Actress: ଏହି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସିନେମାରେ ଏଯାଏ ନଜର ଆସିନାହାନ୍ତି ଶୀତଲ୍
"ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଶୀତଲଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା "ଯିଏ ଯାହା କହୁ ମୋର ଢୋ"।
ଏହି ଫିଲ୍ମର ନିର୍ଦ୍ଦେଶନାଦେଇଥିଲେ ମୃତ୍ୟୁଞ୍ଜୟ ସାହୁ।
ଏଥିରେ ବାବୁସାନଙ୍କ ବିପକ୍ଷରେ ନଜର ଆସିଥିଲେ ସେ।
Advertisment ଗତ ୧୧ ବର୍ଷ ଧରି ଓଲିଉଡରେ ସକ୍ରିୟ ଅଛନ୍ତି ଏହା ପରେ ଶୀତଲ ଆଗକୁ ଆଗକୁ ମାଡ଼ିଚାଲିଛନ୍ତି।
ସେ ଗତ ୧୧ ବର୍ଷ ଧରି ଓଲିଉଡରେ ସକ୍ରିୟ ଅଛନ୍ତି।
ଗତ ରଜ ଅବସରରେ ମୁକ୍ତିଲାଭ କରିଥିବା "ଛକିଶୂନ"ରେ ତାଙ୍କ ଅନୁଭବଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା।
ଏହି ସମୟ ଭିତରେ ସେ ଓଡ଼ିଆ ସିନେଜଗତର ଅଧିକାଂଶ ଜଣାଶୁଣା ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି।
ହେଲେ ଆପଣ କ"ଣ ଜାଣନ୍ତି କି, ଶୀତଲ୍ ଓଲିଉଡର କେତେଜଣ ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି । dilip panda Photograph: (sambad.in) ସେହି ତାଲିକାରେ ଥିବା ଜଣେ ଲୋକପ୍ରିୟ ନିର୍ଦ୍ଦେଶକ ହେଲେ ଦିଲୀପ ପଣ୍ଡା।
ସେ ୨୦୦୭ରେ ମୁକ୍ତିଲାଭ କରିଥିବା "ରସିକନାଗର" ସିନେମାରୁ ସ୍ବାଧୀନ ଭାବେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ।
ଏହି ସିନେମାରେ ନମ୍ରତା ଥାପା ବନିଥିଲେ ନାୟିକା।
ତାଙ୍କ ସହ ସିଦ୍ଧାନ୍ତ ଥିଲେ ନାୟକ ଭୂମିକାରେ।
ଏହାପରେ ଦିଲୀପ ପଣ୍ଡା ଆଉ ପଛକୁ ଫେରିଚାହିଁନାହାନ୍ତି।
ଇତିମଧ୍ୟରେ ଦିଲୀପ ପଣ୍ଡା ଧୀରେ ଧୀରେ ପ୍ରେମ ହେଲା, "ତୁ ଥିଲେ ମୋ ଡର କାହାକୁ", ହିରୋ- ଏକ ପ୍ରେମ କଥା, "ମେଣ୍ଟାଲ", ହରି ଓମ୍ ହରି, ତୁ ମୋ ସୁନା ଚଢ଼େଇ, କ୍ରିମିନାଲ୍, ଟାଇଗର୍, ଧର୍ମ, ଲେଖିଛି ନାଆଁ ତୋର, "ଲାଗେ ପ୍ରେମ ନଜର" ଓ ଶମ୍ଭୁ ଭଳି ସିନେମା ନିର୍ମାଣ କରିଛନ୍ତି ।
ଏସବୁ ସିନେମାରେ ଦିଲୀପ ବର୍ଷା ପ୍ରିୟଦର୍ଶିନୀ , ରୀୟା, ପ୍ରିୟା, ତମନ୍ନା, ମେଘା, ରାଲି ନନ୍ଦ, ପିଙ୍କି ପ୍ରିୟଦର୍ଶିନୀ, ଏଲସା ଓ ରାଗିଣୀଙ୍କ ଭଳି ନାୟିକାଙ୍କୁ ନେଇଥିଲେ।
କିନ୍ତୁ ଏଥିମଧ୍ୟରୁ କୌଣସି ଗୋଟିକରେ ଶୀତଲଙ୍କୁ ଦେଖିବାକୁ ମିଳିନାହିଁ।
ଦେଖାଯାଉ କେବେ ଏଦୁହେଁ ଏକାଠି କାମ କରୁଛନ୍ତି!
BJP: ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ: "ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ" "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।