Elephant: ଟ୍ରେନ୍‌ ଇଞ୍ଜିନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

Sep 10, 2026 - 08:13
Elephant: ଟ୍ରେନ୍‌ ଇଞ୍ଜିନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

"ରାୟଗଡା(ଶିବ ପ୍ରସାଦ ଦୋରା): ଟ୍ରେନ ଇଞ୍ଜିନ ଧକ୍କାରେ ଗୋଟିଏ ଦନ୍ତା ହାତୀର ମୃତ୍ୟ ହୋଇଥିବା ଜଣାପଡିଛି I ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ବୁରୁନ୍ଦାବାଡି ନିକଟରେ ବିଷମକଟକ ଥେରୁବାଲି ରେଳଧାରଣାରେ ଏହି  ଘଟଣା ଘଟିଛି I ରେଳଧାରଣାଠାରୁ ୩ ମିଟର ଦୂରରେ ପଡ଼ିଛି ହାତୀର ମୃତଦେହ IAdvertisment ଆହୁରି ପଢନ୍ତୁ: 'Sambad' Literary Festival in Rayagada: ରାୟଗଡ଼ାରେ "ସମ୍ବାଦ" ସାହିତ୍ୟ ସମାରୋହ: "ସାହିତ୍ୟକୁ ଛାଡ଼ି ଭାଷା ବଞ୍ଚିପାରିବନି" ସୂଚନାରୁ ଜଣାପଡିଛି ଯେ ୩୧୨/୫-୭ କିଲୋମିଟର ନିକଟରେ ବ୍ୟାଙ୍କର୍ ଲାଇଟ୍ ଇଞ୍ଜିନ୍‌ ଦନ୍ତା  ହାତୀଟିକୁ ଧକ୍କା ଦେଇଥିଲା I ଘଟଣା ବିଳମ୍ବିତ ରାତିରେ  ହୋଇଥିବା ବେଳେ ଆରପିଏଫ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି I ବର୍ଷା ହେଉଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟ  ବିଳମ୍ବିତ ହୋଇଛି | କିଛି ମାସ ହେଲା କଳାହାଣ୍ଡି ଜିଲ୍ଲାରୁ ଏକ ଚାରି ଟିକିଆ ହାତୀ ବିଷମକଟକ ବ୍ଲକର ଭାତପୁର ବୁରୁନ୍ଦାବାଡ଼ି ଅଞ୍ଚଳରେ ବୁଲାବୁଲି କରୁଥିଲେ |  "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।