Allegation: ଗୁଣିଗାରେଡ଼ି ଆଳରେ ନବବିବାହିତାଙ୍କୁ ଦୁଷ୍କର୍ମ ଅଭିଯୋଗ
"ରାଇରଙ୍ଗପୁର/ବିଶୋଇ: ପୁଣି ସାମ୍ନାକୁ ଆସିଲା ରାଇରଙ୍ଗପୁର ପୁଲିସ ଜିଲ୍ଲାରେ ଲଜ୍ଜାଜନକ ଘଟଣା।
ଗୁଣିଗାରେଡ଼ି ଆଳରେ ଜଣେ ନବବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ।
ଚାରି ଦିନ ଧରି ମହିଳାଜଣକ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି।
ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରୁ।Advertisment ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ବିଶୋଇ ଥାନା ଅଞ୍ଚଳରେ ବିବାହ ପରେ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ପକ୍ଷରୁ ତାଙ୍କୁ ନିର୍ଯାତନା ଦିଆଯାଉଥିଲା।
ଏଥିରୁ ମୁକ୍ତି ପାଇବା ପାଇଁ ସେ ବିଶୋଇ ଥାନା ଅନ୍ତର୍ଗତ ମଧୁପୁର ଗ୍ରାମର ଜଣେ ଗୁଣିଆଙ୍କ ଅଗ୍ରାୟ ନେଇଥିଲେ ।
ଗୁଣିଆ ଜଣକ ସବୁ ଠିକ୍ ଠାକ୍ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ପୀଡ଼ିତାଙ୍କ କହିବା ଅନୁସାରେ, ଗତ ଗୁରୁବାର ରାତିରେ ଗୁଣିଆଜଣକ ମନ୍ତ୍ରତନ୍ତ୍ର କରି ତାଙ୍କ ସ୍ୱାମୀଙ୍କୁ ଫେରାଇ ଆଣିବାର ପ୍ରତିଶ୍ରୁତି ଦେଇଥିଲେ।
High Court: ମୁଖ୍ୟମନ୍ତ୍ରୀ ମାନ୍ଙ୍କ କାର୍ଯ୍ୟାଳୟ ବିରୋଧରେ ଦୁର୍ନୀତି ଅଭିଯୋଗ : ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ଏହାର ଆଳରେ ତାଙ୍କ ସହ ଚାରି ଦିନ ଚାରି ରାତି ଦୁଷ୍କର୍ମ କରାଯାଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।ଚାରି ଦିନ ପରେ ମଧ୍ୟ ସ୍ୱାମୀଙ୍କୁ ଫେରାଇ ଆଣିବାରେ ଗୁଣିଆ ବିଫଳ ହେବା ସହ ମହିଳାଙ୍କୁ ଘରକୁ ଚାଲିଯିବାକୁ କହିଥିବା ଅଭିଯୋଗ ହୋଇଛି।ପରେ ପୀଡ଼ିତା ନିଜେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରି ଡାକିବା ପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।
ଡାକ୍ତରଖାନା ପକ୍ଷରୁ ଘଟଣା ସମ୍ପର୍କରେ ରାଇରଙ୍ଗପୁର ଟାଉନ ଥାନାକୁ ସୂଚନା ଦିଆଯାଇଛି।
ଆସନ୍ତାକାଲି ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବ ବୋଲି ସୂଚନା ମିଳିଛି।
ଘଟଣାକୁ ନେଇ ପୋଲିସର ତଦନ୍ତ ପରେ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ ବୋଲି ସୁଚନା ମିଳିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।