Aditi Rao Hydari: ବଲିଉଡ ଅପେକ୍ଷା ସାଉଥ୍‌ରେ ଅଦିତିଙ୍କୁ ମିଳିଛି ଅଧିକ ସଫଳତା

Oct 28, 2026 - 15:01
Aditi Rao Hydari: ବଲିଉଡ ଅପେକ୍ଷା ସାଉଥ୍‌ରେ ଅଦିତିଙ୍କୁ ମିଳିଛି ଅଧିକ ସଫଳତା

ମୁମ୍ବାଇ: ଆଜି ହେଉଛନ୍ତି ବଲିଉଡ ଓ ଦକ୍ଷିଣ ଭାରତୀୟ ସିନେମା ଜଣାଶୁଣା ନାୟିକା ଅଦିତି ରାଓ ହାଇଦରୀଙ୍କ ଜନ୍ମଦିନ।

ବଲିଉଡରେ ୧୭ ବର୍ଷ ପୂରଣ କରିଲେଣି ଅଦିତି ରାଓ ହାଇଦରୀ, କିନ୍ତୁ ଏଠି ତାଙ୍କୁ ଖାସ୍‌ ସଫଳତା ମିଳିନାହିଁ।

ଅଦିତି ରାଓ ହାଇଦରୀ ୨୦୦୯ରେ ରିଲିଜ୍‌ ହୋଇଥିବା ଫିଲ୍ମ 'ଦିଲ୍ଲୀ-୬' ରୁ ବଲିଉଡରେ କ୍ୟାରିଅର୍‌ ଆରମ୍ଭ କରିଥିଲେ।

ଏହାପରେ ସେ ୟେ ଶାଲି ଜିନେ୍ଦଗି, ରକ୍‌ଷ୍ଟାର, ଖୁବ୍‌ସୁରତ୍‌, ଓ୍ୱାଜିର, ଭୂମି ଏବଂ ପଦ୍ମାବତ୍‌ ଆଦି ଲୋକପ୍ରିୟ ହିନ୍ଦୀ ସିନେମାର ଅଭିନୟ କରିଛନ୍ତି।ଏଯାବତ୍‌ ଅଦିତିଙ୍କୁ ଜଣେ ଟପ୍‌ ହିରୋଇନ୍‌ର ମାନ୍ୟତା ମିଳି ନାହିଁ, କି ତାଙ୍କୁ କୌଣସି ବିଗ୍‌ ଷ୍ଟାରଙ୍କ ଅପୋଜିଟ୍‌ରେ ହିରୋଇନ୍‌ ରୋଲ ପାଇଁ ଅଫର୍ ମିଳୁ ନାହିଁ।

Advertisment ଦକ୍ଷିଣ ଭାରତୀୟ ସିନେମାକୁ ମୁହାଁଇଥିଲେ ଏହାକୁ ଲକ୍ଷ୍ୟ କରି ଅଦିତି ସନ୍ନି ଲିଓନଙ୍କ ରାସ୍ତାରେ ଯିବାର ନିଷ୍ପତ୍ତି ନେଇଥିଲେ।

ହଁ ସେ ବି ସନ୍ନି ଲିଓନଙ୍କ ଭଳି ଦକ୍ଷିଣ ଭାରତୀୟ ସିନେମାକୁ ମୁହାଁଇଥିଲେ।

ଅଦିତି ତେଲୁଗୁ ସିନେମା 'ସମ୍ମୋହନମ୍‌'ରେ ଡେବ୍ୟୁ କରିଥିଲେ।

ଏହା ଏକ ବ୍ଲକବଷ୍ଟର ଫିଲ୍ମ ସାବ୍ୟସ୍ତ ହୋଇଥିଲା।

ଏହାପରେ ଅଦିତି ହେ ସିନାମିକା, ମହାସୁନ୍ଦରମ୍, ଭି, ସାଇକୋ, ଅନ୍ତରୀକ୍ଷମ୍ ଆଦି ତେଲୁଗୁ ଓ ତାମଲ ସିନେମାରେ ନଜର ଆସିଛନ୍ତି।

ସତ କହିବାକୁ ଗଲେ ବଲିଉଡ ଅପେକ୍ଷା ସାଉଥ୍‌ରେ ତାଙ୍କୁ ମିଳିଛି ଅଧିକ ସଫଳତା।

Chhatrapur MLA: ବାତ୍ୟା 'ଅର୍ଣ୍ଣବ' ପରେ ଛତ୍ରପୁରରେ ସ୍ଥିତି ସମୀକ୍ଷା କଲେ ବିଧାୟକ, ଜଳବନ୍ଦୀ ଲୋକଙ୍କ ସମସ୍ୟା ଅନୁଧ୍ୟାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।