Akshaya Mohanty: ଆଜି ଜନ୍ମଦିନ: ଅକ୍ଷୟ ମହାନ୍ତି

Oct 12, 2026 - 08:54
Akshaya Mohanty: ଆଜି ଜନ୍ମଦିନ: ଅକ୍ଷୟ ମହାନ୍ତି

"୧୯୩୭ ମସିହା ଆଜି ଦିନରେ ଅବିଭକ୍ତ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଆଧୁନିକ ଓଡ଼ିଆ ସଂଗୀତ ଜଗତ୍‍ର କିଂବଦନ୍ତି ପୁରୁଷ ଅକ୍ଷୟ ମହାନ୍ତି।

ପିଲାବେଳୁ ବଡ଼ ଭଉଣୀ ସୁଲକ୍ଷଣାଙ୍କ ପ୍ରଭାବରେ ତାଙ୍କ ଭିତରେ ଗୀତ ପ୍ରତି ଅହେତକୁ ଆକର୍ଷଣ ସୃଷ୍ଟି ହୋଇଥିଲା।

ଷ୍ଟୁଆର୍ଟ ସାଇନ୍‍ସ କଲେଜରେ ଆଇ.ଏସ୍‍ସି.

ଓ  ରେଭେନ୍‍ସା କଲେଜରେ ବି.ଏ.

ପଢ଼ିବା ପରେ ସେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ କିଛି ବର୍ଷ ପରେ ସଂଗୀତ ପାଇଁ ଚାକିରି ଛାଡ଼ିଦେଇଥିଲେ।

କୌଣସି ପ୍ରକାର ଆନୁଷ୍ଠାନିକ ସଂଗୀତ ଶିକ୍ଷା ବିନା ସେ ସଂଗୀତ ଜଗତ୍‍ରେ ଏକ ବିପ୍ଳବ ସୃଷ୍ଟି କରିପାରିଥିଲେ। "ମା" (୧୯୫୮) ଚଳଚ୍ଚିତ୍ରର "ଗୋରୀ ଗୋରୀ ଗୋରୀ" ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ସଂଗୀତ। "ମଲାଜହ୍ନ" (୧୯୬୬) ଚଳଚ୍ଚିତ୍ରରେ ସେ ପ୍ରଥମେ ସଂଗୀତ ନିର୍ଦେଶନା ଦେଇଥିଲେ।Advertisment Odisha scientist: ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ଓଡ଼ିଆ ପୁଅ ସୁଦୀର୍ଘ ସଂଗୀତ କ୍ୟାରିଅର୍‌ରେ ସେ ରୋମାଣ୍ଟିକ୍ ସ˚ଗୀତରୁ ଆରମ୍ଭ କରି ଭଜନ ପର୍ଯ୍ୟନ୍ତ ସବୁପ୍ରକାର ଗୀତ ଗାଇଛନ୍ତି ଓ ତିଆରି କରିଛନ୍ତି।

ଅକ୍ଷୟ ୧୨୯ଟି ଓଡ଼ିଆ ଫିଲ୍ମରେ କଣ୍ଠଦାନ କରିଛନ୍ତି, ୯୨ଟି ଫିଲ୍ମ ପାଇଁ ଗୀତ ଲେଖିଛନ୍ତି, ୭୫ଟି ଫିଲ୍ମର ସଂଗୀତ ନିର୍ଦେଶନା ଦେଇଛନ୍ତି।

ଏହା ସାଙ୍ଗକୁ ସେ ତିନିଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଓ ଗୋଟିଏ ଚଳଚ୍ଚିତ୍ରର ଯୁଗ୍ମ ନିର୍ଦେଶକ ରହିଛନ୍ତି।

ସାହିତ୍ୟ କ୍ଷେତ୍ରକୁ ମଧ୍ୟ ତାଙ୍କର ଅବଦାନ ଅନନ୍ୟ।

ସେ ଅନେକ ଉପନ୍ୟାସ, କବିତା ଓ ଗଳ୍ପ ସଂକଳନ ପ୍ରକାଶ କରି ପାଠକ ମହଲରେ ଖୁବ୍ ଚର୍ଚ୍ଚିତ ଓ ପ୍ରଶଂସିତ ହୋଇପାରିଥିଲେ। "ରଜାଝିଅ ସାଙ୍ଗେ", "ଯାଯାବର", "ଯା"ରେ ଭାସି ଭାସି ଯା", "ସ୍ମୃତି ତୁମେ", "ପୁଣ୍ୟର ନଦୀ ତୀରେ", "ହେ ଫଗୁଣ ତୁମେ", "କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ" ସମେତ ତାଙ୍କର ଶହ ଶହ ଗୀତ ଆଜି ବି ଅଗଣିତ ଓଡ଼ିଆଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିରହିଛି।

୨୦୦୨ ମସିହା ନଭେମ୍ବର ୧୭ ତାରିଖରେ ଏହି ମହାନ ସଂଗୀତଜ୍ଞଙ୍କର ପରଲୋକ ଘଟିଥିଲା।

DMF: ଡିଏମଏଫରେ ଖର୍ଚ୍ଚ ୪୦ଲକ୍ଷ, ଦାଖଲ  ହୋଇଛି ୨୫ ଲକ୍ଷର ବିନିଯୋଗ ପ୍ରମାଣପତ୍ର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।