Air Quality: ସଂପୂର୍ଣ୍ଣ ସୁରକ୍ଷିତ ନୁହେଁ ସ୍ମାର୍ଟସିଟିର ବାୟୁ: ଜାତୀୟ ମାନକଠାରୁ ଯଥେଷ୍ଟ ଅଧିକ
"ରାଉରକେଲା(ଦେବବ୍ରତ ଗଡ଼ତିଆ): ସ୍ମାର୍ଟସିଟି ରାଉରକେଲାର ବାୟୁ ଗୁଣବତ୍ତାରେ ବଡ଼ ସୁଧାର ଆସିଛି।
ପୂର୍ବ ବର୍ଷ ତୁଳନାରେ ଏବେ ସହରର ବାୟୁରେ କ୍ଷତିକାରକ ଧୂଳିକଣା ବା ପିଏମ-୧୦ ସ୍ତର ଯଥେଷ୍ଟ ହ୍ରାସ ପାଇଛି।
ସମ୍ଭବତଃ, ଧୂଳି ନିୟନ୍ତ୍ରଣ ପାଇଁ ମିଷ୍ଟ୍ କାନନ ଓ ସ୍ପ୍ରିଙ୍କଲର୍ର ବ୍ୟବହାର, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ଶିଳ୍ପାଞ୍ଚଳରେ ପ୍ରଦୂଷଣ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ଏହା ସମ୍ଭବ ହୋଇପାରିଛି।
ତେବେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ୍ (ସିପିସିବି)ର "ଜାତୀୟ ପରିବେଶ ବାୟୁ ଗୁଣବତ୍ତା ମାନକ" ଅନୁଯାୟୀ ଏହା ସଂପୂର୍ଣ୍ଣ ସୁରକ୍ଷିତ ନୁହେଁ।Advertisment ୯୧ ମାଇକ୍ରୋଗ୍ରାମ ଓଜନର ଧୂଳିକଣା ୨୦୨୨-୨୩ ମସିହାରେ ସହରର ବାୟୁରେ ପିଏମ୍-୧୦ର ହାରାହାରି ମାତ୍ରା ୧୩୪ ମାଇକ୍ରୋଗ୍ରାମ୍ ପ୍ରତି ଘନମିଟର ରହିଥିଲା।
୨୦୨୩-୨୪ ଓ ୨୦୨୪-୨୫ରେ ଏହି ସାନ୍ଦ୍ରତା ସ୍ଥିର ଭାବେ ୧୧୧ ମାଇକ୍ରୋଗ୍ରାମ୍ ପ୍ରତି ଘନ ମିଟର ରହିଥିଲା।
କିନ୍ତୁ ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ଆଶାତୀତ ଭାବେ କମି ୯୧ରେ ପହଞ୍ଚିଛି।
ଅର୍ଥାତ୍, ୨୦୨୨-୨୩ ତୁଳନାରେ ସହରର ପିଏମ୍-୧୦ ପ୍ରଦୂଷଣ ମାତ୍ରାରେ ପ୍ରାୟ ୩୨.୧୧ ପ୍ରତିଶତର ଏକ ବଡ଼ ହ୍ରାସ ରେକର୍ଡ କରାଯାଇଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ଅତ୍ୟନ୍ତ ସକାରାତ୍ମକ ଖବର।
ଉଲ୍ଲେଖଯୋଗ୍ୟ, ପିଏମ୍-୧୦ର ମାତ୍ରା ୯୧ ମାଇକ୍ରୋଗ୍ରାମ୍ ପ୍ରତି ଘନ ମିଟରର ଅର୍ଥ ହେଉଛି ସେହି ୧ ମିଟର ଲମ୍ବ, ଓସାର ଓ ଉଚ୍ଚତା ବିଶିଷ୍ଟ ବାୟୁ ମଧ୍ୟରେ ମୋଟ୍ ୯୧ ମାଇକ୍ରୋଗ୍ରାମ ଓଜନର ଧୂଳିକଣା ଭାସୁଛି।
ଏହି ସଂଖ୍ୟା ଯେତେ ବଢ଼ିବ, ବାୟୁ ସେତେ ଅଧିକ ପ୍ରଦୂଷିତ ବୋଲି ବିବେଚନା କରାଯାଇଥାଏ।
ଅପରପକ୍ଷରେ ପ୍ରଦୂଷଣ ହ୍ରାସ ପାଇଥିଲେ ମଧ୍ୟ ସହରର ବାୟୁ ଏବେ ବି ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ।
ସିପିସିବିର ମାନଦଣ୍ଡ ଅନୁଯାୟୀ, ବାୟୁରେ ପିଏମ୍-୧୦ର ସୁରକ୍ଷିତ ବାର୍ଷିକ ହାରାହାରି ସାନ୍ଦ୍ରତା ୬୦ ମାଇକ୍ରୋଗ୍ରାମ୍ ପ୍ରତି ଘନମିଟର ରହିବା ଆବଶ୍ୟକ।
୨୦୧୮ ମସିହା ପରଠାରୁ ରାଉରକେଲାର ବାର୍ଷିକ ପିଏମ୍-୧୦ ମାତ୍ରା ସର୍ବଦା ୧୦୦ ରୁ ଅଧିକ ରହିଆସିଛି।
Elephant: ଟ୍ରେନ୍ ଇଞ୍ଜିନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ ବର୍ତ୍ତମାନର ୯୧ ମାଇକ୍ରୋଗ୍ରାମ୍ ପ୍ରତି ଘନମିଟରର ସ୍ଥିତି ପୂର୍ବ ଅପେକ୍ଷା ଭଲ ହୋଇଥିଲେ ସୁଦ୍ଧା ଏହା ଜାତୀୟ ମାନକଠାରୁ ଯଥେଷ୍ଟ ଅଧିକ।
ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନ୍ସିଏପି) ଅଧୀନରେ ଚାଲିଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଏହି ସଫଳତା ମିଳିଛି।
ସହରବାସୀଙ୍କୁ ଶ୍ୱାସକ୍ରିୟା ଜନିତ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତି ଦେବା ପାଇଁ ଶିଳ୍ପାଞ୍ଚଳ ଓ ସହର ମଧ୍ୟରେ ବୃକ୍ଷରୋପଣ ଓ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ପରିବେଶବିତ୍ ମତବ୍ୟକ୍ତ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।