Brown sugar: seize: ୧୦ ଗ୍ରାମ୍‌ ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

Oct 08, 2026 - 19:40
Brown sugar: seize: ୧୦ ଗ୍ରାମ୍‌ ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

"ବ୍ରଜରାଜନଗର (ଉପେନ ସାହୁ): ଝାରସୁଗୁଡା ଜିଲ୍ଲାରେ ଅପରେସନ "ନେତ୍ର" ଅଭିଯାନ ଜାରି ରହିଥିବା ବେଳେ ବ୍ରଜରାଜନଗର ପୁଲିସକୁ ବଡ଼ ସଫଳତା ମିଳିଛି।

ପୁଲିସ ୧୦ ଗ୍ରାମ ବ୍ରାଉନସୁଗାର ଏବଂ ୨କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ  ଅଭିଯୁକ୍ତମାନେ ହେଲେ ଓରିଏଣ୍ଟ ଥାନା ମଣ୍ଡଳିଆ ଏଲସି ଏଚ୍‌ କଲୋନିର  ମୃଣାଳ କାନ୍ତି ଭୋଇ (୪୨) ଓ ବ୍ରଜରାଜନଗର ଥାନା, ନୂଆଡିହି ର ପଞ୍ଚାନନ୍ଦ ପାଣ୍ଡେ ଓରଫ ମଣିରାମ (୬୩)।Advertisment ଗାନ୍ଧୀଛକ ଫାଣ୍ଡି ଅଧିକାରୀ ଏସ୍‌ଆଇ ମଦନ ମୋହନ ନାୟକଙ୍କ ନେତୃତ୍ୱରେ ପୁଲିସ ଟିମ୍ ବିଶ୍ୱସ୍ତ ସୂଚନା ପାଇ ଖଲିଆକାନି ପୋଲ ନିକଟରେ ଏକ ସ୍କୁଟରକୁ ଅଟକାଇ ଥିଲା।

ଚାଳକ ଓ ପଛରେ ବସିଥିବା ବ୍ୟକ୍ତିଙ୍କ ମଝିରେ ଏକ ପ୍ଲାଷ୍ଟିକ ବସ୍ତା ଥିବା ଦେଖିବାକୁ ମିଳିଥିଲା।

ଏନ୍‌ଡିପିଏସ୍‌ ଆକ୍ଟ ଅନୁଯାୟୀ ସମସ୍ତ ପ୍ରକ୍ରିୟା ପାଳନ କରି ପୁଲିସ ଯାଞ୍ଚ କରିଥିଲେ।

ଏଥିରୁ ୨କିଲୋ ୩୦୦ ଗ୍ରାମ୍‌ ଗଞ୍ଜେଇ ଓ ୧୦ ଗ୍ରାମ ସନ୍ଦିଗ୍ଧ ବ୍ରାଉନସୁଗାର, ଗୋଟିଏ  ସ୍କୁଟର (ଓଡି ୨୩କ୍ୟୁ ୧୨୩୦), ଦୁଇଟି ମୋବାଇଲ ଫୋନ୍ ଓ ନଗଦ ୮୨୦ ଟଙ୍କା  ଜବତ କରିଥିଲେ।

ପୁଲିସ କହିଛି ମୃଣାଳ କାନ୍ତି ଭୋଇ ନାମରେ ଓରିଏଣ୍ଟ ଥାନାରେ ୪ଟି ମାମଲା ରହିଛି।

Drug Seizure: ୮୧୮ କିଲୋ ଗଂଜେଇ ଜବତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।