Affordable Healthcare Push: ହସ୍ପିଟାଲ ମନମାନି ଉପରେ ଲାଗିବ ରୋକ୍! ସଂସଦୀୟ କମିଟିର ବଡ଼ ସୁପାରିସ୍
ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ କମାଇବା ସହ ରୋଗୀଙ୍କୁ ଅଧିକ ସୁବିଧା ଦେବାକୁ ସଂସଦୀୟ କମିଟିର ବଡ଼ ସୁପାରିସ୍। ହସ୍ପିଟାଲ ଚାର୍ଜରେ ସୀମା ଧାର୍ଯ୍ୟ, ଚିକିତ୍ସା ପୂର୍ବରୁ ଟାରିଫ୍ ପ୍ରକାଶ ଏବଂ ଅଧିକ ବିଲ୍କୁ ନେଇ ଶୀଘ୍ର ଅଭିଯୋଗ ସମାଧାନ ପାଇଁ ଫାଷ୍ଟ-ଟ୍ରାକ୍ ଓମ୍ବଡ୍ସମ୍ୟାନ୍ ବ୍ୟବସ୍ଥାର ପ୍ରସ୍ତାବ ରହିଛି।
ଏହାସହ କ୍ୟାନ୍ସର ଓ ଜୀବନରକ୍ଷକ ଔଷଧରେ ଅତ୍ୟଧିକ ମାର୍ଜିନ୍ ନିୟନ୍ତ୍ରଣ ଏବଂ ବିନା ପ୍ରେସ୍କ୍ରିପସନ୍ରେ ଆଣ୍ଟିବାୟୋଟିକ୍ ବିକ୍ରି ବନ୍ଦ କରିବାକୁ ସୁପାରିସ୍ ହୋଇଛି।
ସବୁଠାରୁ ବଡ଼ କଥା, ଅସଂଗଠିତ କ୍ଷେତ୍ରର ପ୍ରାୟ ୪୦ କୋଟି ଲୋକଙ୍କ ପାଇଁ ବାର୍ଷିକ ୪ରୁ ୬ ହଜାର ଟଙ୍କାର ମାନକ ସ୍ୱାସ୍ଥ୍ୟ ବୀମା ଯୋଜନା ଆଣିବାକୁ ପ୍ରସ୍ତାବ ରହିଛି। ଏଥିରେ ଓପିଡି ଓ ଡାଏଗ୍ନୋଷ୍ଟିକ୍ ଖର୍ଚ୍ଚ ମଧ୍ୟ ସାମିଲ ହେବ।
ଗ୍ରାମାଞ୍ଚଳରେ ଘରୋଇ ହସ୍ପିଟାଲ ବଢ଼ାଇବା ପାଇଁ ସାଧାରଣ ଲୋନ୍, ଟ୍ୟାକ୍ସ ହଲିଡେ ଓ ହେଲ୍ଥକେୟାର କ୍ୟାପିଟାଲ୍ ଫଣ୍ଡର ପ୍ରସ୍ତାବ ରହିଛି। ସରକାରୀ ସ୍ୱାସ୍ଥ୍ୟ ବୀମା ଦାବି ୩୦ ଦିନ ମଧ୍ୟରେ ସମାଧାନ କରିବାକୁ ମଧ୍ୟ କୁହାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।