Alligation: ଅଭିଯୋଗ ଆଣି କଂଗ୍ରେସ କହିଲା- ଇସିଆଇନେଟ୍‌ କଟକଣା ବିଷୟରେ ପ୍ରଧାନମନ୍ତ୍ରୀ ଜାଣିଥିଲେ

Oct 03, 2026 - 22:44
Alligation: ଅଭିଯୋଗ ଆଣି କଂଗ୍ରେସ କହିଲା- ଇସିଆଇନେଟ୍‌ କଟକଣା ବିଷୟରେ ପ୍ରଧାନମନ୍ତ୍ରୀ ଜାଣିଥିଲେ

"ନୂଆଦିଲ୍ଲୀ: ନିର୍ବାଚନ କମିସନଙ୍କ ଆଇଟି ବିଭାଗ ଦ୍ୱାରା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆର୍‌ଓ)ମାନଙ୍କର "ଇସିଆଇନେଟ୍‌" ପୋର୍ଟାଲ୍ ବ୍ୟବହାର ଉପରେ କଟକଣା ଲଗାଯିବା ବିବାଦ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅବଗତ ଥିଲେ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଅଭିଯୋଗ ଆଣିଛନ୍ତି।

ରମେଶ କହିଛନ୍ତି ଯେ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀଙ୍କ ଦ୍ୱାରା କରାଯାଇଥିବା ଏକ ଅଭିଯୋଗପତ୍ର କାର୍ମିକ, ଜନ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ (ଡିଓପଟି) ପାଖରେ ପହଞ୍ଚିଥିଲା।

Advertisment ଏହି ମନ୍ତ୍ରଣାଳୟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ଆସୁଥିବାରୁ ଏହି ନିଷ୍ପତ୍ତି ବୋଧହୁଏ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହିଁ ନିଆଯାଇଛି।

ସେ ଏକ ଗଣମାଧ୍ୟମ ରିପୋର୍ଟର ସୂଚନା ଦେଇ କହିଛନ୍ତି ଯେ ଦୁଇ ନିର୍ବାଚନ କମିସନର ଗତ ଜୁଲାଇ ମାସରେ କ୍ୟାବିନେଟ୍ ସଚିବଙ୍କ ନିକଟରେ ଯେଉଁ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ, ସେ ଏବେ ମଧ୍ୟ ନିର୍ବାଚନ କମିସନରେ ଏକ ପ୍ରମୁଖ ପଦବିରେ ରହିଛନ୍ତି।

ଉକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ଏବେ ତାଙ୍କୁ ନିର୍ବାଚନ କମିସନଙ୍କ ବିବାଦୀୟ ଆଇଟି ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି।

ରମେଶଙ୍କ ଅଭିଯୋଗ ଅନୁଯାୟୀ, ଗତ ଅଗଷ୍ଟ ମାସରୁ ସେହି ଅଧିକାରୀଙ୍କୁ ଆଇଟି ବିଭାଗର ସମୀକ୍ଷା ଦାୟିତ୍ୱ ମିଳିଛି, ଯାହାକି ଗତ ସେପ୍ଟେମ୍ବର ୨୬ ତାରିଖରେ ନିର୍ବାଚନ କମିସନଙ୍କ ଦ୍ୱାରା ଜାରି ପ୍ରେସ୍ ବିଜ୍ଞପ୍ତିର ସ୍ପଷ୍ଟୀକରଣକୁ ସମ୍ପୂର୍ଣ୍ଣ ବିରୋଧ କରୁଛି।

ଦୁଇ ନିର୍ବାଚନ କମିସନର ଆପତ୍ତି ଉଠାଇଥିଲେ ଯେ ଆଇଟି ବିଭାଗ ଦ୍ୱାରା ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କର "ଇସିଆଇନେଟ୍‌" ଭୋଟର ତାଲିକା ପୋର୍ଟାଲ୍ ବ୍ୟବହାର ଉପରେ କଟକଣା ଲଗାଯାଉଛି।

ଏହାଦ୍ୱାରା ଭୋଟର ତାଲିକାରେ ନାମ ଯୋଡ଼ିବା ଏବଂ ବାଦ୍ ଦେବା କ୍ଷେତ୍ରରେ ସେମାନଙ୍କର ଥିବା ସାମ୍ବିଧାନିକ କ୍ଷମତାର ଉଲ୍ଲଂଘନ କରାଯାଉଛି।

ଏହି ସମ୍ପୂର୍ଣ୍ଣ ଘଟଣା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ବିଭାଗ ପାଖକୁ ଯାଇଥିବାରୁ ପ୍ରଧାନମନ୍ତ୍ରୀ ସବୁ କିଛି ଜାଣିଛନ୍ତି ଏବଂ ତାଙ୍କ ନିର୍ଦ୍ଦେଶରେ ଏସବୁ ଚାଲିଛି ବୋଲି ରମେଶ ଅଭିଯୋଗ କରିଛନ୍ତି।

ଏହି ବ୍ୟବସ୍ଥା ଉପରେ କେନ୍ଦ୍ରୀୟ ନିୟନ୍ତ୍ରଣ ବଜାୟ ରଖିବା ପାଇଁ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏବଂ ପ୍ରଧାନମନ୍ତ୍ରୀ ଉକ୍ତ ଅଧିକାରୀଙ୍କୁ ପଦବିରେ ରଖିଛନ୍ତି, ଯାହା କଂଗ୍ରେସର "ଭୋଟ୍ ଚୋରି" ଅଭିଯୋଗକୁ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି।

Congress : ପ୍ରଧାନମନ୍ତ୍ରୀଙ୍କୁ ଭିକ୍ଟିମ୍‌ କାର୍ଡ଼ ଖେଳିବାକୁ ଭଲ ଲାଗେ: ଜୟରାମ ରମେଶ ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ କମିସନର ସାନ୍ଧୁ ଏବଂ ଯୋଶୀ ଗତ ୧୦ ମାସ ମଧ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍) କାର୍ଯ୍ୟକ୍ରମ ସମ୍ପର୍କିତ ନିଷ୍ପତ୍ତି ଓ ଆଦେଶ ଉପରେ ଅତିକମରେ ୧୪ ଥର ଆପତ୍ତି ଉଠାଇଥିଲେ।

ସେମାନଙ୍କ ଜ୍ଞାତସାର କିମ୍ବା ସୁପାରିସ ବିନା ଜାରି କରାଯାଇଥିବା ନିଷ୍ପତ୍ତିଗୁଡ଼ିକ ଉପରେ ଦୁଇ କମିସନର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ଅନ୍ୟପଟେ ନିର୍ବାଚନ କମିସନ ଏହି ବିବାଦ ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଏକ ସାମ୍ବିଧାନିକ ସଂସ୍ଥାରେ ଭିନ୍ନ ମତ ଏବଂ ପର୍ଯ୍ୟବେକ୍ଷଣ ରହିବା ଏକ ସ୍ୱାଭାବିକ ପ୍ରକ୍ରିୟା।

କମିସନଙ୍କ ଦ୍ୱାରା ଜାରି କରାଯାଉଥିବା ସମସ୍ତ ଆଦେଶ ସମ୍ପୂର୍ଣ୍ଣ ଆଇନଗତ ଭାବେ ବୈଧ ଏବଂ ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ହିଁ ଜାରି କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।