Adventure Tourism: ଚନ୍ଦକାରେ ଆଡ୍‌ଭେଞ୍ଚର ଟୁରିଜିମ୍‌: କର୍ଣ୍ଣାଟକରୁ ଆସିବେ ୫ କୁମ୍‌କୀ ହାତୀ

Sep 28, 2026 - 10:04
Adventure Tourism: ଚନ୍ଦକାରେ ଆଡ୍‌ଭେଞ୍ଚର ଟୁରିଜିମ୍‌: କର୍ଣ୍ଣାଟକରୁ ଆସିବେ ୫ କୁମ୍‌କୀ ହାତୀ

"ଭୁବନେଶ୍ବର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଗୋଡ଼ିବାରୀସ୍ଥିତ ପ୍ରବେଶପଥରେ ପର୍ଯ୍ୟଟକମା‌ନେ ଆଡ୍‌ଭେଞ୍ଚର ଟୁରିଜିମ୍‌ର ମଜା ଉଠାଇପାରିବେ।

ଏଥିସହ ଜଙ୍ଗଲ ଭିତରେ ଟ୍ରେକିଂ ସୁବିଧା ବି ରହିବ।

ଆଜି ପରୀକ୍ଷାମୂଳକ ଭାବେ ଏହି ଟୁରିଜିମ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି।

ଖୁବ୍‌ଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ ବୋଲି ଡିଏଫ୍‌ଓ ବିନୋଦ ଆଚାର୍ଯ୍ୟ କହିଛନ୍ତି।Advertisment Bay of Bengal: ବଙ୍ଗୋପସାଗରକୁ ଆସୁଛି ଆଉ ଏକ ଲଘୁଚାପ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଅଭୟାରଣ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପିସିସିଏଫ୍‌(ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରେମ କୁମାର ଝା ଯୋଗଦେଇଥିଲେ।

ଏହି ଅବସରରେ ସେ କହିଲେ ଯେ ଓଡ଼ିଶାରେ କୁମ୍‌କୀ ପ୍ରଶିକ୍ଷଣକୁ ଅଧିକ ବ୍ୟାପକ କରିବାକୁ କର୍ଣ୍ଣାଟକରୁ ୫ଟି ପ୍ରଶିକ୍ଷିତ ହାତୀ ଆଣିବାକୁ ନିଷ୍ପତ୍ତି ହୋଇଛି।

ସେହିଭଳି ପର୍ଯ୍ୟଟକଙ୍କ ଆକର୍ଷଣ ବୃଦ୍ଧି କରିବାକୁ ଚନ୍ଦକା ସମେତ ଶିମିଳିପାଳ, ଦେଓମାଳି, ମହେନ୍ଦ୍ରଗିରିରେ ମଧ୍ୟ ଆଡ୍‌ଭେଞ୍ଚର ଟୁରିଜିମ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ ସୂଚନା‌ ଦେଇଛନ୍ତି।

କାର୍ଯ୍ୟକ୍ରମରେ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପି.

ଅର୍ଥନାରୀ, ବନ ସଂରକ୍ଷକ(ବନ୍ୟପ୍ରାଣୀ) ସନଥ କୁମାର ଏନ୍., ଡିସିଏଫ୍‌(ଆଇଟି ଓ ଜିଆଇଏସ୍‌) ସମ୍ୟକ ସାମନ୍ତରା ପ୍ରମୁଖ ଯୋଗ ଦେଇଥିଲେ।

ବନ୍ୟପ୍ରାଣୀ ସପ୍ତାହ ଅବସରରେ ପ୍ରଥମ ଚନ୍ଦକା ଗ୍ରିନ୍‌ ମାରାଥନ୍‌ ଅନୁଷ୍ଠିତ ହୋଇଯାଇଛି।

ଏକାମ୍ରକାନନରେ ଆୟୋଜିତ ଏହି ମାରାଥନ୍‌ରେ ୧୫୦୦ରୁ ଅଧିକ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ଏହି ମାରାଥନ୍‌ ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ପିସିସିଏଫ୍‌(ବନ୍ୟପ୍ରାଣୀ) ଶ୍ରୀ ଝା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ମନୋଜ ଭି.

ନାୟରଙ୍କ ସମେତ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।

୩ରେ "ରାମୁ" କଙ୍କାଳ ଉନ୍ମୋଚନବହୁ ପ୍ରତୀକ୍ଷିତ "ରାମୁ" ହାତୀ କଙ୍କାଳ ଅକ୍ଟୋବର ୩ରେ ଉନ୍ମୋ‌ଚିତ ହେବ।

୨୦୧୯ରୁ ଭରତପୁର ଜଙ୍ଗଲରେ ରାମୁ ନେତୃତ୍ୱରେ ୧୬ ଗୋଟି ହାତୀ ରହିବାକୁ ଆରମ୍ଭ କଲେ।

ବିଶାଳ ଆକାର, ଆକର୍ଷଣୀୟ ଦାନ୍ତ ଓ ଶାନ୍ତ ସ୍ବଭାବ ପାଇଁ ପରିଚିତ ରାମୁ କେବେ ମଣିଷଙ୍କୁ ଆକ୍ରମଣ କରିବାର ନଜିର ନାହିଁ।

ଦୁର୍ଭାଗ୍ୟବଶତଃ ୨୦୨୪ ଅଗଷ୍ଟରେ ପ୍ରାୟ ୪୧ ବର୍ଷ ବୟସରେ ଏକ ଦୁର୍ଘଟଣାରେ ରାମୁ ମୃତ୍ୟୁବରଣ କରିଥିଲା।

ତା"ର ସ୍ମୃତି ରଖିବା ଲାଗି ଓଡ଼ିଶା ବନ ବିଭାଗ ପକ୍ଷରୁ ବୈଜ୍ଞାନିକ ପଦ୍ଧତିରେ ତା" କଙ୍କାଳକୁ ସଂରକ୍ଷଣ ଓ ପୁନଃ ସଂଯୋଗ କରାଯାଇ ପର୍ଯ୍ୟଟକ, ଗବେଷକ ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯିବ।

Orangutans: ଓରାଂଉଟାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ମୁଖ୍ୟ ସଚିବ କାହ୍ନା-ରାଧିକା ପ୍ରେମ କାହାଣୀ ହାତୀଙ୍କ ପାଠଶାଳାରେ ଗଢ଼ିଉଠିଛି ପ୍ରେମ କାହାଣୀ।

ହାତୀ କାହ୍ନା ଓ ରାଧିକା ମଧ୍ୟରେ ବଢ଼ୁଥିବା ଭଲ ପାଇବା ଏବେ ବେଶ୍‌ ଚର୍ଚ୍ଚାରେ।

ସେମାନେ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି, ମସ୍ତିରେ ଖେଳୁଛନ୍ତି ଏବଂ ଏସବୁ ପର୍ଯ୍ୟଟକଙ୍କ ମନୋରଞ୍ଜନ କରୁଛି।

କାହ୍ନା ଶୋଇପଡ଼ିଲେ ରାଧିକା ପାଖକୁ ଆସି ଉଠାଇ ଦେଉଛି।

ବୁଲିବାକୁ ଡାକୁଛି।

ସାଙ୍ଗରେ ଯିବାକୁ ଟାଣି ନେଉଛି।

ଉଭୟ ମଧ୍ୟରେ ଗଢ଼ିଉଠିଥିବା ଏହି ପ୍ରେମ ସମ୍ପର୍କ ପାଠଶାଳାରେ ଥିବା ଅନ୍ୟ ହାତୀଙ୍କ ପାଇଁ ଇର୍ଷାର କାରଣ ହୋଇଛି।

ହାତୀ "ଜଗା" ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ମହାପ୍ରଭୁ ଜଗନ୍ନାଥ ଯେଉଁଭଳି ଭାବେ ରଥଯାତ୍ରାରେ ହଲି ହଲି ଝୁଲି ଝୁଲି ରଥ ଉପରକୁ ଆସନ୍ତି, ଠିକ୍‌ ସେମିତି "ଜଗା" ଝୁଲି ଝୁଲି ନିଜର ପୋଜ୍‌ ଦେଉଛି।

ସୀମା, ଉମା, କାର୍ତ୍ତିକ ହାତୀ ଶାନ୍ତ ରହିଛନ୍ତି।

କିନ୍ତୁ ଦନ୍ତା ହାତୀ "ଚନ୍ଦୁ" ଏବେ ମସ୍ତ ଥିବାରୁ ତା"ପାଖ ମାଡ଼ିବା କଷ୍ଟକର ହୋଇପଡ଼ୁଛି।

୯ଟି ହାତୀ ଥିବା ହାତୀ ପାଠଶାଳାରେ ଆଉ ଏକ ହାତୀ "ସରସ୍ବତୀ" ଯୋଡ଼ି ହେବାକୁ ଯାଉଛି।

ନୂଆପଡ଼ାରୁ ଉଦ୍ଧାର ହୋଇଥିବା ଛୁଆ ହାତୀ "ସରସ୍ବତୀ"କୁ ଏଠାକୁ ଆଣିବାକୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ଚନ୍ଦକା ଡିଏଫ୍‌ଓ ବିନୋଦ ଆଚାର୍ଯ୍ୟ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।