Daily Horoscope 20th October 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ-
ଅଶ୍ୱନୀ- ପାରିବାରିକ କ୍ଷେତ୍ରରେ ଆଳାପ ଆଲୋଚନାରେ ଅଧିକାଂଶ ସମୟ କଟାଇବେ। ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ । ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ।
ଦ୍ୱିଜା- ସହକର୍ମୀମାନଙ୍କ ସହ ଭ୍ରମଣ ସୁଯୋଗ ଲାଭ କରିବେ। ବ୍ୟକ୍ତିଗତ କ୍ଷେତ୍ରରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ । ରାଜନୀତିରେ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ।
କୃତିକା- ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ କିଣିବାକୁ ମନ ବଳାଇ ପାରନ୍ତି । ଆକସ୍ମିକ ସମସ୍ୟାରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କରି ଅନୁତପ୍ତ ହୋଇପାରନ୍ତି । କୌଣସି ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ
ବୃଷ-
କୃତିକା- ସ୍ୱାସ୍ଥ୍ୟ ସମସ୍ୟା ହ୍ରାସ ପାଇବ । ପାରିବାରିକ ସମସ୍ୟାର ଅନ୍ତ ଘଟିବ । ବିବାହରେ ଚାପ କମାଇବା ପାଇଁ ଆପଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ ଏବଂ ଆତ୍ମ ନିୟନ୍ତ୍ରଣ ବଜାୟ ରଖିବା ପାଇଁ କାର୍ୟ୍ୟ କରିବେ ।
ରୋହିଣୀ- ଅନେକ ଗୁଡିଏ କାମ ଅଟକି ଯାଇ ଥିବାରୁ ଅନ୍ୟମନସ୍କ ରହିବେ । ଯେଉଁ ମାନେ ଆପଣଙ୍କୁ ପ୍ରତିଶ୍ରୁତି ଦେଇଥିବେ ତାହା ନ ପାଇବାରୁ ପ୍ରତିହିଂସା ମୂଳକ ମନଭାବ ପୋଷଣ କରିବେ
ମୃଗଶିରା- କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡି କଣ କରିବେ କିମ୍ବା ନ କରିବେ ଏହି ଦ୍ୱନ୍ଦରେ ପଡିପାରନ୍ତି । ଦୀର୍ଘଦିନର ପରିକଳ୍ପିତ ନୂତନ କାମଟିଏ
କରି ଆତ୍ମତୃପ୍ତି ଲାଭ କରିବେ । ଅତିଥୀ ଚର୍ଚ୍ଚା, ଯାତ୍ରା, ଆଇନ ଅଦାଲତ ପ୍ରଭୃତି କ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ
ମିଥୁନ-
ମୃଗଶିରା- ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। କିଛି ମାତ୍ରାରେ ସ୍ୱାସ୍ଥ୍ୟରେ ଅବନତି ହେବ। ପିଲାମାନଙ୍କ ହଜି ଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିବ
ଆଦ୍ରା- ଅଫିସରେ ଛୋଟ ଘଟଣାକୁ ବଡ଼ ଆକାରରେ ଚିନ୍ତା କରି ବୃଥାରେ ସମୟର ଅପଚୟ କରିପାରନ୍ତି । ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହାୟତ ଯୋଗୁଁ କାମ ଗୁଡିକ ସହଜ ହେଇଯିବ
ପୁନର୍ବସୁ- ସାହିତ୍ୟ, ସାମ୍ବାଦିକତା, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ଦୂର ସ୍ଥାନରେ ନୂତନ ଜମି କ୍ରୟ କରି ଆନନ୍ଦିତ ରହିବେ। ମହିଳା ମାନେ କଠିନ ପରିଶ୍ରମ କରିବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପୁନର୍ବସୁ- ଭାଗ୍ୟ ଉଦ୍ୟୋଗି ହେବା ସହିତ, ବ୍ୟବସାୟ – ବାଣିଜ୍ୟରେ ଲାଭ ମିଳିବ । ପରିବାରରେ ସୁଖ - ପ୍ରୀତି ବୃଦ୍ଧି ପାଇବ । ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ । ଧର୍ମ ଭାବନାରୁ ମନ ଦୂରେଇବ।
ପୁଷ୍ୟା- ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବ । ସମୟ ଅଭାବରୁ ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟକୁ ପରିବର୍ତ୍ତନ କରିପାରନ୍ତି
ଅଶ୍ଲେଷା- ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ । ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ । ତରବରିଆ ପଦକ୍ଷେପ ନେଲେ ହଇରାଣରେ ପଡିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ମହାକବଚ ଧାରଣ କରନ୍ତୁ
ସିଂହ-
ମଘା- ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇପାରନ୍ତି। ବ୍ୟବସାୟ ଓ ପରିବହନରେ ଅବଶ୍ୟ ବିଶେଷ କିଛି ଅସୁବିଧା ହେବନାହିଁ । ପାରିବାରିକ ସମସ୍ୟାକୁ ସମ୍ପର୍କୀୟଙ୍କ ସହାୟତାରେ ସୁଧାରିନେବେ।
ପୂ,ଫାଲଗୁନି- କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ସଭାସମିତିରେ ସୁନାମ ମିଳିବ। ଚାକିରିରେ ସ୍ଥାନନାଶ ଯୋଗ ରହଛି । ଛାତ୍ରଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ
ଉ,ଫାଲଗୁନି- ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦର ଆଶଙ୍କା ରହିଛି। ଆକସ୍ମିକ ଭାବେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । କୌଣସି ଏକ ସାଧାରଣ କଥା ନେଇ ପରିବହନ କ୍ଷେତ୍ରରେ ଅସୁବିଧାରେ ପଡ଼ିପାରନ୍ତି।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କନ୍ୟା-
ଉ,ଫଳଗୁନି- ବ୍ୟବସାୟ ବିଷୟରେ ଭଲ କଥା କହିବେ । ପାରିବାରିକ ଜୀବନ ଆନନ୍ଦ ଦାୟକ ହେବ । ଭାଗ୍ୟ ଉଦ୍ୟୋଗି ହେବା ସହିତ, ବାଣିଜ୍ୟରେ ଲାଭ ମିଳିବ । ରୋଜଗାର ନୂତନ ସୁଯୋଗ ସୃଷ୍ଟି ହେବ
ହସ୍ତା- କାର୍ଯ୍ୟ ପାଇଁ ସମ୍ମାନିତ ଦକ୍ଷତା ପ୍ରତିପାଦିତ ହେବେ । ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ ।
ଚିତ୍ରା- ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ବାହ୍ୟ ଶତୃ ମାନଙ୍କଠାରୁ ଦୂରେଇ ରହିବା ଭଲ । ରାଜନୀତି ବିରୋଧୀ ସମ୍ମୁଖିନ ହେଲେ ମଧ୍ୟ ବିରୋଧୀ ଦଳ କିଛି କ୍ଷତି କରି ପାରିବେ ନାହିଁ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଦହି ଖାଇ ଘରୁ ବାହାରନ୍ତୁ
ତୁଳା-
ଚିତ୍ରା- କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍ ଦ୍ରୁତ ହେବ । କୈାଣସି ବିଶେଷ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ । ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ।
ସ୍ୱାତୀ- ମୂଲ୍ୟବାନ୍ ଜିନିଷ କ୍ରୟକରିବା ସକାଶେ ହଠାତ୍ ମୋଟା ଅଙ୍କର ଆବଶ୍ୟକତା ପଡ଼ିପାରେ। ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ । ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ
ବିଶାଖା- ନିର୍ମାଣମୂଳକ କାର୍ଯ୍ୟ ସୁବିଧାରେ ହାସଲ କରିବା ପାଇଁ କଷ୍ଟକର ହୋଇପଡ଼ିବ । ଫିଲ୍ମ ଉଦ୍ୟୋଗି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଭଲ ସୁଯୋଗ ମିଳିବ । ନୂତନ ଘର କିଣିବା ପାଇଁ ସୁଯୋଗ ଆସିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ
ବିଛା-
ବିଶାଖା- କେତେ ଗୁଡିଏ ମହତ୍ୱପୂର୍ଣ୍ଣ କାର୍ଯ୍ୟ ପରିବର୍ତ୍ତନ ହୋଇ ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ମିତ୍ରଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ସମ୍ପର୍କରେ ଘୃଣା ଏବଂ ବିରକ୍ତି ଦୂର ହେବ
ଅନୁରାଧା- ମାନ ମର୍ୟ୍ୟଦାରେ ଅଭିବୃଦ୍ଧି ଘଟିବ । ସୂର୍ଣ୍ଣଳଙ୍କାର କିଣି ଖୁସି ଅନୁଭବ କରିପାରନ୍ତି । ଆପଣଙ୍କ ବିଚାରକୁ ସକାରତ୍ମକ ରଖନ୍ତୁ । ମହିଳା ମାନେ ବନ୍ଧୁପରିଜନକ ସହ ସମୟ ବିତାଇବେ।
ଜ୍ୟେଷ୍ଠା- ସକାରତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ । ଖେଳକୁଦରେ ମନ ଦେବେ । ଫିଲ୍ମି ଉଦ୍ୟୋଗି କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମନ୍ଦାର ଫୁଲ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ
ଧନୁ-
ମୂଳା- ପିଲା ଦିନର ବନ୍ଧୁଙ୍କ ସହିତ ଭେଟ ହୋଇପାରେ । କାର୍ଯ୍ୟବ୍ୟସ୍ତ ଯୋଗୁ ମଜା ମଉଜ କରିବାକୁ ଅବସର ପାଇବେ ନାହିଁ । ଲୁଗା ବ୍ୟବସାୟରେ ଲାଭବାନ୍ ହୋଇପାରନ୍ତି ।
ପୂ,ଷାଢା- ସତ କହିବା କାରଣରୁ ନିଜ ଲୋକମାନେ ଦୂରେଇ ଯାଉଥିବା ଲକ୍ଷ୍ୟକରିବେ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ । ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ପରିକ୍ଷାରେ ଭଲ କରିବେ ।
ଉ,ଷାଢା- ଭାତୃ ସଂପର୍କରେ ଉନ୍ନତି ଘଟିବ । ଦୋଷ ନଥାଇ ମଧ୍ୟ କୋର୍ଟର ଦ୍ୱରସ୍ଥ ହେବାକୁ ପଡିପାରେ । ମହିଳାମାନେ ଶାନ୍ତ ସ୍ୱଭାବ ଦେଖାଇବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ମକର-
ଉ,ଷାଢା- ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସି ଶାରୀରିକ କଷ୍ଟ ଦୂର ହେବ । ପିଲାମାନଙ୍କ ପଢାକୁ ନେଇ ମନ ଖୁସି ରହିବ ସାମାଜିକ କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଆନନ୍ଦିତ ହେବେ । ବ୍ୟବସାୟରେ ଭାଗୀଦାରଙ୍କ ସହ ମନାନ୍ତର ଦୂରେଇ ଯିବ ।
ଶ୍ରବଣା- ସାମାଜିକ କ୍ଷେତ୍ରରେ ଯଶ ବଢିବ । ନମ୍ର ସ୍ୱଭାବ ସହ ମୁରବିଙ୍କ ସହିତ କଥାବାର୍ତ୍ତା ହୁଅନ୍ତୁ । ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ କରିଲେ ମଧ୍ୟ, ମଧ୍ୟମ ଧରଣର ଫଳ ପାଇବେ।
ଧନିଷ୍ଠା- ଚାକିରି କ୍ଷେତ୍ରରେରେ ଚକ୍ରାନ୍ତ ବଶବର୍ତ୍ତୀ ହୋଇ କ୍ଷୋଭ କରିବେ । ମାଲିମକନ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇ ନଥାଏ । ଅନ୍ୟ ମାନଙ୍କୁ ଭାବିଚିନ୍ତି କଥା କୁହନ୍ତୁ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ଧନିଷ୍ଠା- ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ କାମରେ ଶିଥିଳତା ପରିଲକ୍ଷିତ ହେବ। ସମ୍ପର୍କୀୟଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ।
ଶତଭିଷା- ଅଫିସ୍ ସମ୍ବନ୍ଧୀୟ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ସରକାରୀ କ୍ଷେତ୍ରରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ବିଦ୍ୟାର୍ଥୀ ମାନେ ସଫଳତା ହାସଲ କରିବେ ।
ପୂ,ଭାଦ୍ରପଦ- ପୈତୃକ ସମ୍ପତ୍ତିକୁ ଭାଇ-ଭାଇ ଭିତରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ । ବୃତ୍ତିଗତ ଧନ୍ଦାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ମହିଳା ମାନେ ଆତ୍ମବିଶ୍ଵାସୀ ରହିବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସାତଟି ଗୋଲ ମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ
ମୀନ-
ପୂ,ଭାଦ୍ରପଦ- ନୂତନ ଭାବରେ ଆରମ୍ଭ କରୁଥିବା କାର୍ଯ୍ୟରେ ବ୍ୟସ୍ତ ରହିବେ । ଅପେକ୍ଷା କରୁଥିବା ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇ ପଡିବେ । ସମୟ ଏପରି ହେବ ଯେ ପଇସା ଖର୍ଚ୍ଚ କରିବାକୁ ପଡିବ।
ଉ,ଭାଦ୍ରପଦ- ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି ହୋଇପାରନ୍ତି । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ।
ରେବତୀ- ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ନିଜ ଟଙ୍କା ସହିତ ବିଶେଷ ସତର୍କ ରହିବା ଉଚିତ ହେବ କାରଣ ଆପଣ ଏହାକୁ ହରାଇବାର ଆଶଙ୍କା ଅଛି । ଏକ କାର କ୍ରୟ କରିବାର ସୁଯୋଗ ଉପସ୍ଥାପନ କରିପାରନ୍ତି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।