Afg vs Ind T20I: ଆଫଗାନିସ୍ତାନ ବିପକ୍ଷରେ ଭାରତର ସହଜ ବିଜୟ, ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ
"ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି୨୦ ଶୃଙ୍ଖଳାରେ ଭାରତ ଦମ୍ଦାର ବିଜୟରୁ ଅଭିଯାନ ଆରମ୍ଭ କରିଛି।
ଭାରତୀୟ ଖେଳାଳିମାନେ ପ୍ରଥମେ ବୋଲିଂ ଏବଂ ପରେ ପ୍ରଶଂସନୀୟ ବ୍ୟାଟିଂ କରିଛନ୍ତି।
ଭାରତ ୧୩.୪ ଓଭରରେ ୩ ୱିକେଟ୍ ହରାଇ ୧୫୭ ରନ୍ର ବିଜୟ ଲକ୍ଷ୍ୟ ପୂରା କରିଛି।
ଭାରତର ବିଜୟରେ ଅଭିଷେକ ଶର୍ମା ହିରୋ ସାଜିଛନ୍ତି।
ସେ ୩୨ଟି ବଲ୍ର ସାମ୍ନା କରିଥିଲେ।
୭ଟି ଚୌକା ଏବଂ ୭ଟି ଛକା ବଳରେ ୮୨ ରନ୍ ସଂଗ୍ରହ କରିଥିଲେ।
ମହମ୍ମଦ ନବିଙ୍କ ବଲ୍ ରସିଦ ଖାନଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ।
ଏହା ପୂର୍ବରୁ ସଂଜୁ ସାମସନ (୧୦ ରନ୍) ଆଉଟ୍ ହୋଇଥିଲେ।
ଈଶାନ କିଶନ ୪୨ ରନ୍ କରି ଆଉଟ୍ ହୋଇଥିଲେ।
ଶ୍ରେୟସ ଆୟର (୮) ଏବଂ ତିଳକ ବର୍ମା (୩) ଅପରାଜିତ ଥିଲେ।
Advertisment ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍ରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା।
ଅଜମାତୁଲ୍ଲାହ ଓମରଜଇଙ୍କ ଅର୍ଦ୍ଧଶତକ ବଳରେ ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୫୬ ରନ୍ ସଂଗ୍ରହ କରିଥିଲା।
NSG: କ୍ରିକେଟ୍ ସଂଘ ଏନ୍ଏସ୍ଜି ଅଧୀନକୁ ଆସୁନାହାନ୍ତି କାହିଁକି?
ଆଫଗାନିସ୍ତାନର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା।
ଦଳ ଦଳ ୫ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା।
ସେହିପରି ୩୮ ରନ୍ରେ ଦ୍ବିତୀୟ, ୩୯ ରନ୍ରେ ତୃତୀୟ୪।
ରନ୍ରେ ଚତୁର୍ଥ ଏବଂ ୪୩ ରନ୍ରେ ପଞ୍ଚମ ଝଟକା ପାଇଥିଲା।
ଅର୍ଦ୍ଧଶତକ ପୂର୍ବରୁ ଦଳ ଆଗଧାଡ଼ିର ୫ ଜଣ ଖେଳାଳିଙ୍କୁ ହରାଇ ସାରିଥିଲା।
ଓପରନ ରହମନୁଲ୍ଲା ଗୁରବାଜ ନୁର ଅହମଦ ଖାତା ଖୋଲିପାରି ନଥିଲେ।
ଗୁଲାବଦିନ ନବି ଏବଂ ଡାରୱିସ ରାସୋଲି ୨-୨ ରନ୍ ସଂଗ୍ରହ କରିଥିଲେ।
ରସିଦ ଖାନା ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ।
ଇବ୍ରାହିମ ଜଦ୍ରାନ ୧୧ ରନ୍, ସକିଦୁଲ୍ଲା ଅଟଲ ୧୩ ରନ୍, ମହମ୍ମଦ ନବି ୩୩ ରନ୍ କରିଥିଲେ।
ଭାରତ ପକ୍ଷରୁ ଦ୍ରୁତ ବୋଲର ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିଲେ।
ଯଶପ୍ରୀତ ବୁବରା, ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।