Alcohol in Moisturizers: ଆପଣଙ୍କ ସ୍କିନ୍ କେୟାର ପ୍ରଡକ୍ଟରେ ଆଲ୍‌କୋହଲ୍‌ କାହିଁକି ଥାଏ? ଜାଣନ୍ତୁ ଏହାର ରୋଚକ ବୈଜ୍ଞାନିକ କାରଣ...

Oct 29, 2026 - 16:52
Alcohol in Moisturizers: ଆପଣଙ୍କ ସ୍କିନ୍ କେୟାର ପ୍ରଡକ୍ଟରେ ଆଲ୍‌କୋହଲ୍‌ କାହିଁକି ଥାଏ? ଜାଣନ୍ତୁ ଏହାର ରୋଚକ ବୈଜ୍ଞାନିକ କାରଣ...

ଆଜିକାଲି ବଜାରରୁ ଯେକୌଣସି ମଏଶ୍‌ରାଇଜର୍ କିମ୍ବା ଫେସ୍ କ୍ରିମ୍ କିଣିବା ପରେ ସେଥିରେ ଥିବା ଉପାଦାନ ତାଲିକାରେ 'ଆଲକୋହଲ୍' ଶବ୍ଦଟି ନିଶ୍ଚୟ ଦୃଷ୍ଟିକୁ ଆସେ।

ଏହାକୁ ଦେଖିବା ମାତ୍ରେ ଅନେକଙ୍କ ମନରେ ପ୍ରଶ୍ନ ଆସେ ଯେ, ଏହା ଆମର କୋମଳ ତ୍ୱଚା ପାଇଁ କ୍ଷତିକାରକ ନୁହେଁ କି?

Advertisment ଆହୁରି ପଢ଼ନ୍ତୁ: ଫଡ଼ନାଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟେଇବାକୁ ଶିବସେନାର ଦାବି ଅଧିକାଂଶ ଲୋକଙ୍କର ଧାରଣା ଥାଏ ଯେ ସମସ୍ତ ପ୍ରକାରର ଆଲ୍‌କୋହଲ୍‌ ତ୍ୱଚାକୁ ଶୁଷ୍କ କରିଦିଏ କିମ୍ବା ଜ୍ୱଳାପୋଡ଼ା ସୃଷ୍ଟି କରେ।

କିନ୍ତୁ ବିଜ୍ଞାନ ଏବଂ ଡର୍ମାଟୋଲୋଜି ଦୁନିଆରେ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ।

ବ୍ରାଣ୍ଡ୍‌ଗୁଡ଼ିକ କ୍ରିମ୍ ଏବଂ ଲୋସନ୍‌ରେ ଆଲକୋହଲ୍ କାହିଁକି ମିଶାନ୍ତି ଏବଂ ଏହାର ପ୍ରକୃତ କାମ କ'ଣ, ଆସନ୍ତୁ ଜାଣିବା।

କ୍ରିମ୍ ଓ ମଏଶ୍‌ରାଇଜରରେ ଆଲକୋହଲ୍‌ ମିଶାଇବାର ପ୍ରମୁଖ କାରଣ ତ୍ୱଚା ଯତ୍ନ ନେବା ପାଇଁ ତିଆରି ହେଉଥିବା ପ୍ରଡକ୍ଟଗୁଡ଼ିକରେ ଆଲ୍‌କୋହଲ୍‌ କେବଳ ଗୋଟିଏ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ ନାହିଁ, ବରଂ ଏହାର ଅନେକ ବୈଷୟିକ ଓ ବ୍ୟବହାରିକ ଲାଭ ରହିଛି: ସକ୍ରିୟ ଉପାଦାନଗୁଡ଼ିକୁ ମିଶାଇବା: ଏହା କ୍ରିମ୍ ଭିତରେ ଥିବା ଜରୁରୀ ଆକ୍ଟିଭ୍ ଇନ୍‌କ୍ରିଡିଏଣ୍ଟକୁ ଭଲଭାବେ ଦ୍ରବୀଭୂତ ହେବାରେ ସାହାଯ୍ୟ କରେ।

ତ୍ୱଚାରେ ସହଜରେ ମିଶିଯିବା: ଏହା ପ୍ରଡକ୍ଟର ଗଠନକୁ ଏତେ ସୁନ୍ଦର କରିଥାଏ ଯେ ତ୍ୱଚାରେ ଲଗାଇବାକ୍ଷଣି ଏହା ଅତି ସହଜରେ ଓ ସମାନ ଭାବେ ଚାରିଆଡ଼େ ବ୍ୟାପିଯାଏ।

ଚିପ୍‌ଚିପ୍ ପଣରୁ ରକ୍ଷା: ଅନେକ ଆଲକୋହଲ୍ କ୍ରିମ୍‌କୁ ଚିପ୍‌ଚିପ୍ ହେବାକୁ ଦିଅନ୍ତି ନାହିଁ ଏବଂ ଲଗାଇବା ପରେ ଶୀଘ୍ର ଶୁଖିଯିବାରେ ସାହାଯ୍ୟ କରନ୍ତି।

ପ୍ରିଜର୍ଭେଟିଭ୍ କାମ: କିଛି ବିଶେଷ ଆଲ୍‌କୋହଲ୍ ପ୍ରଡକ୍ଟରେ ପ୍ରିଜର୍ଭେଟିଭ୍ ଭାବେ ମଧ୍ୟ କାମ କରନ୍ତି, ଯାହାଫଳରେ କ୍ରିମ୍ ବହୁତ ଦିନ ପର୍ଯ୍ୟନ୍ତ ଖରାପ ହୁଏ ନାହିଁ।

ଇଥାନଲ୍ ଓ ଅନ୍ୟାନ୍ୟ ଆଲ୍‌କୋହଲ୍‌ କିପରି କାମ କରନ୍ତି?

ଇଥାନଲ୍ ପରି କିଛି ନିର୍ଦ୍ଦିଷ୍ଟ ପ୍ରକାରର ଆଲ୍‌କୋହଲ୍ ବାୟୁରେ ଅତି ଦ୍ରୁତ ଗତିରେ ବାଷ୍ପୀଭୂତ ହୋଇଯାନ୍ତି।

ଯେତେବେଳେ ଏଭଳି ଆଲ୍‌କୋହଲ୍‌ ଯୁକ୍ତ ମଏଶ୍‌ରାଇଜର୍ ତ୍ୱଚାରେ ଲଗାଯାଏ, ସେଗୁଡ଼ିକ ତୁରନ୍ତ ଉଡ଼ିଯାଆନ୍ତି।

ଫଳରେ କ୍ରିମ୍ ଲଗାଇବା ପରେ ମୁହଁରେ କୌଣସି ଓଜନର ଅନୁଭୂତି ହୁଏ ନାହିଁ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଏହି ଉପାଦାନ କେବଳ ତ୍ୱଚାକୁ ଶୁଷ୍କ କରେ ନାହିଁ, ବରଂ ଜୀବାଣୁ ଓ ଅଣୁଜୀବଗୁଡ଼ିକର ବୃଦ୍ଧିକୁ ରୋକିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଯୋଗାଇଥାଏ।

ସବୁ ଅବ୍‌କୋହଲ୍ ସମାନ ନୁହଁନ୍ତି।

ଇଥାନଲ୍ ଏବଂ ଫ୍ୟାଟି ଆଲ୍‌କୋହଲ୍ ମଧ୍ୟରେ ବହୁତ ବଡ଼ ପାର୍ଥକ୍ୟ ରହିଛି: ସେଟିଲ୍ ଆଲ୍‌କୋହଲ୍ ଏବଂ ସେଟିଆରିଲ୍ ଆଲ୍‌କୋହଲ୍ ପରି ଉପାଦାନଗୁଡ଼ିକ ରାସାୟନିକ ଭାବରେ ସମ୍ପୂର୍ଣ୍ଣ ଭିନ୍ନ ଏବଂ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ଅଟନ୍ତି।

ଏଗୁଡ଼ିକର ମୁଖ୍ୟ କାମ ହେଲା କ୍ରିମ୍‌କୁ ମୋଟା କରିବା, ଏହାକୁ ସ୍ଥିର ରଖିବା ଓ ତ୍ୱଚାକୁ ଭିତରୁ କୋମଳ କରିବା।

ଏହି ତତ୍ତ୍ୱଗୁଡ଼ିକ ତ୍ୱଚାକୁ କଦାପି ଶୁଷ୍କ କରନ୍ତି ନାହିଁ, ବରଂ ତ୍ୱଚାରେ ଆର୍ଦ୍ରତା ବଜାୟ ରଖିବାରେ ସାହାଯ୍ୟ କରନ୍ତି, ଯାହା ଶୁଷ୍କ ତ୍ୱଚାକୁ ବିଶେଷ ଆରାମ ଦେଇଥାଏ।

ଆହୁରି ପଢ଼ନ୍ତୁ: ଅବିଶ୍ରାନ୍ତ ବର୍ଷା: କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ, ରଟିଙ୍ଗିଆ ବାହ୍ୟ ଜଗତରୁ ବିଚ୍ଛିନ୍ନ ଅଧିକ ଦେଖନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।