After Rocky's Return: ଇଣ୍ଡୋନେସିଆ ଫେରିଲା ରକି, ନନ୍ଦନକାନନର ୫ ଓରାଙ୍ଗଉଟାନ୍‌ଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା

Oct 20, 2026 - 10:13
After Rocky's Return: ଇଣ୍ଡୋନେସିଆ ଫେରିଲା ରକି, ନନ୍ଦନକାନନର ୫ ଓରାଙ୍ଗଉଟାନ୍‌ଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା

ଗୁଜରାଟରୁ ଇଣ୍ଡୋନେସିଆ ଫେରିଗଲା ଓରାଙ୍ଗଉଟାନ୍ ‘ରକି’ । ନନ୍ଦନକାନନରୁ ଫେରିଯିବେ କି ୫ ଓରାଙ୍ଗଉଟାନ୍ ? ନନ୍ଦନକାନନରେ ଥିବା ବଣମଣିଷ ଶାବକଙ୍କ ମୂଳ ଉତ୍ପତ୍ତି ଯାଞ୍ଚ କରିବାକୁ ଆସନ୍ତା ମାସରେ ଓଡ଼ିଶା ଆସିବେ ଇଣ୍ଡୋନେସିଆର ଏକ୍ସପର୍ଟ। ଏନେଇ ଜାକର୍ତ୍ତାସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।

୨୦୨୪ ନଭେମ୍ବରରେ ଗୁଜରାଟରୁ ଏକ ଓରାଙ୍ଗଉଟାନକୁ ଉଦ୍ଧାର କରାଯାଇଥିଲା। ରକିର ପ୍ରତ୍ୟାବର୍ତ୍ତନ ସମୟରେ ମେଦାନସ୍ଥିତ ଭାରତୀୟ କନସୁଲେଟର ଅଧିକାରୀ ଏବଂ ଇଣ୍ଡୋନେସିଆ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ଭାରତୀୟ ଦୂତାବାସର ସୂଚନା ଅନୁସାରେ, ଏହି ସଫଳ ହସ୍ତାନ୍ତର ଉଭୟ ଦେଶର ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବିପଦଗ୍ରସ୍ତ ପ୍ରଜାତିର ଜୀବଙ୍କ ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ପ୍ରତିଫଳନ। ଅନ୍ୟପଟେ ଉଦ୍ଧାର ପରଠାରୁ ରକିର ଚିକିତ୍ସା ଏବଂ ଲାଳନପାଳ ଖର୍ଚ୍ଚକୁ ଛାଡ଼ କରିଦେଇଛି ଭାରତ।

ରକିର ପ୍ରତ୍ୟାବର୍ତ୍ତନ ପରେ ଏବେ ନନ୍ଦନକାନନରେ ଥିବା ୫ଟି ଓରାଙ୍ଗଉଟାନ ଛୁଆଙ୍କୁ ଚର୍ଚ୍ଚା ଆରମ୍ଭ ହୋଇଛି। ସେମାନଙ୍କ ମୂଳ ଉତ୍ପତ୍ତିଏବଂ ଡିଏନଏ  ସମ୍ପର୍କରେ ଯାଞ୍ଚ କରିବାକୁ ନଭେମ୍ବରରେ ଇଣ୍ଡୋନେସିଆର ବନ୍ୟଜନ୍ତୁ ବିଶେଷଜ୍ଞମାନେ ଭାରତ ଆସିବେ ବୋଲି ସୂଚନା ମିଳିଛି । ଭୋଗରାଇରୁ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ୍ ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଛନ୍ତି। ସେମାନେ ସୁସ୍ଥ ରହିଥିବାବେଳେ ଡିଏନଏ ପରୀକ୍ଷା ହୋଇନଥିବାରୁ ସେମାନଙ୍କ ମୂଳ ଉତ୍ପତ୍ତି ଜଣାପଡ଼ିନି।... 

ଗୁଜରାଟରୁ ଇଣ୍ଡୋନେସିଆ ଫେରିଗଲା ଓରାଙ୍ଗ ଉଟାନ୍ ‘ରକି’
ନନ୍ଦନକାନନରେ ଥିବା ୫ ଓରାଙ୍ଗଉଟାନଙ୍କୁ ନେଇ ବଢିଲା ଚର୍ଚ୍ଚା
ଆସନ୍ତା ମାସରେ ଓଡ଼ିଶା ଆସିବେ ଇଣ୍ଡୋନେସିଆର ଏକ୍ସପର୍ଟ
ଓରାଙ୍ଗଉଟାନ ମୂଳ ଉତ୍ପତି ଓ ଫେରାଇବା ପ୍ରକ୍ରିୟାର କରିବେ ଯାଞ୍ଚ
୨୦୨୪ରେ ଗୁଜରାଟରୁ ଏକ ଓରାଙ୍ଗଉଟାନକୁ ଉଦ୍ଧାର କରାଯାଇଥିଲା
୨ ବର୍ଷ ପରେ ଓରାଙ୍ଗଉଟାନକୁ ଫେରାଇଲା ଭାରତ
ଲାଳନପାଳନ ଖର୍ଚ୍ଚକୁ ସମ୍ପୂର୍ଣ୍ଣ ଛାଡ଼ କରିଦେଲା ଭାରତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।