AISA President: ଶାନ୍ତି ବଣ୍ଡରେ ସ୍ବାକ୍ଷର କରିବି ନାହିଁ: ନେହା ବୋରା

Oct 24, 2026 - 17:29
AISA President: ଶାନ୍ତି ବଣ୍ଡରେ ସ୍ବାକ୍ଷର କରିବି ନାହିଁ: ନେହା ବୋରା

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଷ୍ଟୁଣ୍ଡେସ ଆସୋସିଏସନ( ଏଆଇଏସଏ )ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନେହା ବୋରା ଶାନ୍ତି ଜାରି ରଖିବା ପାଇଁ ୧୦ ହଜାର ଟଙ୍କାର ବଣ୍ଡରେ ସ୍ବାକ୍ଷର କରିବା ପାଇଁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି।

ଦିଲ୍ଲୀ ହାଇକୋର୍ଟଙ୍କର ସ୍ବତନ୍ତ୍ର କାର୍ଯ୍ୟନିର୍ବାହୀ ବିଚାରପତି କୋର୍ଟଙ୍କ ନୋଟିସ୍ ବିରୋଧରେ ଦାୟର କରାଯାଇଥିବା ଆବେଦନକୁ ଖାରଜ କରିବା ପରେ ନେହା ବୋରା ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

Advertisment ସରକାରଙ୍କୁ ଟାର୍ଗେଟ ସେ କହିଛନ୍ତି, ଆମର କୌଣସି ସର୍ତ୍ତ ନାହିଁ।

ଆମେ ବଣ୍ଡ ସ୍ବାକ୍ଷର କରିବୁ ନାହିଁ।

ଆମର ଗଣତାନ୍ତ୍ରିକ ଅଧିକାର କୁ ଛଡ଼ାଇ ନିଆଯାଉଛି।

ଏହି ବଣ୍ଡରେ ସ୍ବାକ୍ଷର କରିବା ଦ୍ବାରା ଆଗାମୀ ଦିନରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ରୋକିବା ପାଇଁ ଏଭଳି ଶାନ୍ତି ବଣ୍ଡର ବ୍ୟବହାର କରାଯିବ।

ସେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଆମର ମତଦାନ ଅଧିକାରକୁ ରୋକିବା ପାଇଁ ଏସଆଇଆରର ସାହାରା ନିଆଯାଇଛି।

୧୩ କୋଟି ଲୋକଙ୍କୁ ଭୋଟର ତାଲିକାରୁ ହଟାଇ ଦିଆଯାଇଛି।

ଦେଶରେ ଗଣତାନ୍ତ୍ରିକ ପରମ୍ପରାକୁ ଏହା ଦ୍ବାରା ସୁରକ୍ଷିତ ହୋଇପାରିବ ନାହିଁ।

ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ମାଷ୍ଟରପ୍ଲାନ, ବିଶ୍ୱରଂଜନ ମହାନ୍ତି ମଣିପୁର ନିର୍ବାଚନୀ ୱାର ରୁମ ଅଧ୍ୟକ୍ଷ ନିଯୁକ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।