Youth Congress Complains ଜଳସମ୍ପଦ ବିଭାଗ ଏସଇ, ଏସଡିଓ, ଜେଇଙ୍କ ନାମରେ ଯୁବକଂଗ୍ରେସ ପକ୍ଷରୁ ଥାନାରେ ଅଭିଯୋଗ
"ଦଶରଥପୁର (ଚନ୍ଦ୍ରଶେଖର ସାହୁ ) : ଦଶରଥପୁର ବ୍ଲକରେ ପ୍ରତି ବର୍ଷାଋତୁରେ ବାରମ୍ବାର ଘାଇ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି।
ଏଥି ପାଇଁ ଜଳ ସମ୍ପଦ ବିଭାଗ, ବିଜେଡି ଏବଂ ବିଜେପି ଦାୟୀ ବୋଲି ଦଶରଥପୁର ଯୁବ କଂଗ୍ରେସ ଅଭିଯୋଗ କରିଛି।
Advertisment Flood: ସୀମା ଟପିଲାଣି ଯନ୍ତ୍ରଣା: ୨୩ ଦିନ ଧରି ବନ୍ୟା ଆଁରେ ଦଶରଥପୁର, ମୁଣ୍ଡରେ ଛାତ ନାହିଁ କି ପେଟକୁ ଦାନା ନାହିଁ ଆଜି (ବୁଧବାର) ଦଶରଥପୁର ବ୍ଲକ୍ ଯୁବ କଂଗ୍ରେସ ପକ୍ଷରୁ ଯୁବ ନେତା ଚନ୍ଦ୍ର ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ମଙ୍ଗଳପୁର ଥାନାରେ ଯୁବ କଂଗ୍ରେସ କର୍ମୀମାନେ ଲିଖିତ ଅଭିଯୋଗ କରିଥିଲେ।
ବାରମ୍ବାର ଘାଇ ହେଉଥିବାରୁ ଲୋକଙ୍କ ମାନସିକ, ଶାରୀରିକ, ଆର୍ଥିକ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ବ୍ୟବସାୟିକ କ୍ଷତିକୁ କାରଣ ଦର୍ଶାଇ ଜଳ ସମ୍ପଦ ଏସଇ ରତ୍ନାକର ଦଳାଇ, ଏସଡିଓ ଅନ୍ତର୍ଯ୍ୟାମୀ ମହାନ୍ତି, ଏବଂ ଜେଇ ଅରୁଣ ତ୍ରିପାଠୀଙ୍କ ନାମରେ ଥାନାରେ ଅଭିଯୋଗ କରାଯାଇଛି।
ମଙ୍ଗଳପୁର ଆଇଆଇସି ବିଭୁ ମୋହନ ସେଠି ଅଭିଯୋଗ ଗ୍ରହଣ କରିବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେଇଛନ୍ତି।
Flood in Baitarani ବୈତରଣୀରେ ଦ୍ୱିତୀୟ ବନ୍ୟା: ଦଶରଥପୁରର ୧୯ ପଞ୍ଚାୟତର ୧.୦୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ଅଭିଯୋଗ ଅନୁସାରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ଗତ ୨୦୧୪ ଠାରୁ ୨୦୨୬ ପର୍ଯ୍ୟନ୍ତ ୧୨ ବର୍ଷ ମଧ୍ୟରେ ବୈତରଣୀ ଏବଂ ଶାଖା କାଣୀ ନଦୀରେ ୨୩ ଥର ଘାଇ ସୃଷ୍ଟି ହୋଇସାରିଲାଣି।
ଘାଇ ହେବା ଫଳରେ ବ୍ଲକର ମୋଟ ୩୫ ପଞ୍ଚାୟତ ମଧ୍ୟରୁ ପ୍ରାୟ ୨୦ ପଞ୍ଚାୟତ ବାରମ୍ବାର ବନ୍ୟାରେ ପ୍ରଭାବିତ ହୋଇ ଧାନ ଏବଂ ପରିବାର ହଜାର ହଜାର ହେକ୍ଟର ଜମି ନଷ୍ଟ ହେଉଛି।
୧୬ ଜଣ ଲୋକ ବିଭିନ୍ନ ସ୍ଥାନରରେ ବନ୍ୟାରେ ଭାସି ମୃତ୍ୟୁ ବରଣ କରିଥିବାବେଳେ ସାପ କାମୁଡ଼ାରେ ୧୦ ଅଧିକ ମାରିବା ଭଳି ସମସ୍ୟା ଦେଖା ଦେଇଛି।
Flood: ଦଶରଥପୁରରେ ଅବସ୍ଥା ସୁଧିରିନି: ଏବେ ବି ୧୯ ପଞ୍ଚାୟତର ୫୯ ଗାଁର ୮୦ ହଜାର ଲୋକ ଜଳବନ୍ଦୀ ଅନ୍ୟ ପକ୍ଷରେ ଜଳ ସମ୍ପଦ ବିଭାଗ ଗତ ୧୨ ବର୍ଷାରେ ନଦୀ ବନ୍ଧ ସୁଦୃଢ଼ୀକରଣ ପାଇଁ ପ୍ରାୟ ୬୦୦ କୋଟି ଖର୍ଚ୍ଚ କରିସାରିଥିବାବେଳେ ଚଳିତ ବର୍ଷ ବନ୍ୟା ଉଭୟ ବିଜେଡି ଏବଂ ବିଜେପିର ମୁଖା ଖୋଲି ଦେଇଛି।
ବିଜେଡିର ଗତ ୧୦ ବର୍ଷ ଏବଂ ବିଜେପିର ଅଢେଇ ବର୍ଷ ମିଳିତ ଭାବେ ନଦୀ ବନ୍ଧ ମରାମତି ଏବଂ ସୁଦୃଢ଼ୀକରଣ ନାମରେ ଜଳ ସମ୍ପଦ ବିଭାଗ ସହ ମିଳିତ ଉଦ୍ୟମରେ ହରିଲୁଟ କରାଯାଇଛି।
କରଣ ବିଜେଡି ସମୟରେ ବିଜେପି ଚୁପ ବସିଥିବାବେଳେ ବିଜେପି ସରକାର ସମୟରେ ବିଜେଡି ଚୁପ ବସିଛି।
ଏଣୁ ବିଭାଗୀୟ ଅଧିକାରୀମାନେ ଦୀର୍ଘ ୬ ବର୍ଷ ହେବ ବଦଳି ହେଉନାହିଁ।
ଏଣୁ ଉଭୟ ବିଜେଡି ଏବଂ ବିଜେପି ମିଳିତ ଭାବେ ନଦୀ ବନ୍ଧ ସୁରକ୍ଷା ନାମରେ ସେମାନଙ୍କ ଦଳୀୟ କର୍ମୀଙ୍କୁ ଠିକା କାର୍ଯ୍ୟ ଦେଇ ଲୁଟି ଚାଲିଛନ୍ତି ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।