Shashi Tharoor: ଥରୁର ପୁଣିଥରେ ବୈଦେଶିକ ବ୍ୟାପାର କମିଟିର ଅଧ୍ୟକ୍ଷ ନିଯୁକ୍ତ

Oct 03, 2026 - 22:44
Shashi Tharoor: ଥରୁର ପୁଣିଥରେ ବୈଦେଶିକ ବ୍ୟାପାର କମିଟିର ଅଧ୍ୟକ୍ଷ ନିଯୁକ୍ତ

"ନୂଆଦିଲ୍ଲୀ : ଚଳିତ ବର୍ଷ ପାଇଁ ଲୋକସଭା ଓ ରାଜ୍ୟସଭାର ବିଭିନ୍ନ ବିଭାଗ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିଗୁଡ଼ିକର ପୁନର୍ଗଠନ କରାଯାଇଛି ।

ଏହି ପୁନର୍ଗଠନ ପ୍ରକ୍ରିୟାରେ ଅଧିକାଂଶ କମିଟିର ସାମ୍ପ୍ରତିକ ଅଧ୍ୟକ୍ଷମାନଙ୍କୁ ସେମାନଙ୍କ ପଦବିରେ ବଜାୟ ରଖାଯାଇଥିବା ବେଳେ କେତେକ କମିଟିରେ ନୂତନ ଚେହେରାଙ୍କୁ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି ।Advertisment କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ପୁଣିଥରେ ବୈଦେଶିକ ବ୍ୟାପାର ସମ୍ପର୍କିତ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।

ସେହିପରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କୁ କୃଷି ସମ୍ପର୍କିତ କମିଟିର ଅଧ୍ୟକ୍ଷ ପଦରେ ବଜାୟ ରଖାଯାଇଛି ।

ଏହି ସଂସଦୀୟ ସ୍ଥାୟୀ କମିଟିଗୁଡ଼ିକ ବର୍ଷସାରା ବିଭିନ୍ନ ମନ୍ତ୍ରଣାଳୟର ବଜେଟ, ବିଲ୍ ଏବଂ ନୀତିଗୁଡ଼ିକର ସମୀକ୍ଷା କରିଥାନ୍ତି ଓ ଆବଶ୍ୟକ ସ୍ଥଳେ ଅଧିକାରୀ ତଥା ବିଶେଷଜ୍ଞମାନଙ୍କୁ ସମନ କରି ଯାଞ୍ଚ ପ୍ରକ୍ରିୟା ପରିଚାଳନା କରିଥାନ୍ତି ।

ଅଧିକାଂଶ କମିଟି ପ୍ରତିବର୍ଷ ପୁନର୍ଗଠିତ ହେଉଥିବା ବେଳେ ଏହି ପର୍ଯ୍ୟାୟରେ ପୂର୍ବ ସଂସଦୀୟ ପଦବିର ଦଳୀୟ ସନ୍ତୁଳନକୁ ଅପରିବର୍ତିତ ରଖାଯାଇଛି ।

ତେବେ ବାଣିଜ୍ୟ ଏବଂ କାର୍ମିକ, ଜନ ଅଭିଯୋଗ, ଆଇନ ଓ ନ୍ୟାୟ କମିଟିରେ ସ୍ପଷ୍ଟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Congress: ଲୋକସଭା, ସମସ୍ତ ରାଜ୍ୟ ବିଧାନସଭା ଭଙ୍ଗ ପାଇଁ ଖଡ଼‌ଗେଙ୍କ ଆହ୍ବାନ ପରିବହନ କମିଟିରେ ସଞ୍ଜୟ କୁମାର ଝା ପୁନଃନିଯୁକ୍ତ ହୋଇଛନ୍ତି ।

କୋଇଲା, ଖଣି ଏବଂ ଇସ୍ପାତ କମିଟି ଅଧ୍ୟକ୍ଷ ଭାବେ ବିଜେପିର ଅନୁରାଗ ଠାକୁରଙ୍କ ଦାୟିତ୍ବ ବଜାୟ ରହିଛି ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ କମିଟି ଦାୟିତ୍ୱରେ ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ ରହିଛନ୍ତି ।

ଶିଳ୍ପ କମିଟିର ଅଧ୍ୟକ୍ଷ ଭାବେ ଡିଏମ୍‌କେ ସାଂସଦ ତିରୁଚି ଶିବାଙ୍କ ନାମ ଘୋଷଣା କରାଯାଇଛି ।

କାର୍ମିକ, ଜନ ଅଭିଯୋଗ, ଆଇନ ଏବଂ ନ୍ୟାୟ କମିଟିର ନୂତନ ଅଧ୍ୟକ୍ଷ ଭାବେ ବିଜେପିର ସୁଜିତ କୁମାରଙ୍କୁ ନିଯୁକ୍ତ କରାଯାଇଛି ।

ଶିକ୍ଷା, ମହିଳା, ଶିଶୁ ଏବଂ ଯୁବ ବ୍ୟାପାର କମିଟିର ଅଧ୍ୟକ୍ଷ ପଦରେ କଂଗ୍ରେସର ମୁକୁଲ ୱାସନିକଙ୍କୁ ପୂର୍ବପରି ବଜାୟ ରଖାଯାଇଛି ।

ଏହି ପୁନର୍ଗଠନରେ ବାଣିଜ୍ୟ କମିଟିର ଅଧ୍ୟକ୍ଷ ଭାବେ ଟିଏମ୍‌ସି ସାଂସଦ ଡୋଲା ସେନଙ୍କ ସ୍ଥାନରେ ବିଜେପିର ସୁଧାଂଶୁ ତ୍ରିବେଦୀଙ୍କୁ ନିଯୁକ୍ତ କରାଯାଇଛି ।

ସୂଚନା ଓ ପ୍ରଯୁକ୍ତିବିଦ୍ୟା କମିଟିର ଅଧ୍ୟକ୍ଷ ଭାବେ ବିଜେପିର ନିଶିକାନ୍ତ ଦୁବେ ପୁନଃନିଯୁକ୍ତ ହୋଇଛନ୍ତି ।

ଗୃହ ବ୍ୟାପାର କମିଟିର ଅଧ୍ୟକ୍ଷ ଭାବେ ବିଜେପିର ରାଧା ମୋହନ ଦାସ ଅଗ୍ରୱାଲ ମଧ୍ୟ ପୁନଃନିଯୁକ୍ତ ହୋଇଛନ୍ତି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।