Union Bank of India: ୟୁନିଅନ ବ୍ୟାଙ୍କ ପକ୍ଷରୁ ହିନ୍ଦୀ ଭାଷଣ ଓ କବିତା ପାଠ ପ୍ରତିଯୋଗିତା
"ଭୁବନେଶ୍ୱର: ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି (ବ୍ୟାଙ୍କ ଏବଂ ବୀମା) ଭୁବନେଶ୍ୱରଙ୍କ ତତ୍ତ୍ୱାବଧାନରେ ହିନ୍ଦୀ ଦିବସ ୨୦୨୬ ଅବସରରେ ୯ ତାରିଖରେ ହିନ୍ଦୀ କବିତା ପାଠ ଓ ଭାଷଣ ପ୍ରତିଯୋଗିତା ହୋଇଥିଲା।Advertisment ଭୁବନେଶ୍ୱର ସହର ଅନ୍ତର୍ଗତ ସମସ୍ତ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ହୋଇଥିଲା।
ଏଥିରେ ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି, ଭୁବନେଶ୍ବର (ବ୍ୟାଙ୍କ ଓ ବୀମା)ର ବନବିହାରୀ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।
ଏଥିରେ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ସଞ୍ଜୀବ ରଞ୍ଜନ ସହାୟ, ଉପ ଆଞ୍ଚଳିକ ମୁଖ୍ୟ ଏବଂ ଆଞ୍ଚଳିକ ଆସ୍ୟୁରାନ୍ସ ମୁଖ୍ୟ ଶଙ୍କର ହେମ୍ବ୍ରମ, ଆଞ୍ଚଳିକ ଜ୍ଞାନାର୍ଜନ କେନ୍ଦ୍ର ପ୍ରଭାରୀ ଅଞ୍ଜନୀ କୁମାର, ରାଜଭାଷା ଅଧିକାରୀ ସୁଧୀର ପ୍ରସାଦ ଓ ଅଜୟ ପ୍ରସାଦଙ୍କ ସମେତ ବ୍ୟାଙ୍କର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
Bank Deposits: ଗୋଟିଏ ବିବରଣୀରେ ଜଣାପଡ଼ିବ ବ୍ୟାଙ୍କ ଜମା ଓ ନିବେଶ ହିସାବ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।