Agniveer jobs: ସେନାରୁ ଫେରିଲା ପରେ ଅଗ୍ନିବୀରଙ୍କୁ କେଉଁଠି ମିଳିବ ଚାକିରି; ଜାଣନ୍ତୁ କ’ଣ ରହିଛି ବ୍ୟବସ୍ଥା

Oct 11, 2026 - 20:20
Agniveer jobs: ସେନାରୁ ଫେରିଲା ପରେ ଅଗ୍ନିବୀରଙ୍କୁ କେଉଁଠି ମିଳିବ ଚାକିରି; ଜାଣନ୍ତୁ କ’ଣ ରହିଛି ବ୍ୟବସ୍ଥା

"ନୂଆଦିଲ୍ଲୀ: ଅଗ୍ନିବୀର ଯୋଜନାରେ ଭର୍ତ୍ତି ହୋଇଥିବା ଅଗ୍ନିବୀରମାନଙ୍କର ପ୍ରଥମ ବ୍ୟାଚ୍‌ ଆସନ୍ତା ନଭେମ୍ବରରେ ୪ବର୍ଷର ସେବା ପୂରଣ ହେବ।

ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଲା ଯେ, ସେନାରୁ ଫେରିବା ପରେ ଏହି ଯୁବକମାନଙ୍କୁ ଚାକିରି କେଉଁଠି ମିଳିବ?

କେନ୍ଦ୍ର ସରକାର କିଛି ସୁରକ୍ଷା ବଳଗୁଡ଼ିକରେ ପୂର୍ବରୁ ଅଗ୍ନିବୀରଙ୍କ ପାଇଁ ଆସନ ସଂରକ୍ଷଣ କରିଛନ୍ତି।

Advertisment ଅନେକ ରାଜ୍ୟରେ ମଧ୍ୟ ପୁଲିସ ଏବଂ ଅନ୍ୟ ଖାକିଧାରୀ ଚାକିରିରେ ସେମାନଙ୍କୁ ସୁଯୋଗ ଦେବା କଥା କହିଛନ୍ତି।

କିନ୍ତୁ ପ୍ରତ୍ୟେକ ସ୍ଥାନରେ ନିୟମ ଅଲଗା ରହିଛି।

ତେଣୁ ୪ବର୍ଷ ପୂରଣ କରିବା ପରେ ଅଗ୍ନିବୀରମାନଙ୍କର କ"ଣ ହେବ ଏବଂ କେଉଁଠି ଚାକିରି ମିଳିବାର ରାସ୍ତା ବାହାରିବ?

୨୫%ଙ୍କୁ ମିଳିବ ସୁନିଶ୍ଚିତ ଚାକିରିଅଗ୍ନିପଥ ଯୋଜନାରେ ଯୁବକମାନଙ୍କୁ ୪ବର୍ଷ ପାଇଁ ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ ଅଗ୍ନିବୀର କରାଯାଇଛି।

ଏଥିରୁ ସର୍ବାଧିକ ୨୫ ପ୍ରତିଶତଙ୍କୁ ନିର୍ଦ୍ଧାରିତ ପ୍ରକ୍ରିୟା ଏବଂ ପ୍ରଦର୍ଶନ ଆଧାରରେ ନିୟମିତ ସେବାରେ ରଖା ଯିବ।

ବାକି ୭୫ ପ୍ରତିଶତଙ୍କୁ ୪ବର୍ଷ ପୂରା ହେଲା ପରେ ଛାଡ଼ିବାକୁ ହେବ।

ଏମିତିରେ ତାଙ୍କ ପାଇଁ ଆଗକୁ ଚାକିରିର ବିକଳ୍ପ ବହୁତ ଜରୁରୀ।

ସେବା ପୂରା ହେଲା ପରେ ସେମାନଙ୍କୁ ସେବା ନିଧି ପ୍ୟାକେଜ ମିଳିବ।

୫୦% ସଂରକ୍ଷଣ ବ୍ୟବସ୍ଥାକେନ୍ଦ୍ର ସରକାର କେନ୍ଦ୍ରୀୟ ସଶସ୍ତ୍ର ବଳ ସିଏପିଏଫ୍‌ ଏବଂ ଆସାମ ରାଇଫଲ୍ସରେ କନଷ୍ଟେବଳ ଜିଡି ଏବଂ ରାଇଫଲମ୍ୟାନ୍‌ର ଭର୍ତ୍ତିରେ ଅଗ୍ନିବୀରମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି।

ଏଥି ସହିତ ମୟସରେ ରିହାତି ବ୍ୟବସ୍ଥା କରିଛନ୍ତି।

ଏଥିରୁ ଲାଭ ଭର୍ତ୍ତି ନିୟମ ଏବଂ ଅଧିସୂଚନା ହିସାବରେ ମିଳିବ।

ସେନାରେ ଥିବା ବେଳେ ଅଗ୍ନିବୀର ଅସ୍ତ୍ର ପରିଚାଳନା, ଅନୁଶାସନ, ଶାରୀରିକ ପ୍ରଶିକ୍ଷଣ ଏବଂ ସୁରକ୍ଷା ସଂପର୍କିତ ଅନେକ କଥା ଶିଖିଥାନ୍ତି।

କିନ୍ତୁ ସଂରକ୍ଷଣର ଅର୍ଥ ସିଧାସଳଖ ଚାକିରି ନୁହେଁ।

ପ୍ରାର୍ଥୀଙ୍କୁ ନିର୍ଦ୍ଧାରିତ ଯୋଗ୍ୟତା ପୂରା କରିବାକୁ ପଡ଼ିବ ଏବଂ ଭର୍ତ୍ତି ପ୍ରକ୍ରିୟା ଦେଇ ଆଗକୁ ବଢ଼ିବାକୁ ହେବ।

Agniveers: ପୂର୍ବତନ ଅଗ୍ନିବୀରଙ୍କୁ ଶତପ୍ରତିଶତ ଫି'' ଛାଡ଼, ଉଚ୍ଚଶିକ୍ଷା ପାଇଁ ଦେବୀ ଅହିଲ୍ୟା ବିଶ୍ୱବିଦ୍ୟାଳୟର ବଡ଼ ନିଷ୍ପତ୍ତି  ରାଜ୍ୟରେ କ"ଣ ବ୍ୟବସ୍ଥା?ଅନେକ ରାଜ୍ୟରେ ସରକାରଗୁଡ଼ିକ ପୁଲିସ, ଜେଲ୍‌, ବନ ବିଭାଗ ଏବଂ ପୁଲିସର ଅନ୍ୟ ବିଭାଗରେ ସଂରକ୍ଷଣ ଅଥବା ଭର୍ତ୍ତିରେ ରିହାତି ଘୋଷଣା କରିଛନ୍ତି।

ଉତ୍ତରପ୍ରଦେଶରେ ପୁଲିସ ଏବଂ କିଛି ସରକାରୀ ଚାକିରି କ୍ଷେତ୍ରରେ ୨୦ ପ୍ରତିଶତ ସଂରକ୍ଷଣ ରଖିଛନ୍ତି।

ଉତ୍ତରାଖଣ୍ଡରରେ ଗ୍ରୁପ-ସି ସରକାରୀ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି।

ସେହିପରି ହରିୟାଣା ଏବଂ ଗୁଜରାଟରେ ମଧ୍ୟ ପୁଲିସ ଏବଂ କିଛି ସରକାରୀ ପଦବିରେ ସଂରକ୍ଷଣ ବ୍ୟବସ୍ଥା ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।