Agriculture: କ୍ଷେତ୍ର ପରିଦର୍ଶନ ପାଇଁ ପହଞ୍ଚିଲେ କୃଷି ବିଭାଗୀୟ ଅଧିକାରୀ

Oct 10, 2026 - 21:48
Agriculture: କ୍ଷେତ୍ର ପରିଦର୍ଶନ ପାଇଁ ପହଞ୍ଚିଲେ କୃଷି ବିଭାଗୀୟ ଅଧିକାରୀ

"ରାଇଟଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଧାନ ଫସଲରେ ପତ୍ରପୋଡ଼ା ରୋଗକୁ ନେଇ ଚାଷୀମାନେ ଚିନ୍ତିତ ଥିବା ସମ୍ପର୍କରେ ଗତ ୮ ଅକ୍ଟୋବରରେ ଦୈନିକ "ସମ୍ବାଦ"ରେ ଏକ ଗ୍ରାଉଣ୍ଡ ଜିରୋ ରିପୋର୍ଟ "ଧାନ ଫସଲରେ ପତ୍ରପୋଡ଼ା ରୋଗ, ଅମଳ ଓ ଋଣ ଶୁଝିବା ପାଇଁ ଚିନ୍ତାରେ ଚାଷୀ" ଶୀର୍ଷକରେ ପ୍ରକାଶ ପାଇବା ପରେ କୃଷି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

Advertisment ଜିଲ୍ଲା କୃଷି ବିଭାଗ ଓ ଯଶିପୁର କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ଚାଷ ଜମି ପରିଦର୍ଶନ କରି ରୋଗର ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି।

ଖବର ପ୍ରକାଶ ପାଇବାର ପରଦିନ କୃଷି ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା।

ଜିଲ୍ଲା କୃଷି ବିଭାଗର ଅଧିକାରୀ ଓ ଯଶିପୁର କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ରୁଦ୍ର ମହାଳିକଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ରାଇରଙ୍ଗପୁର, ବିଜାତଳା ଓ କୁସୁମୀ ବ୍ଲକର ବିଭିନ୍ନ ଗ୍ରାମର ଧାନ ଜମି ପରିଦର୍ଶନ କରିଥିଲେ।

Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ ଏହି ସମୟରେ ଧାନ ଫସଲର ସ୍ଥିତି ଓ ପତ୍ରପୋଡ଼ା ରୋଗର ପ୍ରକୋପ ଅନୁଧ୍ୟାନ କରାଯାଇଥିଲା।

ଏଥିସହ ରୋଗର କାରଣ, ଲକ୍ଷଣ ଓ ନିରାକରଣ ଉପାୟ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯାଇଥିଲା।

ବର୍ତ୍ତମାନର ଫସଲ ସ୍ଥିତିକୁ ଦୃଷ୍ଟିରେ ରଖି ଔଷଧ ପ୍ରୟୋଗ ସମ୍ପର୍କରେ ମଧ୍ୟ ପରାମର୍ଶ ଦିଆଯାଇଥିଲା।ଏହି କ୍ଷେତ୍ର ପରିଦର୍ଶନରେ ଯଶିପୁର କୃଷି ବିଜ୍ଞାନ କେନ୍ଦ୍ରର ରୋଗପୋକ ନିଦାନ ବିଭାଗର ବୈଜ୍ଞାନିକ ରୁଦ୍ର ମହାଳିକ, ରାଇରଙ୍ଗପୁର କୃଷି ଜିଲ୍ଲା ଅଧିକାରିଣୀ ଜୁନ୍ମୟୀ ମହାନ୍ତି, ସହକାରୀ କୃଷି ଅଧିକାରିଣୀ ଧରିତ୍ରୀ ଟୁଡୁଙ୍କ ସମେତ ବିଶୋଇ, ବିଜାତଳା ଓ ରାଇରଙ୍ଗପୁର ବ୍ଲକର କୃଷି ବିଭାଗୀୟ ଅଧିକାରୀ, ଗ୍ରାମ୍ୟ କୃଷି କର୍ମଚାରୀ, କୃଷକ ସାଥୀ, କୃଷି ଅଧିଦର୍ଶକ ଓ ଚାଷୀମାନେ ଉପସ୍ଥିତ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।