Newlywed Woman Dies: ନବବିବାହିତାଙ୍କୁ ବିଷ ଦେଇଥିବା ଅଭିଯୋଗ, ସ୍ୱାମୀ ଥାନାରେ ଅଟକ

Sep 28, 2026 - 10:08
Newlywed Woman Dies: ନବବିବାହିତାଙ୍କୁ ବିଷ ଦେଇଥିବା ଅଭିଯୋଗ, ସ୍ୱାମୀ ଥାନାରେ ଅଟକ

ପୁଣି ବଧୂହତ୍ୟା ଅଭିଯୋଗ। ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଶାସନବାଡ ଗାଁରେ ବଧୂହତ୍ୟା ଅଭିଯୋଗ। ନବ ବିବାହିତାଙ୍କୁ କୀଟନାଶକ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶ୍ବଶୁର ଘରେ ଏଭଳି ଘଟଣା ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ବାଲେଶ୍ବର ଏଫଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। 

ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ମହିଳା ଜଣକ ହେଲେ ପୁରୁଣା ବାଲେଶ୍ବର ଅଂଚଳର ଅମ୍ବିକା ସ୍ୱାଇଁ। ଘଟଣାରେ ମହିଳଆଙ୍କ ସ୍ୱାମୀ ବାଲେଶ୍ଵର ଶିଳ୍ପାଞ୍ଚଳ ଥାନାରେ ଅଟକ ରହିଛନ୍ତି। ଶାଶୁ ଘର ଲୋକେ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ଯୁବତୀଙ୍କ ପରିବାର ଲୋକେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।