Blueprint: ଅପରାଧ ରୋକିବାକୁ ନୀଳ ନକ୍ସା: ସବୁ ଥାନାକୁ ଡିସିପିଙ୍କ ନିର୍ଦ୍ଦେଶ, କଡ଼ାକଡ଼ି ହେବ ପାଟ୍ରୋଲିଂ

Sep 07, 2026 - 08:55
Blueprint: ଅପରାଧ ରୋକିବାକୁ ନୀଳ ନକ୍ସା: ସବୁ ଥାନାକୁ ଡିସିପିଙ୍କ ନିର୍ଦ୍ଦେଶ, କଡ଼ାକଡ଼ି ହେବ ପାଟ୍ରୋଲିଂ

"ଭୁବନେଶ୍ବର: ‌ପାର୍ବଣ ଆରମ୍ଭରୁ ରାଜଧାନୀରେ ଡରାଇଲେଣି ଅପରାଧୀ।

କେଉଁଠି ବଟି ପାଇଁ ତ କେଉଁଠି ଚାନ୍ଦା ପାଇଁ ଦେଖାଉଛନ୍ତି ଦାଦାଗିରି।

ଦଳବଳ ହୋଇ ପହଞ୍ଚି ଯାଉଛନ୍ତି, ନଦେଲେ ଧମକଚମକ ଦେଉଛନ୍ତି।

ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି।

ଖାଲି ଏତିକି ନୁହେଁ, ଅଭ୍ୟାସଗତ ଅପରାଧୀଙ୍କ ଦୌରାତ୍ମ୍ୟ ବି ବଢ଼ିଚାଲିଛି।

ବାର୍‌ରେ ମସ୍ତି କରି ରକ୍ତପାତ ଘଟୁଛି।

କିଛିଦିନ ତଳେ ଦାଦାବଟି ନଦେବାରୁ କ୍ୟାପିଟାଲ୍‌ ଥାନା ଅଞ୍ଚଳରୁ ଯୁବକଙ୍କୁ ଅପହରଣ ଉଦ୍ୟମ, ଖଣ୍ଡଗିରି ଥାନା ଅଞ୍ଚଳରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଭଳି ଘଟଣା ସାମ୍ନାକୁ ଆସିଛି।

ସେହିପରି ପଥରବନ୍ଧ ବସ୍ତିରେ ଦୁଇସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ସତ୍ୟବିହାର ଅଞ୍ଚଳରେ ଏକ ବାର୍‌ରେ ନିଶାଡ଼ିଙ୍କ ଆତଙ୍କ,  କିଛିଦିନ ହେବ ଅପରାଧିଙ୍କ ଏଭଳି ଆତଙ୍କରୁ ରାଜଧାନୀର ଅପରାଧର ଚିତ୍ର ସ୍ପଷ୍ଟ ବାରି ହେଉଛି।

ଭାଇଗିରି ଓ ଅପରାଧୀଙ୍କ ଦୌରାତ୍ମ୍ୟକୁ ରୋକିବାଲାଗି କମିସନରେଟ୍‌ ପୁଲିସ ବିଭିନ୍ନ ଥାନା ଅଞ୍ଚଳରେ ଥିବା ୧୫୦୦ରୁ ଅଧିକ ଅପରାଧୀଙ୍କ ତାଲିକା କରିଛି।

ଖୋଜିଖୋଜି ସେହି ଅପରାଧୀଙ୍କୁ ବନ୍ଧାଯିବ।

ସେମାନଙ୍କୁ ସମ୍ପୃକ୍ତ ଅଞ୍ଚଳରୁ ତଡ଼ିବାଲାଗି ଚିନ୍ତା ମଧ୍ୟ କରାଯାଉଛି।

ଏହିକ୍ରମରେ ଆଜି ଅତର୍କିତଭାବେ ପୁଲିସ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ୩ରୁ ଅଧିକ ବାରରେ ଚଢ଼ଉ କରି ଡିଜେ ଜବତ ସହ ମାଲିକଙ୍କୁ ନୋଟିସ୍‌ ଦେଇଛି।

Advertisment Walkathon for clean air: ସ୍ବଚ୍ଛ ବାୟୁ ପାଇଁ ୱାକାଥନ୍‌: ଚାଲିଲେ ମେୟର, କର୍ପୋରେଟର୍‌, କ୍ରୀଡ଼ାବିତ୍‌ ବସ୍ତିରେ ଲାଗିଲା ନୋଟିସ୍‌, ବାର୍‌ରେ ଚଢ଼ଉତାଲିକାରେ ୧୫୦୦ରୁ ଉର୍ଦ୍ଧ୍ବଙ୍କ ନାମତଡ଼ିପାରେ ହେବେ କୁଖ୍ୟାତଭାଇଗିରି ଓ ବଟିକୁ ନାଁ, ଖୋଜିଖୋଜି ବାନ୍ଧିବ ପୁଲିସ ସେହିପରି  ବିଭିନ୍ନ ବସ୍ତରେ ଜବରଦଖଲ କରି ରହି ଆପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଥିବା ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ବସ୍ତିରେ ନୋଟିସ ଲାଗିଛି।

କରାଯାଇଛି।

ଅପରାଧୀଙ୍କୁ ସାବାଡ଼ ପାଇଁ କମିସ‌ନରେଟ୍‌ ପୁଲିସ ଏଭଳି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି।

ପୂଜା ସମୟରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ସୃଷ୍ଟି ନହୁଏ, ଏଥିପାଇଁ ଡିସିପି ଜଗମୋହନ ମୀନା ସମସ୍ତ ଥାନାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି।

ଅପରାଧରେ ସମ୍ପୃକ୍ତ ଅପରାଧୀମାନଙ୍କୁ ସାମାଜିକ ଭାବେ ବାସନ୍ଦ କରିବାକୁ ବସ୍ଥିର ମୁରବିମାନଙ୍କୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।

Doctor: ଅନୁଗୋଳରେ ଅଧା ଡାକ୍ତର ପଦ ଫାଙ୍କା: ରେଫରାଲ୍‌ କେନ୍ଦ୍ର ପାଲଟିଛି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସେହିପରି ଦାଗୀ ଅପରାଧୀଙ୍କୁ ସପ୍ତାହକୁ ଥରେ ଥାନାରେ ହାଜିରା ଦେବାକୁ ବାଧ୍ୟ କରାଯିବ।

ଏଥିପାଇଁ ଡିସିପିଙ୍କ ନେତୃତ୍ୱରେ ପ୍ରାଥମିକ ପର୍ଯ୍ୟାୟରେ ଅଭ୍ୟାସଗତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।

ପାର୍ବଣକୁ ନେଇ ଉପରମୁହାଁ ହେଉଥିବା ଅପରାଧୀଙ୍କୁ ସାବାଡ଼ ପାଇଁ ଏହି ପ୍ରସ୍ତୁତି କରାଯାଇଛି।

ଖଣ୍ଡଗିରି ଓ ସଦିଦନଗର ଥାନାରେ ସର୍ବାଧିକ ଦାଗୀ ଅପରାଧୀ ଥିବା ଜଣାପଡ଼ିଛି।

ସେହିପରି ମଞ୍ଚେଶ୍ୱର ଥାନା,ଲକ୍ଷ୍ମୀସାଗର, ନୂଆପଲ୍ଲୀ, ଇନଫୋସିଟି, ଇନ୍‌ଫୋଭ୍ୟାଲି, ଏୟାରଫିଲ୍ଡ, ଚନ୍ଦକା ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏମାନଙ୍କ ସଂଖ୍ୟା ମଧ୍ୟ ଚିନ୍ତାଜନକ ରହିଛି।

କମିସନରେଟ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅପରାଧୀ ଦମନ ଅଭିଯାନରେ ଆଗକୁ ଆହୁରି ଅପରାଧୀଙ୍କ ନାଁ ଯୋଡ଼ି ହେବ।

ଅପରାଧ ଛାଡ଼ିପାରୁନଥିବା ଅଭ୍ୟାସଗତଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି।

ଏହାଛଡ଼ା ୩ଜଣଙ୍କୁ ତଡ଼ିପାର ପାଇଁ କମିସନରେଟ୍‌ ପୁଲିସ ତାଲିକା କରିଛି।

ପାର୍ବଣରେ ଜୋରଜବରଦସ୍ତି ଚାନ୍ଦା ମାଗୁଥିବା ଅସାମାଜିକଙ୍କ ରିପୋର୍ଟ କରିବା ପାଇଁ ଟୋଲ୍ ଫ୍ରି ନମ୍ବର ୧୧୨ରେ ଅଭିଯୋଗ କରିବା ପାଇଁ ଡିସିପି ଶ୍ରୀ ମୀନା କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।