହାପାତ୍ର ଆଶା ରଖିଛନ୍ତି ପୁଅ ଏବଂ ତାଙ୍କୁ ନ୍ୟାୟ ମିଳିବ।

ଏବେ ଗୋଟିଏ ଜେଲରେ ୩ ଜଣ।

ସୌମ୍ୟରଂଜନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ଶୁଣାଣି ପାଇଁ ୫ ବର୍ଷରୁ ଅଧିକ ସମୟ ଲାଗିଥିବାବେଳେ କେବେ ଏବଂ କି ଚୁଡ଼ାନ୍ତ ରାୟ ଦେଉଛନ୍ତି ଅଦାଲତ, ତା'ଉପରେ ସମସ୍ତଙ୍କ ନଜର।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।