Dowry Harassment : ଯୌତୁକ ନିର୍ଯାତନା ଅଭିଯୋଗ, ବୋହୂଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଅଭିଯୋଗ

Oct 12, 2026 - 08:33
Dowry Harassment : ଯୌତୁକ ନିର୍ଯାତନା ଅଭିଯୋଗ, ବୋହୂଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଅଭିଯୋଗ

"ଲଡ଼ୁଗାଁ: ଯୌତୁକନିର୍ଯାତନାକୁ ନେଇ ବୋହୂଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ଅଭିଯୋଗ।

ଗୁରୁତର ଅବସ୍ଥାରେ ମହିଳା ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ।

ଅଭିଯୋଗ ଆଧାରରେ ଆମପାଣି ପୁଲିସର ତଦନ୍ତ ଜାରି।Advertisment ଦେହରେ ଗରମ ପାଣି ଢାଳିବା ନେଇ ଅଭିଯୋଗ  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଗୋତମୁଣ୍ଡା ଗ୍ରାମରେ ଏହି ଅଭିଯୋଗ ହୋଇଛି।

ଗ୍ରାମର ଲକ୍ଷ୍ମଣ ଲହଜଳ ୨୦୨୧ ମସିହାରେ ଡହଗାଁର ଗୀତାଞ୍ଜଳିଙ୍କୁ ବିବାହ କରିଥିଲେ।

ଅଭିଯୋଗ ଅନୁସାରେ, ବିବାହ ପରେ ଯୌତୁକକୁ ନେଇ ଶାଶୁଘର ପକ୍ଷରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା।

ଏପରିକି କିଛିଦିନ ତଳେ ତାଙ୍କ ଦେହରେ ଗରମ ପାଣି ଢାଳିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା।

ଗ୍ରାମରେ ବୈଠକ ପରେ ଘଟଣାର ସମାଧାନ ହୋଇଥିଲେ ମଧ୍ୟ ପୁଣି ଗଣ୍ଡଗୋଳ ହୋଇଥିବା କୁହାଯାଉଛି।

ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ଶନିବାର ସନ୍ଧ୍ୟାରେ ଶଶୁର ପବିତ୍ର ଲହଜଳ ଓ ଶାଶୁ ପେଟ୍ରୋଲ ଢାଳି ଗୀତାଞ୍ଜଳିଙ୍କ ଦେହରେ ନିଆଁ ଲଗାଇଦେଇଥିବା ଗୀତାଞ୍ଜଳିଙ୍କ ବାପା ଅଭିଯୋଗ କରିଛନ୍ତି।

ତାଙ୍କୁ ପ୍ରଥମେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଭବାନୀପାଟଣା ଓ ଅଧିକ ଚିକିତ୍ସା ପାଇଁ ବୁର୍ଲା ରେଫର କରାଯାଇଛି।

ଏନେଇ ଗୀତାଞ୍ଜଳିଙ୍କ ବାପା ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପୁଲିସ ଅଭିଯୋଗର ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।

ଅନ୍ୟ ପକ୍ଷେ ଗୀତାଞ୍ଜଳିଙ୍କ ବାପା ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Odisha scientist: ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ଓଡ଼ିଆ ପୁଅ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।