28 OCTOBER 2026

Welcome!

Unlock your personalized experience.
Sign Up

Satellite spots Cyclone Arnab: ଉପଗ୍ରହ ଚିତ୍ରରେ ବିଶାଳ ବାତ୍ୟା ‘ଅର୍ଣ୍ଣବ’, ଅଧା ଭାରତକୁ ଘୋଡ଼ାଇଲା ମେଘମାଳା

Oct 28, 2026 - 15:01
Satellite spots Cyclone Arnab: ଉପଗ୍ରହ ଚିତ୍ରରେ ବିଶାଳ ବାତ୍ୟା ‘ଅର୍ଣ୍ଣବ’, ଅଧା ଭାରତକୁ ଘୋଡ଼ାଇଲା ମେଘମାଳା

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ବୁଧବାର ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳ ଅତିକ୍ରମ କରିଛି। ଭାରତର ଇନସାଟ୍‌-୩ଡିଏସ୍‌ ପାଣିପାଗ ଉପଗ୍ରହରେ କଏଦ ହୋଇଥିବା ଚିତ୍ରରେ ଘୂର୍ଣ୍ଣିଝଡ଼ର ବିଶାଳ ମେଘମାଳା ଦେଶର ପୂର୍ବ ଓ ଦକ୍ଷିଣ ଭାଗ ସମେତ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଆଚ୍ଛାଦିତ କରିଥିବା ଦେଖାଯାଇଛି। ଏହାର ଘନ ମେଘପୁଞ୍ଜ ଓ ଚକ୍ରାକାର ମେଘବଳୟ ଝଡ଼ର ବ୍ୟାପକତାକୁ ସ୍ପଷ୍ଟ କରିଛି।

ସ୍ଥଳଭାଗ ଅତିକ୍ରମ ସମାପ୍ତ ହୋଇଥିଲେ ମଧ୍ୟ ବିପଦ ଟଳିନାହିଁ

ଭାରତର ଇନସାଟ୍‌- ୩ଡିଏସ୍‌ ପାଣିପାଗ ଉପଗ୍ରହରୁ ସାଟେଲାଇଟ୍ ଚିତ୍ର ବୁଧବାର ସକାଳ ୯.୩୦ରୁ ୯.୫୭ ଭିତରେ ନିଆଯାଇଥିଲା। ନରସାପୁର ନିକଟରେ ଘୂର୍ଣ୍ଣିଝଡ଼ର କେନ୍ଦ୍ର ସ୍ଥଳଭାଗକୁ ପ୍ରବେଶ କରିଥିଲା। ସ୍ଥଳଭାଗ ଅତିକ୍ରମ ସମାପ୍ତ ହୋଇଥିଲେ ମଧ୍ୟ ବିପଦ ଟଳିନାହିଁ। ଝଡ଼ର ଅବଶିଷ୍ଟ ମେଘବଳୟ ଯୋଗୁଁ ଆନ୍ଧ୍ରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା, ଜଳବନ୍ଦୀ ଓ ଆକସ୍ମିକ ବନ୍ୟା ଆଶଙ୍କା ରହିଛି। ପବନ ଯୋଗୁଁ ଗଛ ଉପୁଡ଼ିବା, ବିଦ୍ୟୁତ୍‌ ତାର ଛିଣ୍ଡିବା ଓ ଯାତାୟାତ ବାଧାପ୍ରାପ୍ତ ହେବାର ଆଶଙ୍କା ମଧ୍ୟ ରହିଛି। ସମୁଦ୍ରରୁ ଶକ୍ତି ମିଳିବା ବନ୍ଦ ହେବାରୁ ଝଡ଼ଟି ଧୀରେ ଧୀରେ ଦୁର୍ବଳ ହେବା ଆଶା କରାଯାଉଛି। ତଥାପି ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ପାଣିପାଗ ବିଭାଗର ସତର୍କ ସୂଚନା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଛତ୍ରପୁରରେ ଲଗାଣ ବର୍ଷା ଓ ପବନ, ଗଛ ଭାଙ୍ଗି ଯାତାୟତ ବାଧାପ୍ରାପ୍ତ; ଧାନ ଫସଲ ନଷ୍ଟ ଆଶଙ୍କା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।