Air India Pilot Suspended After Failing Alcohol Test Before Zurich-Delhi Flight
#ଯାତ୍ରୀଙ୍କ_ଜୀବନ_ସହ_ଖେଳ #ମଦୁଆ_ପାଇଲଟ୍_ସସପେଣ୍ଡ
ଆକାଶରେ ଯାତ୍ରୀଙ୍କ ସୁରକ୍ଷା ସହ ଖେଳୁଛନ୍ତି ବିମାନର ପାଇଲଟ୍ । କାରଣ ଗଂଜେଇ ପରେ ଏବେ ମଦ୍ୟପାନ ଅଭିଯୋଗରେ ଆଉ ଜଣେ ପାଇଲଟଙ୍କୁ ନିଲମ୍ବନ କରିଛନ୍ତି ଏୟାରଇଣ୍ଡିଆ କର୍ତ୍ତୃପକ୍ଷ। ଜୁରିଚରୁ ଦିଲ୍ଲୀ ଆସିବାକୁ ଥିବା ଏୟାର ଇଣ୍ଡିଆ ବିମାନ ଉଡ଼ାଇବା ପୂର୍ବରୁ ପାଇଲଟ ଜଣକ ଅନଫିଟ୍ ଥିବା ଜଣାପଡ଼ିଥିଲା। ଏହି ଘଟଣା ପରେ କିଛି ସମୟ ପାଇଁ ବିମାନର ଉଡ଼ାଣକୁ କିଛି ସମୟ ପାଇଁ ସ୍ଥଗିତ ରଖିବା ସହ ମଦ୍ୟପାନ ଅଭିଯୋଗରେ ଏୟାର ଇଣ୍ଡିଆ ପାଇଲଟ୍ ନିଲମ୍ବନ କରିଥିଲେ କର୍ତ୍ତୃପକ୍ଷ। ଏହା ହେଉଛି ଚଳିତ ମାସ ୬ ତାରିଖର ଘଟଣା। ଏହି ଘଟଣା ପରେ DGCA ଏୟାର ଇଣ୍ଡିଆକୁ ନିଜର ଚେକ୍ ଆଣ୍ଡ ବାଲାନ୍ସ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାକୁ କହିବା ସହ ଜ୍ୟୁରିଖ ଘଟଣା ସମ୍ପର୍କରେ ସ୍ୱିଜରଲ୍ୟାଣ୍ଡର ବିମାନ ନିୟାମକ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ।ଏୟାର ଇଣ୍ଡିଆର ଜଣେ ଅଧିକାରୀଙ୍କ କହିବା କଥା, ଜୁରିଚ୍ କର୍ତ୍ତୃପକ୍ଷଙ୍କ ପ୍ରାଥମିକ ବ୍ରେଥ୍ ଆନାଲାଇଜର୍ ଟେଷ୍ଟ ରିପୋର୍ଟ ମିଳିବା ମାତ୍ରେ ସଂପୃକ୍ତ ପାଇଲଟଙ୍କୁ ଫ୍ଲାଇଟ୍ ଡ୍ୟୁଟିରୁ ତୁରନ୍ତ ହଟାଇ ଦିଆଯାଇଥିଲା। ଏହାପରେ ତାଙ୍କୁ ଅଧିକ ମେଡିକାଲ୍ ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ପାଇଲଟଙ୍କୁ ଜଣେ ଯାତ୍ରୀ ଭାବେ ଭାରତ ଫେରାଇ ଅଣାଯାଇଥିଲା। ତାଙ୍କର ଚୂଡ଼ାନ୍ତ ମେଡିକାଲ୍ ପରୀକ୍ଷା ରିପୋର୍ଟ ଆସିବା ଏବଂ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବନ କରାଯାଇଛି। ତଦନ୍ତରେ ଯାହା ତଥ୍ୟ ସାମ୍ନାକୁ ଆସିବ, ସେହି ଆଧାରରେ ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ।
#AirIndia#AirIndiaPilot#PilotSuspended#ZurichDelhi#AlcoholTest#DGCA#AviationNews#FlightSafety#AirIndiaNews#IndiaNews#OdishaTV#OTV
An Air India pilot was removed from flight duty after failing an alcohol test before the scheduled Zurich-Delhi flight on September 6. The pilot was found unfit to fly before departure and was later brought back to India as a passenger. He has been suspended pending the final medical examination report and completion of the investigation. Swiss aviation authorities informed the DGCA, which has asked Air India to strengthen its safety checks and safeguards.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।