Airport Attack: ସାଉଦି ଆରବ ବିମାନବନ୍ଦର ଉପରେ ଆକ୍ରମଣକୁ ଭାରତର ତୀବ୍ର ନିନ୍ଦା
"ନୂଆଦିଲ୍ଲୀ: ହୁତିମାନଙ୍କ ଦ୍ବାରା ଗୁରୁବାର ସାଉଦି ଆରବର ରିୟାଦ ଓ ଆଭାରେ ଥିବା ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରିଛି।
ଭାରତ କହିଛି ଯେ, ଏହା ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ।
ଏପରି ସମୟରେ ଭାରତ ସାଉଦି ଆରବର ଲୋକ ଓ ସରକାରଙ୍କ ସହିତ ରହିଛି ବୋଲି କହିଛି।Advertisment ଭିତ୍ତିଭୂମିକୁ ଟାର୍ଗେଟ କରିବା ଗ୍ରହଣୀୟ ନୁହେଁ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ, ଭାରତ ଗତ କିଛି ଦିନ ଧରି ରିୟାଦର ଆଭା ଅନ୍ତର୍ଜାତୀୟ ବିମାନବନ୍ଦର ଓ କିଙ୍ଗ୍ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ କରି ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି।
ଏହି ଆକ୍ରମଣରେ ଅନେକ ସାଧାରଣ ଲୋକ ମୃତାହତ ହୋଇଛନ୍ତି।
ବେସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରିବା ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ।
ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ଆମେ ଗଭୀର ସମବେଦନା ପ୍ରକାଶ କରୁଛୁ।
ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ ବୋଲି ମନ୍ତ୍ରଣାଳୟ କହିଛି।
ୟେମେନ୍ ହୁତି ବିଦ୍ରୋହୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ।
ଏହି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଓ ୩୬ ଜଣ ଆହତ ହୋଇଛନ୍ତି।
Vijay: ସାଲ୍ୟୁଟ୍ କଲା ବେଳେ ଖସିପଡ଼ିଲା ମହିଳା ଡିଏସପିଙ୍କ ଟୋପି, ତଳୁ ଉଠାଇ ଦେଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଥଲପତି ବିଜୟ; ଭିଡିଓ ଭାଇରାଲ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।