ACF Soumyaranjan Death Case: ସୁପ୍ରିମକୋର୍ଟ ପରେ ହାଇକୋର୍ଟରୁ ଝଟକା, ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ
ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଗିରଫ ହେବେ କି ପତ୍ନୀ ବିଦ୍ୟାଭାରତୀ ପଣ୍ଡା ?
ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି।
ବେଲ୍ ପିଟିସନ୍ ଖାରଜ ପରେ ଗିରଫ ହୋଇପାରନ୍ତି ବିଦ୍ୟାଭାରତୀ।
ପୂର୍ବରୁ ତାଙ୍କର ସ୍ପେଶାଲ୍ ଲିଭ୍ ପିଟିସନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ।
ତାପରେ ବିଦ୍ୟାଭରତୀ ପଣ୍ଡାଙ୍କ ଅଡ଼ୁଆ ବଢ଼ିଥିଲା।
ତା ପୂର୍ବରୁ ବିଦ୍ୟାଭାରତୀ ଦାୟର କରିଥିବା ଦୁଇ ଆବେଦନକୁ ହାଇକୋର୍ଟ ବି ଖାରଜ କରିଥିଲେ।
ଏବେ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି।
Advertisment ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଗତ ଜୁଲାଇ ୨୭ରେ ଏସଡିଜେଏମ ଅଦାଲତରେ ଆତ୍ମସମର୍ପଣ କରିଥିଲେ।
ତାଙ୍କ ପରେ ଗିରଫ ହୋଇଥିଲେ ତତ୍କାଳୀନ ରୋଷେୟା ମନ୍ଥଥ କୁମ୍ଭ।
୨୦୨୧ ଜୁଲାଇ ୧୨ ରାତିରେ ସୌମ୍ୟରଞ୍ଜନ ସନ୍ଦେହଜନକ ଅବସ୍ଥାରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ।
୧୩ ତାରିଖ ଦିନ ତାଙ୍କ ମୃତ୍ୟୁ ହୋଇଥିଲା।
ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗରେ ପତ୍ନୀ ବିଦ୍ୟାଭାରତୀ, ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁ ରହିଥିଲା।
...
ଗିରଫ ହେବେ ବିଦ୍ୟାଭାରତୀ!
ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ପତ୍ନୀ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ ଆଗୁଆ ଜାମିନ୍ ଆବେଦନ ଖାରଜ କଲେ ହାଇକୋର୍ଟ ଜାମିନ୍ ଆବେଦନ ଖାରଜ ପରେ ଗିରଫ ହୋଇପାରନ୍ତି Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।