Akshay Majhi Murder Case: ବନମାଳୀପୁର ଅକ୍ଷୟ ମାଝୀ ହତ୍ୟା ମାମଲା: ବାପପୁଅ ସମେତ ୯ଜଣଙ୍କୁ ଆଜୀବନ ଜେଲ୍‌

Oct 06, 2026 - 12:16
Akshay Majhi Murder Case: ବନମାଳୀପୁର ଅକ୍ଷୟ ମାଝୀ ହତ୍ୟା ମାମଲା: ବାପପୁଅ ସମେତ ୯ଜଣଙ୍କୁ ଆଜୀବନ ଜେଲ୍‌

"ଭୁବନେଶ୍ବର/ବାଲିପାଟଣା: ୨୦୨୪ ମାର୍ଚ୍ଚ ୧୭ ତାରିଖ ରାତିରେ ବନମାଳୀପୁରରେ ଘଟିଥିବା ବହୁଚର୍ଚ୍ଚିତ ଅକ୍ଷୟ ମାଝୀ ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି।

ତୃତୀୟ ଆଡିସିନାଲ୍‌ ଡିଷ୍ଟ୍ରିକ୍ଟ ଆଣ୍ଡ ‌ସେସନ୍‌ସ ଜଜ୍‌ ହିମାଂଶୁ ଶେଖର ମଲ୍ଲିକ ମାମଲାର ଶୁଣାଣି ଶେଷକରି ମୁଖ୍ୟ ଆସାମୀ ବାପା ଓ ପୁଅଙ୍କ ସମେତ ୯ଜଣଙ୍କୁ ଆଜୀବନ ସଜା ନିର୍ଦ୍ଦେଶ ଦେଇଛନ୍ତି।

ସେମାନେ ହେଲେ ଭାକରସାହି ପଞ୍ଚାୟତ ଦଣ୍ଡାସାହିର ମୁଖ୍ୟ ଆସାମୀ ଦିଲୁ ଭୋଇ, ତା" ବାପା କାଳନ୍ଦୀ ଭୋଇ, ପ୍ରମୋଦ ଭୋଇ, ସମ୍ପର୍କୀୟ ବଳରାମ ପଲେଇ ଓରଫ ଗୋଲେଇ, ସୁନୀଲ ପଲେଇ ଓରଫ ଗେଡ଼, ବିଦେଶୀ ପଲେଇ ଓରଫ ନଣ୍ଡା, ନବ ପଲେଇ ଓରଫ ଗାଣ୍ଡୁ, କେଦାରନାଥ ପଲେଇ ଓ କାଳନ୍ଦୀ ପଲେଇ।

ଏହି ମାମଲାରେ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ୨ ମହିଳାଙ୍କୁ କୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।

ଆସାମୀମାନଙ୍କ ଉପରେ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା ଧାର୍ଯ୍ୟ କରାଯାଇଛି ଏବଂ ଜରିମାନା ଅନାଦାୟ କ୍ଷେତ୍ରରେ ସେମାନଙ୍କୁ ଅଧିକ ୬ମାସ ଲେଖାଏଁ ଜେଲ୍‌ ଦଣ୍ଡ ଭୋଗିବାକୁ ହେବ ବୋଲି ‌ବିଚାରପତି ରାୟ ଶୁଣାଇଛନ୍ତି।

ସରକାରଙ୍କ ପକ୍ଷରୁ ଏପିପି ଶୁଭଶ୍ରୀ ଜେନା ଏହି ମାମଲା ପରିଚାଳନା କରୁଥିଲେ।

ବାଲିପାଟଣା ଥାନା ଅଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀଙ୍କ ତଦନ୍ତ ଓ ବଳିଷ୍ଠ ପ୍ରମାଣ ଆଧାରରେ ଆସାମୀମାନଙ୍କୁ ସଜା ହୋଇଛି।

Advertisment Liver Transplantation: ଯକୃତ ପ୍ରତିରୋପଣ‌ରେ ଷ୍ଟାର୍‌ ହସ୍ପିଟାଲ୍‌ର ସଫଳତା ଘଟଣା ଦିନ ରାତି ପ୍ରାୟ ୭ଟାରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା।

ବନମାଳୀପୁର ନୂଆସାହି ବଜାରସ୍ଥିତ ଗଗି ସାର ଦୋକାନ ନିକଟରେ ସ୍ଥାନୀୟ ମଝିହରା ମହଲାସାହିର ଅକ୍ଷୟ ମାଝୀ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲେ।

ନିକଟସ୍ଥ ଦଣ୍ଡାସାହିର ୧୫ରୁ ୨୦ଜଣ ଲୋକ ଅକ୍ଷୟଙ୍କୁ ଘେରି ଯାଇଥିଲେ।

ପୂର୍ବଶତ୍ରୁତା ଓ ପ୍ରତିଶୋଧ ନେବାକୁ ଯାଇ ମୁଖ୍ୟ ଆସାମୀ ଦିଲୁ ଭୋଇ ଓ ତା" ବାପା କାଳନ୍ଦୀଙ୍କ ନେତୃତ୍ବରେ ଉପରୋକ୍ତ ଆସାମୀମାନେ ଅକ୍ଷୟଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ।

ତାଙ୍କୁ ଚାରପଟୁ ଘେରିଯାଇ କୁରାଢ଼ି, କଟୁରି, ଖଣ୍ଡା ଭଳି ମାରଣାସ୍ତ୍ରରେ ଅକ୍ଷୟଙ୍କୁ ହାଣି ପକାଇବା ସହ ଶାବଳ ଓ ରଡ୍‌ରେ ପିଟିପିଟି ଲହୁଲୁହାଣ କରିଦେଇଥିଲେ।

ଏତିକିରେ ବି ରକ୍ତମୁଖା ଆକ୍ରମଣକାରୀମାନଙ୍କ କ୍ରୋଧ ଥମି ନଥିଲା।

ମୁଖ୍ୟ ଆସାମୀ ଦିଲୁ ଏକ ପଥର ଉଠାଇ ଅକ୍ଷୟଙ୍କ ମୁଣ୍ଡକୁ ଛେଚି ଦେଇଥିଲା।

ଅକ୍ଷୟଙ୍କ ଶରୀର ନିସ୍ତେଜ ହୋଇଯିବା ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ପଳାଇଥିଲେ।

କିଛି ସମୟ ପରେ ସେହି ବାଟ ଦେଇ ଯାଉଥିବା ଜଣେ ମହିଳା ରାସ୍ତାକଡ଼ରେ ପଡ଼ିଥିବା ଅକ୍ଷୟଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ଦେଖି ସାହିରେ ଜଣାଇଥିଲେ।

Dead: ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ; ଦିନକ ପରେ ମୃତଦେହ ଉଦ୍ଧାର ଖବର ପାଇ ମହଲାସାହିରୁ ଅକ୍ଷୟଙ୍କ ପରିବାର ଓ ସମ୍ପର୍କୀୟମାନେ ଘଟଣାସ୍ଥଳକୁ ଛୁଟି ଆସିଥିଲେ।

ତୁରନ୍ତ ସେମାନେ ଅକ୍ଷୟଙ୍କୁ ହସ୍ପିଟାଲ୍‌ ନେଇଥିଲେ।

କ୍ୟାପିଟାଲ ହସ୍ପିଟାଲରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ ହେଁ ସେହିଦିନ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ମୃତ ଅକ୍ଷୟଙ୍କ ପତ୍ନୀ ଶ୍ରାବଣୀଙ୍କ ଅଭିଯୋଗ ଆଧାରରେ ବାଲିପାଟଣା ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ଉପରୋକ୍ତ ଆସାମୀମାନଙ୍କୁ ଗିରଫ କରିଥିଲା।

ପୁଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ ମୁଖ୍ୟ ଆସାମୀ ଦିଲୁ ମୃତ ଅକ୍ଷୟଙ୍କ ସ୍ତ୍ରୀଙ୍କୁ ଫୋନ୍‌ କରି ବିଭିନ୍ନ ସମୟରେ ହଇରାଣ କରୁଥିଲା।

ମୋବାଇଲ୍‌ରେ ଅଶ୍ଳୀଳ ମେସେଜ୍‌ ପଠାଉଥିଲା।

ଏହାକୁ ନେଇ ଅକ୍ଷୟ ଓ ଦିଲୁ ମଧ୍ୟରେ ଝଗଡ଼ା ହୋଇଥିଲା।

ଏକଦା ବାଳକାଟି ବଜାରରେ ଅକ୍ଷୟ ଏକୁଟିଆ ଦେଖି ଦିଲୁକୁ ନିସ୍ତୁକ ମାଡ଼ମାରିଥିଲା।

ଦିଲୁ ମାଡ଼ ଖାଇ ଘରକୁ ଫେରିବା ପରେ ବାପା କାଳନ୍ଦୀ ଓ ଅନ୍ୟମାନେ ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।