Chhattisgarh Man: ଛତିଶଗଡ଼ ଯୁବକଙ୍କୁ ରୁଷରେ ନିର୍ଯାତନା: ଯୁଦ୍ଧରେ ଯୋଗଦେବାକୁ ବାଧ୍ୟ କରାଯାଉଥିବା ଭଉଣୀଙ୍କ ଅଭିଯୋଗ

Oct 29, 2026 - 17:14
Chhattisgarh Man: ଛତିଶଗଡ଼ ଯୁବକଙ୍କୁ ରୁଷରେ ନିର୍ଯାତନା: ଯୁଦ୍ଧରେ ଯୋଗଦେବାକୁ ବାଧ୍ୟ କରାଯାଉଥିବା ଭଉଣୀଙ୍କ ଅଭିଯୋଗ

ବିଲାସପୁର/ନୂଆଦିଲ୍ଲୀ: ଛତିଶଗଡ଼ ର ବିଲାସପୁର ଜିଲ୍ଲା ବିଲହା ଅଞ୍ଚଳର ଜଣେ ୨୧ ବର୍ଷୀୟ ଯୁବକ ବିନୀତ କୁମାର ଦୁବେଙ୍କୁ ରୁଷ ରେ ଆଟକ ରଖାଯାଇ ଅତ୍ୟାଚାର କରାଯାଉଥିବା ଏବଂ ୟୁକ୍ରେନ ବିରୋଧୀ ଯୁଦ୍ଧରେ ଯୋଗଦେବାକୁ ବାଧ୍ୟ କରାଯାଉଥିବା ନେଇ ତାଙ୍କ ୧୭ ବର୍ଷୀୟା ଭଉଣୀ ଗୁରୁତର ଅଭିଯୋଗ ଆଣିଛନ୍ତି।

ନିଜ ଭାଇଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ସେ ସ୍ଥାନୀୟ ପୁଲିସ ଓ ଜିଲ୍ଲା ପ୍ରଶାସନର ସହାୟତା ଲୋଡ଼ିଛନ୍ତି।

Advertisment ସ୍ପଷ୍ଟ ଉତ୍ତର ଆସିବା ପରେ ନିଆଯିବ ପରବର୍ତ୍ତୀ ପଦକ୍ଷେପ ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ଟେଲିଗ୍ରାମ୍ ଗ୍ରୁପ୍ ମାଧ୍ୟମରେ ମାସିକ ପ୍ରାୟ ୧,୨୦୦ ଡଲାର ଦରମାରେ ଏକ ଖାଦ୍ୟ ସଂରକ୍ଷଣ କେନ୍ଦ୍ରରେ ଚାକିରି ଅଫର ପାଇ ବିନୀତ ଗତ ଅକ୍ଟୋବର ୧ ତାରିଖରେ ରୁଷ ଯାଇଥିଲେ।

ତେବେ ସେଠାରେ ପହଞ୍ଚିବା ପରେ ତାଙ୍କୁ ଡେଲିଭରୀ କାମ କରିବାକୁ କୁହାଯାଇଥିଲା।

ଗତ ଅକ୍ଟୋବର ୭ ତାରିଖ ପରଠାରୁ ପରିବାର ଲୋକଙ୍କ ସହ ତାଙ୍କର କୌଣସି ଯୋଗାଯୋଗ ହୋଇପାରି ନଥିଲା।

ଅକ୍ଟୋବର ୧୦ ତାରିଖ ରାତିରେ ଏକ ରୁଷୀୟ ଫୋନ୍ ନମ୍ବରରୁ ପରିବାରକୁ କଲ୍ ଆସିଥିଲା, ଯେଉଁଥିରେ ବିନୀତଙ୍କୁ ଏକ ନିଶାଦ୍ରବ୍ୟ ମାମଲାରେ ଫସାଇ ଦିଆଯାଇଛି ଏବଂ ଯୁଦ୍ଧରେ ଯୋଗଦେବା ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା କୁହାଯାଇଥିଲା।

ଏହି ଘଟଣା ସାମ୍ନାକୁ ଆସିବା ପରେ ବିଲାସପୁର ଏସଏସପି ରଜନୀଶ ସିଂହ ଏବଂ ଜିଲ୍ଲାପାଳ ସଞ୍ଜୟ ଅଗ୍ରୱାଲ ସୂଚନା ଦେଇଛନ୍ତି ଯେ, ମସ୍କୋସ୍ଥିତ ଭାରତୀୟ ଦୂତାବାସ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯାଇଛି।

ଦୂତାବାସ ପକ୍ଷରୁ ବିନୀତଙ୍କ ସନ୍ଧାନ ନେବା ପାଇଁ ଆଶ୍ୱାସନା ଦିଆଯାଇଥିବା ବେଳେ, ସ୍ପଷ୍ଟ ଉତ୍ତର ଆସିବା ପରେ ପରବର୍ତ୍ତୀ ଆଇନଗତ ଓ କୂଟନୈତିକ ପଦକ୍ଷେପ ଗ୍ରହଣ କରାଯିବ।

ଅବିଶ୍ରାନ୍ତ ବର୍ଷା: କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ, ରଟିଙ୍ଗିଆ ବାହ୍ୟ ଜଗତରୁ ବିଚ୍ଛିନ୍ନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।