Airtel postpaid plans: ୪୯୯ ଟଙ୍କାରେ ବର୍ଷେ ମାଗଣା ରୋମିଂ!
"ନୂଆଦିଲ୍ଲୀ: ସମୟସମୟରେ ଭାରତର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନି ଏୟାରଟେଲ୍ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପ୍ଲାନ ପରିବର୍ତ୍ତନ କରିଥାଏ ନଚେତ ନୂଆ ପ୍ଲାନ୍ ଲଞ୍ଚ କରିଥାଏ।
ସମ୍ପ୍ରତି କମ୍ପାନି ନିଜର ଏକ ପୋଷ୍ଟପେଡ୍ ପ୍ଲାନ୍କୁ ପୁଣିଥରେ ଲଞ୍ଚ କରିଛି।
ଏହି ପ୍ଲାନ୍ର ସବୁଠାରୁ ଅଧିକ ଲାଭ ଯାତ୍ରା କରୁଥିବା ଗ୍ରାହକମାନେ ପାଇପାରିବେ।Advertisment ବିଶେଷକରି ବିଦେଶ ଯାତ୍ରା ସବୁବେଳେ ରୋମାଞ୍ଚକର ଓ ମଜାଦାର ହୋଇଥାଏ।
କିନ୍ତୁ ଯାତ୍ରା ସମୟରେ ମୋବାଇଲ୍ରେ ଲାଗୁଥିବା ଅଧିକ ଇଣ୍ଟରନ୍ୟାସନାଲ୍ ରୋମିଂ ଚାର୍ଜ ଏହି ମଜାକୁ ନଷ୍ଟ କରିଦିଏ।
ଏୟାରଟେଲ୍ର ନୂଆ ପୋଷ୍ଟପେଡ୍ ପ୍ଲାନ୍ ଏହି ସମସ୍ୟାକୁ ଦୂର କରିବ।
ଏୟାରଟେଲ୍ ଏହାର ଚୟନିତ ପୋଷ୍ଟପେଡ୍ ପ୍ଲାନ୍ ସହ ପ୍ରତିବର୍ଷ ମାଗଣା ଇଣ୍ଟରନ୍ୟାସନାଲ୍ ରୋମିଂ ସୁବିଧା ପ୍ରଦାନ କରୁଛି।
ଏହି ନୂଆ ନିୟମ ଅନୁସାରେ, ଅକ୍ଟୋବର ୮ରୁ ଏୟାରଟେଲ୍ ଗ୍ରାହକମାନେ ମାଗଣା ରୋମିଂ ସହ ଅସୀମିତ ଡାଟା ଓ କଲିଂ, ଉନ୍ନତ ସ୍ପାମ୍ ଏବଂ ଠକେଇ ସୁରକ୍ଷା ସହ ବିଭିନ୍ନ ପ୍ରିମିୟମ୍ ମନୋରଞ୍ଜନ ସବ୍ସ୍କ୍ରିପ୍ସନ୍ର ଲାଭ ପାଇବେ।
ମାସିକ ୪୯୯ ଟଙ୍କାରୁ ଆରମ୍ଭ ହେଉଥିବା ଏୟାରଟେଲ୍ର ସମସ୍ତ ନୂଆ ପୋଷ୍ଟପେଡ୍ ପ୍ଲାନ୍ରେ ଏହି ମାଗଣା ଇଣ୍ଟରନ୍ୟାସନାଲ୍ ରୋମିଂ ସୁବିଧା ଉପଲବ୍ଧ ହେବ।
ଏୟାରଟେଲରେ ମାଗଣା ଇଣ୍ଟରନ୍ୟାସନାଲ୍ ରୋମିଂ ପ୍ୟାକ୍ ଏହି ମାଗଣା ଇଣ୍ଟରନ୍ୟାସନାଲ୍ ରୋମିଂ ପ୍ୟାକ୍ରେ ବିଦେଶରେ ବ୍ୟବହାର ପାଇଁ ୫ ଜିବି ହାଇ-ସ୍ପିଡ୍ ଡାଟା, ୬୦ ମିନିଟ୍ କଲିଂ (ଇନ୍କମିଂ ଓ ଆଉଟ୍ଗୋଇଂ ଉଭୟ), ୨୫ଟି ଆଉଟ୍ଗୋଇଂ ଏସ୍ଏମ୍ଏସ୍ ଏବଂ ଅସୀମିତ ଇନ୍କମିଂ ଏସ୍ଏମ୍ଏସ୍ ସୁବିଧା ମିଳିବ।
ରୋମିଂ ପ୍ୟାକ୍ ସକ୍ରିୟ ହେବା ପରେ ଏହା ୫ ଦିନ ପର୍ଯ୍ୟନ୍ତ ବୈଧ ରହିବ।
ବିଦେଶ ଯାତ୍ରା ସମୟରେ ଗ୍ରାହକ ନିଜ ଆବଶ୍ୟକତା ଅନୁସାରେ ଯେକୌଣସି ସମୟରେ ଏହାକୁ ସକ୍ରିୟ କରିପାରିବେ।
ଫ୍ୟାମିଲି ପ୍ଲାନରେ ମିଳିବ ଦୁଇଗୁଣା ଲାଭ ଯଦି ଆପଣ ଏୟାରଟେଲ୍ର କୌଣସି ଫ୍ୟାମିଲି ପୋଷ୍ଟପେଡ୍ ପ୍ଲାନ୍ ବ୍ୟବହାର କରୁଛନ୍ତି, ତେବେ ପ୍ଲାନ୍ରେ ସାମିଲ ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ ପ୍ରତିବର୍ଷ ଅଲଗା ମାଗଣା ଇଣ୍ଟରନ୍ୟାସନାଲ୍ ରୋମିଂ ପ୍ୟାକ୍ ମିଳିବ।
ଅର୍ଥାତ୍, ଯଦି ଆପଣଙ୍କ ପରିବାର ବର୍ଷକୁ ଥରେ ବିଦେଶ ଯାତ୍ରା କରୁଛି, ତେବେ ପରିବାରର ସମସ୍ତ ସଦସ୍ୟ କୌଣସି ଅତିରିକ୍ତ ଟଙ୍କା ଖର୍ଚ୍ଚ ନକରି ୫ ଦିନିଆ ମାଗଣା ରୋମିଂ ପ୍ୟାକ୍ର ଲାଭ ନେଇପାରିବେ।
ଏଥିପାଇଁ ଅଲଗା ମହଙ୍ଗା ରୋମିଂ କୁପନ୍ କିଣିବାର ଆବଶ୍ୟକତା ରହିବ ନାହିଁ।
ନୂଆ ପୋଷ୍ଟପେଡ୍ ପ୍ଲାନର ମୂଲ୍ୟ ଓ ସିମ୍ ସୀମା • ୪୯୯ ଟଙ୍କାର ପ୍ଲାନ୍ (ବ୍ୟକ୍ତିଗତ): ଏହା ଗୋଟିଏ ସିମ୍ ପାଇଁ ସବୁଠାରୁ କମ୍ ମୂଲ୍ୟର ବ୍ୟକ୍ତିଗତ ପ୍ଲାନ୍।• ୭୪୯ ଟଙ୍କାର ପ୍ଲାନ୍ (ଫ୍ୟାମିଲି): ଏଥିରେ ମୋଟ ୨ଟି ସିମ୍ କନେକ୍ସନ୍ (୧ଟି ପ୍ରାଥମିକ + ୧ଟି ଅତିରିକ୍ତ) ରହିବ।• ୧,୦୪୯ ଟଙ୍କାର ପ୍ଲାନ୍ (ଫ୍ୟାମିଲି): ଏଥିରେ ମୋଟ ୩ଟି ସିମ୍ କନେକ୍ସନ୍ ରହିବ।• ୧,୨୪୯ ଟଙ୍କା ଓ ୧,୪୪୯ ଟଙ୍କାର ପ୍ଲାନ୍ (ଫ୍ୟାମିଲି): ଏହି ଦୁଇଟି ପ୍ଲାନ୍ରେ ମୋଟ ୪ଟି ସିମ୍ କନେକ୍ସନ୍ ରହିବ।• ୧,୭୯୯ ଟଙ୍କାର ପ୍ଲାନ୍ (ଫ୍ୟାମିଲି): ଏହା ଏୟାରଟେଲର ସବୁଠାରୁ ବଡ଼ ଫ୍ୟାମିଲି ପ୍ଲାନ୍।
ଏଥିରେ ଏକାସାଙ୍ଗରେ ୫ଟି ସିମ୍ କନେକ୍ସନ୍ ରହିବ।
ଓଟିଟି ମନୋରଞ୍ଜନ ଓ ୫ଜି ଫାଷ୍ଟ ଲେନ୍ ସ୍ପିଡ୍ ମାଗଣା ରୋମିଂ ବ୍ୟତୀତ ଏୟାରଟେଲ୍ ଏହି ନୂଆ ପ୍ଲାନ୍ଗୁଡ଼ିକ ସହ ପ୍ରିମିୟମ୍ ଡିଜିଟାଲ୍ ସେବା ମଧ୍ୟ ପ୍ରଦାନ କରୁଛି।
ଚୟନ କରିଥିବା ପ୍ଲାନ୍ ଅନୁସାରେ ଗ୍ରାହକମାନେ ନେଟଫ୍ଲିକ୍ସ ବେସିକ୍, ଆମାଜନ୍ ପ୍ରାଇମ୍, ଆପଲ୍ ମ୍ୟୁଜିକ୍, ଆପଲ୍ ଆଇକ୍ଲାଉଡ୍+, ଜିଓହଟ୍ଷ୍ଟାର୍, ଏକ୍ସଷ୍ଟ୍ରିମ୍ ପ୍ଲେ ପ୍ରିମିୟମ୍ ଏବଂ ଗୁଗଲ୍ ୱାନ୍ର ମାଗଣା ସବ୍ସ୍କ୍ରିପ୍ସନ୍ ପାଇପାରିବେ।ପୁରୁଣା ପୋଷ୍ଟପେଡ୍ କିମ୍ବା ପ୍ରିପେଡ୍ କନେକ୍ସନ୍ ବ୍ୟବହାର କରୁଥିବା ଏୟାରଟେଲ୍ ଗ୍ରାହକମାନେ ଏୟାରଟେଲ୍ ଥ୍ୟାଙ୍କ୍ସ ଆପ୍ କିମ୍ବା ନିକଟସ୍ଥ ଏୟାରଟେଲ୍ ଷ୍ଟୋର୍କୁ ଯାଇ ଏହି ନୂଆ ପ୍ଲାନ୍କୁ ସହଜରେ ଅପ୍ଗ୍ରେଡ୍ କରିପାରିବେ।
ଶ୍ରୁତି ତମାଖୁରେ ଜିଏସ୍ଟି ଟିମ୍ର ଚଢ଼ାଉ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।